Advertisment

ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଆପାର୍ଟମେଣ୍ଟ ମାଲିକାନା ଆଇନ୍

ଆପାର୍ଟମେଣ୍ଟ ମାଲିକାନା ଅଧ୍ୟାଦେଶକୁ ବାସଗୃହ କ୍ରେତାଙ୍କ ବିଜୟ ବୋଲି କହିଛନ୍ତି ରିଅଲ ଇଷ୍ଟେଟ୍ କର୍ମୀ। ସେମାନଙ୍କ ମତରେ, ୪୦ ବର୍ଷ ପରେ ଏବେ ଘରକ୍ରେତା ସେମାନଙ୍କ ବାସ୍ତବ ଅଧିକାର ପାଇବେ।

Odisha Apartment Ownership And Management Ordinance gets cabinet nod

Odisha Apartment Ownership And Management Ordinance gets cabinet nod

Advertisment

ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ। ହାଇକୋର୍ଟଙ୍କ ଛାଟ ପରେ ଏହି ବାଟ ବାଛିଛନ୍ତି ସରକାର। ଆଜି ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ-୨୦୨୩କୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ରିଅଲ୍ ଇଷ୍ଟେଟ୍ କର୍ମୀ ଆପାର୍ଟମେଣ୍ଟ ଅଧ୍ୟାଦେଶକୁ ବାସଗୃହ କ୍ରେତାଙ୍କ ବିଜୟ ବୋଲି କହିଥିବା ବେଳେ ଆପାର୍ଟମେଣ୍ଟ ପଞ୍ଜୀକରଣ କଟକଣା ହଟିବା ଦ୍ବାରା ରିଅଲ ଇଷ୍ଟେଟ୍ କ୍ଷେତ୍ର ତ୍ବରାନ୍ବିତ ହେବ ବୋଲି କହିଛି ରିଅଲ୍ ଇଷ୍ଟେଟ୍ ସଂଘ।

Advertisment

ହାଇକୋର୍ଟଙ୍କ ଛାଟ ପରେ ଚେତିଲେ ସରକାର। ବାସଗୃହ କ୍ରେତାଙ୍କ ସ୍ବାର୍ଥ ଆଗରେ ନୁଆଁଇଲେ ମୁଣ୍ଡ ଆପାର୍ଟମେଣ୍ଟ ମାଲିକାନା ଆଇନ କାର୍ଯ୍ୟକାରୀ ପାଇଁ ଅଧ୍ୟାଦେଶ ପନ୍ଥା ଆପଣେଇବାକୁ ବାଧ୍ୟ ହେଲେ। ବିଧାନସଭାରୁ ଆପାର୍ଟମେଣ୍ଟ ମାଲିକାନା ବିଲ୍ ଫେରିବା ପରେ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ- ୨୦୨୩ ଆଣିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବରେ ଆଜି ମୋହର ମାରିଛି ରାଜ୍ୟ କ୍ୟାବିନେଟ୍।

ସରକାର କହିଛନ୍ତି, ଆପାର୍ଟମେଣ୍ଟ ଓ ସାମୁହିକ ବାସଗୃହ କ୍ଷେତ୍ରରେ କମନ୍ ଏରିଆ ଓ ଅନ୍ୟ ସୁବିଧାସୁଯୋଗ ଉପରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ କ୍ରେତାଙ୍କ ଅଧିକାର ସୁନିଶ୍ଚିତ କରିବ ଏହି ଅଧ୍ୟାଦେଶ। ଆପାର୍ଟମେଣ୍ଟ ବିକ୍ରି ଓ ହସ୍ତାନ୍ତରକୁ ମଧ୍ୟ ଏହା ସୁଗମ କରିବ। ରେରା ଆଇନ ଆସିବା ପରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ-୧୯୮୨ରେ ସଂଶୋଧନ ଦରକାର ହେଉଥିଲା । ଏପରିକି ନୂଆ ଆଇନ ନଆସିବା ଯାଏଁ ବାସଗୃହ ପଞ୍ଜୀକରଣ ଉପରେ କଟକଣା ଲଗାଇଛନ୍ତି ହାଇକୋର୍ଟ। ବର୍ତ୍ତମାନ ସମୟରେ ବିଧାନସଭା ଅଧିବେଶନ ଚାଲୁ ନଥିବାରୁ ସରକାର ଅଧ୍ୟାଦେଶ ଜରିଆରେ ଏହାକୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଛନ୍ତି। 

Advertisment

ଆପାର୍ଟମେଣ୍ଟ ମାଲିକାନା ଅଧ୍ୟାଦେଶକୁ ବାସଗୃହ କ୍ରେତାଙ୍କ ବିଜୟ ବୋଲି କହିଛନ୍ତି ରିଅଲ ଇଷ୍ଟେଟ୍ କର୍ମୀ। ସେମାନଙ୍କ ମତରେ, ୪୦ ବର୍ଷ ପରେ ଏବେ ଘରକ୍ରେତା ସେମାନଙ୍କ ବାସ୍ତବ ଅଧିକାର ପାଇବେ। ଅଧ୍ୟାଦେଶ କାର୍ଯ୍ୟକାରୀ ହେବାପରେ ଆପାର୍ଟମେଣ୍ଟ କମନ ଏରିଆର ମାଲିକ ହେବା ସହ ନିଜ ସୋସାଇଟିର ରକ୍ଷଣାବେକ୍ଷଣ ନିଜେ କରିବେ ବାସଗୃହ କ୍ରେତା। ଏପଟେ ରିଅଲ୍ ଇଷ୍ଟେଟ୍ ସଂଘ ମଧ୍ୟ ସରକାରଙ୍କ ଅଧ୍ୟାଦେଶ ନିଷ୍ପତ୍ତିକୁ ସ୍ବାଗତ କରି କହିଛି, ରେରା ଆଇନ ଅନୁକୂଳ ଆପାର୍ଟମେଣ୍ଟ ମାଲିକାନା ଆଇନ ନଥିବାରୁ ବର୍ଷେରୁ ଅଧିକ ସମୟ ହେଲା ଆପାର୍ଟମେଣ୍ଟ କିଣାବିକା ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ।

ଫଳରେ ବିଲ୍ଡରମାନଙ୍କର ଦ୍ବାରା ପ୍ରାୟ ୧୦ ରୁ ୧୨ ହଜାର କୋଟି ଟଙ୍କା ନିବେଶରେ ନିର୍ମାଣ ସରିଥିବା ୫ ହଜାରରୁ ଅଧିକ ଘର ପଞ୍ଜୀକରଣ ନ ହୋଇ ପଡ଼ିରହିଥିଲା। ଅପରପକ୍ଷରେ ସରକାର ମଧ୍ୟ ରେଜିଷ୍ଟ୍ରେସନ ଫି ଓ ଷ୍ଟାମ୍ପ ଡ୍ୟୁଟି ଆକାରରେ ୫୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ହରାଇଛନ୍ତି।ଏବେ ଅପେକ୍ଷା ରାଜ୍ୟପାଳଙ୍କ ସ୍ବୀକୃତିକୁ। ରାଜ୍ୟପାଳଙ୍କ ସ୍ବୀକୃତି ପରେ ରାଜ୍ୟରେ ଲାଗୁ ହେବ ନୂଆ ଆପାର୍ଟମେଣ୍ଟ ମାଲିକାନା ଅଧ୍ୟାଦେଶ-୨୦୨୩।

Advertisment
Cabinet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ