Advertisment

ରାଜ୍ୟରୁ ହଟିବ ପୁରୁଣା ଗାଡ଼ି

ରାଜ୍ୟରୁ ହଟିବ ପୁରୁଣା ଗାଡ଼ି। ୧୫ ବର୍ଷରୁ ଅଧିକ ଅବଧିର ପୁରୁଣା ଅନ୍‌ଫିଟ୍‌ ଗାଡ଼ି ରାସ୍ତାରୁ ହଟିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
 ରାଜ୍ୟରୁ ହଟିବ ପୁରୁଣା ଗାଡ଼ି

old vehicles

Advertisment

ଭୁବନେଶ୍ୱର: ରାଜ୍ୟରୁ ହଟିବ ପୁରୁଣା ଗାଡ଼ି। ୧୫ ବର୍ଷରୁ ଅଧିକ ଅବଧିର ପୁରୁଣା ଅନ୍‌ଫିଟ୍‌ ଗାଡ଼ି ରାସ୍ତାରୁ ହଟିବ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ରେ ଘୋଷଣା କରିଛନ୍ତି। ରାଜ୍ୟର ପରିବହନ ନୀତି କେନ୍ଦ୍ର ନୀତି ଦ୍ୱାରା ପରିଚାଳିତ ହୁଏ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ତେଣୁ କେନ୍ଦ୍ର ଏନେଇ ଯେଉଁ ନିଷ୍ପତ୍ତି ନେବ ରାଜ୍ୟ ତାକୁ ପ୍ରଚଳନ କରିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଭାରତରେ କୋଟିଏ ଓ ରାଜ୍ୟରେ ଲକ୍ଷାଧିକ ୧୫ ବର୍ଷରୁ ଅଧିକ ଗାଡ଼ି ରହିଛି।

Advertisment

ଯାନବାହନ ସ୍କ୍ରାପ ପଲିସି ମାଧ୍ୟମରେ ବିକାଶର ଏକ ନୂତନ ସମ୍ଭାବନା ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସ୍କ୍ରାପ ପଲିସି ମାଧ୍ୟମରେ ଅନଫିଟ୍‌ ଗାଡ଼ି ଏବଂ ପ୍ରଦୂଷିତ ବାହନ ଗୁଡିକ ସବୁ ରାସ୍ତାରୁ ହଟିବ। ପରିବେଶ ଅନୁକୁଳ ବାତାବରଣରେ ଏହି ଯାନବାହନ ଗୁଡିକର ସ୍କ୍ରାପିଂ କରାଯିବ । ସହର ଗୁଡିକରୁ ପ୍ରଦୂଷଣ କମ କରିବା ସହ ପରିବେଶ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ପଲିସି ଦ୍ୱାରା ଯାନବାହନ ଉତ୍ପାଦନ ଶିଳ୍ପର ବିକାଶ ସହ ୧୦ ହଜାର କୋଟିର ପୁଞ୍ଜି ନିବେଶ ହେବ। ହଜାର ହଜାର ଲୋକଙ୍କୁ ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ଘରୋଇ ଗାଡ଼ି ପାଇଁ ୨୦ବର୍ଷ ଓ ବାଣିଜ୍ୟିକ ଯାନ ପାଇଁ ୧୫ ବର୍ଷ ପରେ ଫିଟନେସ୍‌ ସାର୍ଟିଫିକେଟ୍ ନମିଳିଲେ ଆପେ ଆପେ ଏହାର ପଞ୍ଜିକରଣ ରଦ୍ଦ ହୋଇଯିବ। ଗାଡ଼ି ଗୁଡ଼ିକର ଫିଟ୍‌ନେସ ଯାଞ୍ଚ କେବଳ ସରକାରୀ ଅନୁମୋଦିତ କେନ୍ଦ୍ରରେ କରାଯିବ। ଗାଡ଼ି ଯେଉଁଠୁ କିଣା ଯାଇଥାଉ ନା କାହିଁକି ସ୍କ୍ରାପ୍ ଦେଶର କୌଣସି ବି ସ୍ଥାନରେ ହୋଇ ପାରିବ । ପୁରୁଣା ଗାଡ଼ି ସ୍କ୍ରାପ୍ ସାର୍ଟିଫିକେଟ୍ ଦେଖାଇଲେ, ନୂଆ ଗାଡ଼ି କିଣିବା ବେଳେ ଗାଡ଼ି ମୂଲ୍ୟରେ ୫ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ସେହିପରି ଘରୋଇ ଗାଡ଼ି କ୍ଷେତ୍ରରେ ରୋଡ୍‌ ଟ୍ୟାକ୍ସରେ ପାଖାପାଖି ୨୫ ପ୍ରତିଶତ ଓ ବାଣିଜ୍ୟିକ ଗାଡ଼ି କ୍ଷେତ୍ରରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସରେ ରିହାତି ମିଳିବ।

Scrapping Policy Scrapping Old Vehicles
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ