Advertisment

ଦରଦଭରା ଯବାନଙ୍କ କାହାଣୀ: ଯେଉଁଠି ଜଣେ ଯବାନଙ୍କ ପରିବାର ଅସୁରକ୍ଷିତ, ସେଠି ଜୀବନ ରଖି କ’ଣ ଲାଭ ?

ସୀମା ଜଗି ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ, ହେଲେ ଏପଟେ ନିଜ ଗାଁରେ ଅସୁରକ୍ଷିତ ପରିବାର। ପରିସ୍ଥିତି ଏପରି ଯେ ଯବାନଙ୍କ ବାପାମା’ ନିର୍ଯାତିତ ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିବାକୁ ବାହାରିଲେଣି। ପରିବାର ପାଇଁ ଜମ୍ମୁ ଓ କଶ୍ମୀରରୁ ଭିଡିଓ କରି ସୁରକ୍ଷା ଭିକ୍ଷା କରିଛନ୍ତି ଯବାନ ନନୀଗୋପାଲ ମହାପାତ୍ର।

ଅଦ୍ୟତନ ହୋଇଛି
ଦରଦଭରା ଯବାନଙ୍କ କାହାଣୀ: ଯେଉଁଠି ଜଣେ ଯବାନଙ୍କ ପରିବାର ଅସୁରକ୍ଷିତ, ସେଠି ଜୀବନ ରଖି କ’ଣ ଲାଭ ?

Odia Soldier Seeks Justice For Parents

Advertisment

ନୀଳଗିରି: ସୀମା ଜଗି ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ, ହେଲେ ଏପଟେ ନିଜ ଗାଁରେ ଅସୁରକ୍ଷିତ ପରିବାର। ପରିସ୍ଥିତି ଏପରି ଯେ ଯବାନଙ୍କ ବାପାମା’ ନିର୍ଯାତିତ ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିବାକୁ ବାହାରିଲେଣି। ପରିବାର ପାଇଁ ଜମ୍ମୁ ଓ କଶ୍ମୀରରୁ ଭିଡିଓ କରି ସୁରକ୍ଷା ଭିକ୍ଷା କରିଛନ୍ତି ଯବାନ ନନୀଗୋପାଲ ମହାପାତ୍ର। ଯବାନଙ୍କ ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ନରସିଂପୁର ପଞ୍ଚାୟତ ତିନି ଦେଶ ଗାଁରେ। 

Advertisment

ସୂଚନା ଅନୁସାରେ, ଯବାନଙ୍କ ବାପାମା’ ତାଙ୍କ ପୈତୃକ ଘର ଓ ଜାଗାକୁ ନେଇ ପଡୋଶୀ ସେମାନଙ୍କୁ ଦୀର୍ଘ ଦିନ ଧରି ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। ଏନେଇ ଯବାନଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ହେଲେ ଥାନାରୁ ସହଯୋଗ ମିଳିବା ପରିବର୍ତ୍ତେ ସେମାନଙ୍କୁ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ସେଠାରୁ ବି ସେମାନଙ୍କୁ ନିରାଶ ହେବାକୁ ପଡିଛି।

ଶେଷରେ ନ୍ୟାୟ ପାଇଁ ସୋସିଆଲ ମିଡିଆର ସାହାରା ନେଇ ଯବାନ ଜଣକ ଏକ ଭିଡିଓ କରିଛନ୍ତି। ଏଥିରେ ସେ କହିଛନ୍ତି, ‘ବହୁତ କିଛି ଭାବିଲା ପରେ ଶେଷରେ ମୁଁ ସୋସିଆଲ ମିଡିଆର ସାହାରା ନେବାକୁ ଚାହିଁଲି। ମୁଁ କହିବାକୁ ଚାହୁଁଛି, ଦେଶରେ କ’ଣ କାନୁନ୍‌ ଅନ୍ଧ ହୋଇଗଲାଣି କି ? ସଠିକ୍‌ ତଦନ୍ତ କରା ନଯାଇ କ’ଣ ପାଇଁ ମୋ ପରିବାରକୁ ବିପଦ ଆଡ଼କୁ ଟାଣି ନିଆଯାଉଛି ? କ’ଣ ପାଇଁ ମୋ ବାପାମା’ ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ କଥା ଉଠିଲାଣି ? ଦେଶର ସୁରକ୍ଷା ପାଇଁ ସମସ୍ତଙ୍କୁ ସୁରକ୍ଷିତ ରଖିବା ଲାଗି ବର୍ଡରରେ ରହି ଆମେ ଡ୍ୟୁଟି କରୁଛୁ, କିନ୍ତୁ ଆମ ପରିବାର ଅସୁରକ୍ଷିତ। ଏମିତି ହେଲେ ଜଣେ ଯବାନ କ’ଣ କରିପାରିବ ? ଏଠି ଡ୍ୟୁଟି ପ୍ରୋବଲେମ୍‌, ସେଠି ଘର ପ୍ରୋବଲେମ୍‌। ବର୍ଡରରେ ରହି ମୁଁ କଷ୍ଟରେ ରହୁଛି, ସେପଟେ ମୋ ବାପାମା’ କାନ୍ଦୁଛନ୍ତି। ୟାଠୁ ଭଲ ଦୁନିଆ ଛାଡ଼ି ଚାଲି ଯିବା।’

Advertisment

ଯବାନ ଜଣକ ଆହୁରି କହିଛନ୍ତି, ‘ପ୍ରଦୀପ ବିଶ୍ୱାଳ ନାମକ ଜଣେ ପଡ଼ୋଶୀ ଓ ତାଙ୍କ ଭାଇ, ଏହାସହ କିଛି ଅସାମାଜିକ ବ୍ୟକ୍ତି ମୋ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ମାରପିଟ୍‌ କରିଛନ୍ତି। ମୁଁ ଡ୍ୟୁଟିରେ ଅଛି, ହେଲେ ସେମାନେ ମୋ ନାଁରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଏଥିପାଇଁ ବାପାମା’ ବହୁତ କଷ୍ଟରେ ରହୁଛନ୍ତି। ସେମାନଙ୍କ ଦେହ ମଧ୍ୟ ଭଲ ରହୁ ନାହିଁ। ସବୁଠୁ ବଡ଼ କଥା ହେଲା କନଷ୍ଟେବଲ ଜେନା ସାର୍‌, ବାରମ୍ବାର ଘରକୁ ଆସି ବାପାମା’ଙ୍କୁ ହଇରାଣ କରୁଛନ୍ତି ଓ ସେମାନଙ୍କୁ କଷ୍ଟ ଦେଉଛନ୍ତି। ପୁଅର ଚାକିରି ନେଇ ଯିବୁ ବୋଲି ସେ କହୁଛନ୍ତି। ଏମିତି କଥା କହିବା ଫଳରେ ବାପାମା’ ଭାଙ୍ଗି ପଡ଼ିଛନ୍ତି। ଏପରିକି ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ କଥା ପହଞ୍ଚି ଗଲାଣି। ମୁଁ ଜୀବନ ହାରି ଦେବାକୁ ଚାହୁଁଛି। ଏ ଜୀବନ ରଖି ଆଉ କିଛି ଲାଭ ନାହିଁ। ଯେଉଁଠି ଜଣେ ଯବାନଙ୍କ ପରିବାର ସୁରକ୍ଷିତ ନୁହଁନ୍ତି, ଅସୁରକ୍ଷିତ ଅଛନ୍ତି, ଜୀବନ ରଖି କ’ଣ ଲାଭ ? ବାପାମା’ ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ ଯେଉଁ କଥା ଯାଇଛି, ଏଥିପାଇଁ ଦାୟୀ ହେଉଛନ୍ତି ପଡ଼ୋଶୀ ବିଶ୍ୱାଳ ଓ ତାଙ୍କର ଭାଇ ଏବଂ ପୁଅମାନେ।’

ଯବାନଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ‘ବିନା ଦୋଷରେ ମୋତେ ଗାଳିଗୁଲଜ କରୁଛନ୍ତି। ବାରମ୍ବାର ମୋତେ ଥାନାର ଦ୍ୱାରସ୍ଥ ହେବାକୁ ପଡ଼ୁଛି। ମୁଁ ଏସବୁ ଆଉ ସହିପାରିବି ନାହିଁ।’ ସେପଟେ ଘଟଣାକୁ ନେଇ ନୀଳଗିରି ଏସ୍‌ଡିପିଓ କହିଛନ୍ତି, ‘ସେମାନଙ୍କ ନାଁରେ ଅଭିଯୋଗ ଆସିଥିବାରୁ ଘଟଣାର ତଦନ୍ତରେ ସହଯୋଗ କରିବା ପାଇଁ ସମ୍ପୃକ୍ତ କନଷ୍ଟେବଲ ଓ ଫାଣ୍ଡି ଅଧିକାରୀ ଯବାନଙ୍କ ଘରକୁ ଯାଇ ଯବାନଙ୍କ ପରିବାର ଲୋକଙ୍କୁ ବୁଝାଇଥିଲେ। ହେଲେ ସେମାନେ ପୋଲିସ୍‌କୁ ସହଯୋଗ ନକରିବାରୁ ସମ୍ପୃକ୍ତ କନଷ୍ଟେବଲ(ଯାହାଙ୍କ ନାଁରେ ଯବାନ ଜଣକ ଅଭିଯୋଗ ଆଣିଛନ୍ତି) ସାମାନ୍ୟ ବିରକ୍ତି ପ୍ରକାଶ କରିଥିଲେ। କନଷ୍ଟେବଲ ସେମାନଙ୍କୁ କହିଥିଲେ, ଆପଣ କଥାଟା ବୁଝୁ ନାହାନ୍ତି। ଆପଣଙ୍କ ପୁଅ ସରକାରୀ ଚାକିରି କରୁଛନ୍ତି, ହୁଏତ ଚାକରିରି ଉପରେ କିଛି ଆଞ୍ଚ୍‌ ଆସିପାରେ।’ ଏହି କଥା କହି ଯବାନଙ୍କ ଘରୁ ପୋଲିସ୍‌ ଚାଲି ଆସିଥିଲେ। ତଥାପି ଯବାନଙ୍କ ପରିବାର ଲୋକ ତଦନ୍ତରେ କୌଣସି ପ୍ରକାର ସହଯୋଗ କରିନଥିଲେ। ଏହାପରେ ଯବନ ଜଣକ ଭିଡିଓଟି କରି ଭାଇରାଲ୍‌ କରିଥିଲେ’।

Advertisment

ଯବାନ ଜଣକ ଅଭିଯୋଗ ଆଣିଥିବା ପଡ଼ୋଶୀ ପଦୀପ ବିଶ୍ୱାଳ ଘଟଣାକୁ ନେଇ କହିଛନ୍ତି, ‘ଏହା ସମ୍ପୂର୍ଣ୍ଣ ମିଥ୍ୟା। ସେମାନେ ଆମର ରାସ୍ତା ଉପରେ ଘର କରିଛନ୍ତି। ମୁଁ ଜଣେ ଅବସରପ୍ରାପ୍ତ ଅଧ୍ୟାପକ। ତେଣୁ ଆମେ କାହାସହ ଗଣ୍ଡଗୋଳ କରିପାରିବି ନାହିଁ। ସେମାନେସବୁ କ’ଣ କହୁଛନ୍ତି, ସେ ବିଷୟରେ ମୁଁ କିଛି କହି ପାରିବି ନାହିଁ। କିନ୍ତୁ ଆମେ ତାଙ୍କୁ କିଛି କହିନୁ। ଏପରିକି ଭଦ୍ରଲୋକଙ୍କ କଥାକୁ ମଧ୍ୟ ସେମାନେ ସ୍ୱୀକାର କଲେ ନାହିଁ। 

ସେପଟେ, ଯବାନଙ୍କ ଭିଡିଓ ଭାଇରାଲ ପରେ ନୀଳଗିରି ପୋଲିସ ତନାଘନା ଆରମ୍ଭ କରିଛି। ଯବାନଙ୍କ ଦୁଇ ପଡ଼ୋଶୀ ପ୍ରଦୀପ ବିଶ୍ୱାଳ ଓ ପ୍ରତାପ ବିଶ୍ୱାଳଙ୍କୁ ନୀଳଗିରି ଥାନାକୁ ଡକାଯାଇ ଉଭୟଙ୍କୁ ପଚରାଉଚରା କରୁଛନ୍ତି ଏସ୍‌ଡିପିଓ।

Odisha News Viral Video Odia Soldier
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ