Advertisment

ସରକାରୀ ଦପ୍ତର ଶୂନଶାନ୍, ଧାରଣାରେ ରାଜ୍ୟବ୍ୟାପୀ ଅମଲା

ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ରାଜ୍ୟ ଅମଲା ମଞ୍ଚ...୩୦ ଜିଲ୍ଲାର ସରକାରୀ ଦପ୍ତରରେ କାମ ଠପ୍, ଧାରଣାରେ ୫୦ ହଜାର ଅମଲା...ସରକାର ଆଲୋଚନାକୁ ଆସୁନଥିବାରୁ ଆଗକୁ ଆନ୍ଦୋଳନ ଉଗ୍ର ହେବା ଆଶଙ୍କା...

ଅଦ୍ୟତନ ହୋଇଛି
Amala Sangha

Amala Sangha

Advertisment

ସରକାରୀ କାର୍ଯ୍ୟାଳୟ ଖାଁ ଖାଁ, ଧାରଣାରେ ରାଜ୍ୟବ୍ୟାପୀ ଅମଲା । ଦୀର୍ଘ ଦିନର ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ଅମଲା ସମୁହ ଛୁଟିରେ ଯିବା ପରେ ସରକାରୀ ଦପ୍ତରରେ ଶୂନଶାନ୍ ସ୍ଥିତି । ଏ ଜୟପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏଠି ଅନ୍ୟ ଦିନ ଭଳି ବିଭିନ୍ନ କାର୍ଯ୍ୟ ଲାଗି ଅଫିସକୁ ଆସି ନିରାଶ ହୋଇଛନ୍ତି ସାଧାରଣ ଲୋକେ।

Advertisment

ଅମଲାଙ୍କ ଅନୁପସ୍ଥିତି ପାଇଁ ଖାଲି ହାତରେ ଫେରିବାକୁ ପଡ଼ିଛି । ସେହିପରି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ସମାନ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏଠି ବି ଫାଇଲ ଓ ଟେବୁଲ ଛାଡ଼ି ସମୁହ ଆନ୍ଦୋଳନରେ କର୍ମଚାରୀ। ଏପଟେ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍।...

ରାଜ୍ୟ ଅମଲା ମଞ୍ଚର ଦାବି ଯେ, ୨୦୧୭ ପରେ ଅମଲାଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ହେଲେ ସେହି ଅନୁସାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲାମାନଙ୍କର ଗ୍ରେଡ୍ ପେ ବୃଦ୍ଧି କରାଯାଇନି । ସେମାନେ ପୂର୍ବରୁ ପାଉଥିବା ୧୯୦୦ ଗ୍ରେଡ୍ ପେ, ଏବେ ବି ବଳବତ୍ତର ରହିଛି।

Advertisment

ତେବେ ସମାନ କାମକୁ ସମାନ ଦରମା ନୀତିର ଏହା ଉଲ୍ଲଂଘନ କରୁଥିବା ସେମାନେ ଗ୍ରେଡ୍ ପେ ୪୨୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରି ଆସୁଛନ୍ତି। ଏଥିପାଇଁ ଗତ ମେ ପହିଲାରୁ ଗୋଟିଏ ମାସ ପାଇଁ ସରକାରଙ୍କୁ ଅଲଟିମେଟମ୍ ଦେଇଥିଲା ଅମଲା ସଂଘ। ସେହିଭଳି ମେ ୨୨ରୁ ୩୧ ତାରିଖ ଯାଏଁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇବା ସହ ଜୁନ ପହିଲାରୁ ଅନିର୍ଦ୍ଦିଷ୍ଟ ଦିନ ପାଇଁ ସମୁହ ଛୁଟିରେ ଯିବାକୁ ଚେତାବନୀ ଦେଇଥିଲା। ତା ଭିତରେ ସରକାର ସେମାନଙ୍କ ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ନନେବାରୁ ଆଜିଠୁ ସିଟ୍ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇଛି ଅମଲା ମଞ୍ଚ।...

ରାଜ୍ୟ ଅମଲା ମଞ୍ଚର ସୂଚନା ଅନୁସାରେ ଆଜିଠୁ ସ୍ୱାସ୍ଥ୍ୟ, ରାଜସ୍ୱ, RD.ଉନ୍ନୟନ, ଜଳସେଚନ ବିଭାଗ ଓ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ପ୍ରାୟ ୫୦ ହଜାରରୁ ଅଧିକ ଅମଲା ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେପଟେ ରାଜ୍ୟବ୍ୟାପୀ ଅମଲାଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆମେ ବିଭାଗୀୟ ମନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ