Advertisment

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

ମୃତ ନାରାୟଣଙ୍କ ଭାଇ ସୁଧୀର କୁମାର ରାଉତ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଏନେଇ ସେ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ ।

ଅଦ୍ୟତନ ହୋଇଛି
baijayanta Panda

baijayanta Panda

Advertisment

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଚକିବାଙ୍କର ନାରାୟଣ ରାଉତ ଦୁବାଇର ଆବୁଧାବିରେ କାମ କରୁଥିବା ବେଳେ ଗତ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ନାରାୟଣଙ୍କ ଭାଇ ସୁଧୀର କୁମାର ରାଉତ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଏନେଇ ସେ ବୈଜୟନ୍ତଙ୍କୁ ନିବେଦନ କରିଥିଲେ ।

Advertisment

ପରେ ଏନେଇ ବୈଜୟନ୍ତ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଜଣାଇଥିଲେ । ଏହାସହ ଆବଶ୍ୟକୀୟ କାଗଜପତ୍ର ଯୋଗାଇ ଦେଇଥିଲେ । ଶେଷରେ ଆଜି ନାରାୟଣଙ୍କ ମରଶରୀର ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ।  ମରଶରୀର ପହଞ୍ଚିବା ପରେ ବୈଜୟନ୍ତଙ୍କ କାର୍ଯ୍ୟାଳୟ ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପରେ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରିବାର ଲୋକେ ବୈଜୟନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ