Advertisment

ବିବାହ ବେଦୀରେ ବସିବା ପୂର୍ବରୁ ଉଠିଲା କୋକେଇ, ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ଯୁବତୀ

ଆସନ୍ତା ବର୍ଷ ବିବାହ ବେଦୀରେ ବସିଥାନ୍ତେ ଓ ନୂଆ କରି ସଂସାର ଆରମ୍ଭ କରିଥାନ୍ତେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ସଂସାର କରିବା ପୂର୍ବରୁ ସବୁଦିନ ପାଇଁ ସଂସାର ଛାଡ଼ି ଆରପାରିକୁ ଚାଲିଗଲେ।

Odia Migrant Labour Die

Odia Migrant Labour Die

Advertisment

ଆସନ୍ତା ବର୍ଷ ବିବାହ ବେଦୀରେ ବସିଥାନ୍ତେ ଓ ନୂଆ କରି ସଂସାର ଆରମ୍ଭ କରିଥାନ୍ତେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ସଂସାର କରିବା ପୂର୍ବରୁ ସବୁଦିନ ପାଇଁ ସଂସାର ଛାଡ଼ି ଆରପାରିକୁ ଚାଲିଗଲେ। ନିଜ ଗାଁ ମାଟିକୁ ଶବ ପହଞ୍ଚାଇବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ କୌଣସି ସାହାଯ୍ୟ କଲେ ନାହିଁ। ଶେଷରେ ଝିଅର ମୃତଦେହକୁ ଗାଁକୁ ଆଣିବା ପାଇଁ ବାପା’ମାଙ୍କୁ ସୁନା ବନ୍ଧକ ରଖିବାକୁ ପଡ଼ିଲା। ଦାଦନ ଦୁଃଖର ଏଭଳି ଏକ ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲାରୁ। 

Advertisment

ସୂଚନା ଅନୁସାରେ, ରାୟଗଡା ଜିଲ୍ଲା ସଦର ବ୍ଳକ୍‌ ଅନ୍ତର୍ଗତ ପିପଲଗୁଡା ଗାଁର ୨୯ ବର୍ଷୀୟ ଲକ୍ଷ୍ମୀ ଭାବିସ୍ୱାମୀ ଗିରିଧର ପୁଆଲାଙ୍କ ସହ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଉଭୟ ଗତବର୍ଷ ନଭେମ୍ବରରେ ତାମିଲନାଡୁ ରାଜ୍ୟ ତ୍ରିପୁର ଜିଲ୍ଲାର ଭେଲମ ପାଲେୟମ ଅଞ୍ଚଳରେ ଥିବା ଏକ କମ୍ପାନୀକୁ ଦାଦନ ଖଟିବାକୁ ଯାଇଥିଲେ। କୌଣସି କାରଣ ବଶତଃ ଗତ ଜାନୁଆରୀ ୨୫ ତାରିଖରେ ଲକ୍ଷ୍ମୀ ନିଆଁରେ ଜଳି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ୧୧ ଦିନ ମୃତ୍ୟୁ ସହ ସଂଘର୍ଷ କରି ଫେବୃଆରୀ ୫ ତାରିଖରେ ଲକ୍ଷ୍ମୀ ପ୍ରାଣ ହରାଇଥିଲେ। 

ଲକ୍ଷ୍ମୀଙ୍କ ଭାବିସ୍ୱାମୀ ଗିରିଧରଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଗାଁକୁ ମୃତଦେହ ନେବା ଲାଗି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ସାହାଯ୍ୟ କଲେ ନାହିଁ। ଶେଷରେ ଝିଅର ମୃତଦେହକୁ ଗାଁକୁ ଆଣିବା ପାଇଁ ଲକ୍ଷ୍ମୀଙ୍କ ବାପା’ମା ସୁନା ବନ୍ଧକ ରଖି ୩୦ ହଜାର ଟଙ୍କା ପଠାଇଥିଲେ। ଏନେଇ ବିଭିନ୍ନ ବର୍ଗରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଶ୍ରମିକ ନେତା ଦାବି କରିଛନ୍ତି। 

Advertisment
Migrant Labourer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ