Advertisment

କାଠରେ ନିର୍ମାଣ ହୋଇଛି ଶ୍ରୀମନ୍ଦିର, ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେବାକୁ ଇଚ୍ଛା ରଖିଛନ୍ତି କାରିଗର

ଛୋଟ ଛୋଟ କାଠ ଟୁକୁରାରେ ତିଆରି ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର। ଚତୁପାର୍ଶ୍ୱରେ ଘେରି ରହିଛି ମେଘନାଦ ପ୍ରାଚୀର। ଆଉ ଭିତରେ ସ୍ନାନ ବେଦୀ ଠାରୁ ଆରମ୍ଭ କରି ଆଡପ ମଣ୍ଡପ, ଚକ୍ରତୀର୍ଥ, ପାର୍ଶ୍ୱ ଦେବତା ଓ ଅନ୍ୟମନ୍ଦିର, ତା ସହ ମନ୍ଦିର ସମ୍ମୁଖରେ ରହିଛି ଅରୁଣ ସ୍ତମ୍ଭ। ଆଉ ପତିତଙ୍କ ଦର୍ଶନ ପାଇଁ ରହିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୧ ମିମି ଉଚ୍ଚତାର ପତିତପାବନ ମୂର୍ତ୍ତି

କାଠରେ ନିର୍ମାଣ ହୋଇଛି ଶ୍ରୀମନ୍ଦିର, ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେବାକୁ ଇଚ୍ଛା ରଖିଛନ୍ତି କାରିଗର

Wood Jagannath Mandir

Advertisment

ବ୍ରହ୍ମପୁର: ନା କେବେ ଶ୍ରୀମନ୍ଦିର ଦେଖିଛନ୍ତି ନା କେବେ ରଥଯାତ୍ରାକୁ ଯାଇଛନ୍ତି କିନ୍ତୁ ଅବିକଳ ନକଲ ଶ୍ରୀମନ୍ଦିର ତିଆରି କରିଛନ୍ତି। ଶ୍ରୀମନ୍ଦିର ମେଘନାଦ ପାଚେରୀ ଚତୁପାର୍ଶ୍ୱରେ ଘେରା ଭିତର ପାର୍ଶ୍ୱକୁ ଛୋଟ ଛୋଟ ଖଣ୍ଡିଆ କାଠ ମାଧ୍ୟମରେ ଅବିକଳ ନକଲ କରି ତିଆରି କରିଛନ୍ତି। ନିର୍ଜୀବ କାଠକୁ ଜୀବନ୍ତ ସ୍ପର୍ଶ ଦେଇଛନ୍ତି କଲେଜ ଛାତ୍ର ଦିଲୀପ ମହାରଣା। ନିଜେ ତିଆରି କରିଥିବା ଶ୍ରୀମନ୍ଦିରକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉପହାରରେ ଦେବେ ବୋଲି ଇଚ୍ଛା ରଖିଛନ୍ତି। ପୂର୍ବରୁ ଭବ୍ୟ ରାମମନ୍ଦିର ସହ ବହୁ କ୍ଷୁଦ୍ର ଓ ସୁନ୍ଦର ପ୍ରତିକୃତି କରି ବହୁ ରେକର୍ଡର ଅଧିକାରୀ ହୋଇଥିବା ଦିଲୀପ ଆଗକୁ ଆହୁରି ରେକର୍ଡ କରିବା ଆଶା ରହିଥିଲେ ହେଁ ଉତ୍କଳର କଳାକୌଶଳ ବିଶ୍ୱଦରବାରରେ ପ୍ରତିଷ୍ଠିତ କରାଇବା ଲକ୍ଷ୍ୟ ରଖିଛନ୍ତି।

Advertisment

ଛୋଟ ଛୋଟ କାଠ ଟୁକୁରାରେ ତିଆରି ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର। ଚତୁପାର୍ଶ୍ୱରେ ଘେରି ରହିଛି ମେଘନାଦ ପ୍ରାଚୀର। ଆଉ ଭିତରେ ସ୍ନାନ ବେଦୀ ଠାରୁ ଆରମ୍ଭ କରି ଆଡପ ମଣ୍ଡପ, ଚକ୍ରତୀର୍ଥ, ପାର୍ଶ୍ୱ ଦେବତା ଓ ଅନ୍ୟମନ୍ଦିର, ତା ସହ ମନ୍ଦିର ସମ୍ମୁଖରେ ରହିଛି ଅରୁଣ ସ୍ତମ୍ଭ। ଆଉ ପତିତଙ୍କ ଦର୍ଶନ ପାଇଁ ରହିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୧ ମିମି ଉଚ୍ଚତାର ପତିତପାବନ ମୂର୍ତ୍ତି। ଖାଲି ଆଖିରେ ଦେଖିଲେ ଲାଗୁଛି ସତେ ଯେଭଳି ଶ୍ରୀମନ୍ଦିର କାଠରେ ତିଆରି ହୋଇ ରହିଛି ଏହି ସୁକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ ଶ୍ରୀମନ୍ଦିରର କାଠ ପ୍ରତିମୂର୍ତ୍ତିକୁ ତିଆରି କରିଛନ୍ତି ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର କଲେଜ ଛାତ୍ର ଦିଲୀପ ମହାରଣା।

Advertisment

ପରିବାର କୌଳିକ ବୃତ୍ତିକୁ ଆପାଣାଇ କାଠ କାମ କରି ଚଳନ୍ତି। ଦିଲୀପ ଯୁକ୍ତ ୩ ବାଣିଜ୍ୟ ପଢ଼ୁଥିବା ବେଳେ ସୂକ୍ଷ୍ମ କାଠ କାରିଗରି ପାଇଁ କୌଣସି ଟ୍ରେନିଂ ନେଇନାହାନ୍ତି କିନ୍ତୁ ପରିବାର ଲୋକଙ୍କ କୌଳିକ ବୃତ୍ତିଗତ ଗୁଣ ଭରି ରହିଛି ଦିଲୀପଙ୍କ ଠାରେ। ଛୋଟ ଛୋଟ କାଠ ଖଣ୍ଡରେ କରିଛନ୍ତି ବହୁ ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତି। ଏଥର ରଥଯାତ୍ରାରେ ସେ କାଠରେ ଜୀବନ୍ତ କରି ଦେଖାଇଛନ୍ତି ଶ୍ରୀମନ୍ଦିରକୁ। ଆଉ ଏହାକୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଆକାରରେ ଦେବେ ବୋଲି କହିଛନ୍ତି ଦିଲ୍ଲୀପ।

ତେବେ ଜନ୍ମ ଠାରୁ କେବେ ବି ଶ୍ରୀମନ୍ଦିର ଅବା ରଥଯାତ୍ରାକୁ ଯାଇନାହାନ୍ତି ଦିଲୀପ। ଏପରିକି ଦିଲୀପଙ୍କ ବାପା ବି ସାଂସାରିକ ଜଞ୍ଜାଳ ମଧ୍ୟରେ ଦୀର୍ଘ ୩୦ ବର୍ଷ ହେଲା ଶ୍ରୀମନ୍ଦିର ଦର୍ଶନ କରିନାହାନ୍ତି। ଯାହା ଦେଖିଛନ୍ତି ଟିଭି ଓ ଫୋଟୋ ଚିତ୍ରରେ। ଏଭଳି ସମୟରେ ଶ୍ରୀମନ୍ଦିର ତିଆରି କରିବା ଥିଲା ଦିଲୀପଙ୍କ ପାଇଁ ଏକ ମସ୍ତବଡ଼ ଚାଲେଞ୍ଜ। ତେବେ ଗୁଗଲ, ୟୁଟ୍ୟୁବ୍‌ରୁ ଭିଡ଼ିଓ, ତାଙ୍କ ମାମୁଁ ବାସ୍ତୁବିତ୍ ସନ୍ୟାସୀ ମହାରଣାଙ୍କ ପ୍ରୋତ୍ସାହନରେ ତିଆରି କରିଛନ୍ତି ଏହି ଶ୍ରୀମନ୍ଦିର। ଯାହା ୧୨ ଫୁଟର କାଠ ଖଣ୍ଡ ଉପରେ ବିଦ୍ୟମାନ ରହିଛି। ବାଇଶି ପାହାଚ ଠାରୁ ମନ୍ଦିର ଉଚ୍ଚତା ରହିଛି ମାତ୍ର ୫.୫ ଇଞ୍ଚ। ଗମ୍ଭାରୀ କାଠର ବ୍ୟବହାର କରିଛନ୍ତି ଏହି ମନ୍ଦିର ତିଆରିରେ। ପୁଅର ଏହି ମନ୍ଦିର ଦେଖି ୩୦ବର୍ଷ ହେଲା ମନ୍ଦିର ଯାଇନଥିବା ବାପା ଶ୍ରୀମନ୍ଦିର ଭିତରେ ରହିଥିବା ଅନୁଭବ କରିଥିବା କହିଛନ୍ତି। ଗରିବ ପରିବାର ହୋଇଥିବାରୁ ପୁଅର ଏହି କଳା ଯଦି ବିଶ୍ୱ ଦରବାରରେ ପହଞ୍ଚିବାର ଅଛି ତେବେ ସରକାରଙ୍କ ସହାୟତା ଆବଶ୍ୟକ ବୋଲି କହିଛନ୍ତି ବାପା।

Advertisment

ପୂର୍ବରୁ ଦିଲୀପ କରିଛନ୍ତି ବହୁ ସୁକ୍ଷ୍ମ କଳାକୃତି। କ୍ଷୁଦ୍ର ଦୁର୍ଗା ମୂର୍ତ୍ତି ପାଇଁ ତାଙ୍କୁ ମିଳିଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ। ଭବ୍ୟ ରାମ ମନ୍ଦିର କରି ସେ ଏସିଆ ବୁକ୍ ଅଫ୍ ରେକର୍ଡ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ପାଇଛନ୍ତି ସ୍ଥାନ। ତାଙ୍କ ନିର୍ମିତ ଶିବ, ୧ ଇଞ୍ଚର ନନ୍ଦିଘୋଷ ରଥ, ହନୁମାନ ମୂର୍ତ୍ତି, ହାତ ଘଣ୍ଟା ଆଦି ଉଚ୍ଚ କୋଟୀର କଳାକୃତି ବାସ୍ତୁବିତ୍ ତଥା ମାମୁଁ ସନ୍ୟାସୀ ମହାରଣା ନିଜ ଭଣଜାର ଏହିଭଳି ସୁନ୍ଦର କଳାକୃତି କରିବାର ଶ୍ରେୟ ଭଗବାନ ଜଗନ୍ନାଥଙ୍କୁ ଦେଇଛନ୍ତି। ଆଗକୁ ଆହୁରି ରେକର୍ଡ ସହ ଏଭଳି କଳାକୃତିର ଏକ ମ୍ୟୁଜିୟମ୍‌ କରିବାକୁ ଇଚ୍ଛା ରଖିଥିବା ବେଳେ ସରକାରୀ ସହାୟତା ଆବଶ୍ୟକ ବୋଲି କହିଛନ୍ତି।

Odisha News Berhampur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ