Advertisment

ଜନ୍ମମାଟିରେ ପହଞ୍ଚିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ, ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ

ଥମିବାର ନାଁ ନେଉନି ଦାଦନ ମୃତ୍ୟୁ। ମାସକ ମଧ୍ୟରେ ବିଦେଶରେ ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଓମାନରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କମଳାପଦର ଗାଁର ପ୍ରଦୀପ ପାହାନଙ୍କ ମୃତଦେହ ଗାଁରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
Odia Labour Died

Odia Labour Died

Advertisment

ଖଲ୍ଲିକୋଟ: ଥମିବାର ନାଁ ନେଉନି ଦାଦନ ମୃତ୍ୟୁ। ମାସକ ମଧ୍ୟରେ ବିଦେଶରେ ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଓମାନରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କମଳାପଦର ଗାଁର ପ୍ରଦୀପ ପାହାନଙ୍କ ମୃତଦେହ ଗାଁରେ ପହଞ୍ଚିଛି। 

Advertisment

ସୂଚନା ଅନୁସାରେ, ଗତ ୧୪ ତାରିଖରେ ଓମାନରେ ରାସ୍ତା ଦୁର୍ଘଟଣାରେ ପ୍ରଦୀପଙ୍କ ମୃତ୍ୟୁ ହୋଇଥିଲା। ଓଡ଼ିଆ ସମାଜ ଓ ଜିଲ୍ଲା ପ୍ରଶାସନର ସହାୟତାରେ ୨୨ ତାରିଖରେ ପ୍ରଦୀପଙ୍କ ମୃତଦେହ ଗାଁରେ ପହଞ୍ଚିଥିଲା। ମୃତଦେହ ଓମାନରୁ ଆସି ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଦୀପଙ୍କ ଅଚାନକ୍‌ ମୃତ୍ୟୁରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ପ୍ରଦୀପଙ୍କ ଦୁଇ ପୁଅ, ଝିଅ ଓ ସ୍ତ୍ରୀ ଅଛନ୍ତି। ପ୍ରଦୀପଙ୍କ ପରିବାରକୁ ତହସିଲଦାର ରେଡକ୍ରସ ଫଣ୍ଡରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହାସହ ଖଲ୍ଲିକୋଟ ବିଧାୟିକା, ସ୍ଥାନୀୟ ସରପଞ୍ଚ ମଧ୍ୟ ପରିବାରବର୍ଗକୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Advertisment

ଅନ୍ୟପକ୍ଷେ, ପ୍ରଦୀପ କାର୍ଯ୍ୟ କରୁଥିବା ଓମାନରେ ଏକ ଘରୋଇ କମ୍ପାନୀରେ ଏବେବି ୯ ଜଣ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ବର୍ଷେ ହେବ ଏମାନେ ଉକ୍ତ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। ହେଲେ ସେମାନଙ୍କୁ ୨ ମାସର ଦରମା ଦିଆଯାଇ ଏବେ କାମ ବନ୍ଦ କରି ଦିଆଯାଇଛି। ଫଳରେ ସେମାନେ ଆଉ ଘରକୁ ଫେରି ପାରୁ ନାହାନ୍ତି। ତେଣୁ ଘରକୁ ଫେରାଇ ଆଣିବାକୁ ଏହି ଓଡ଼ିଆ ଶ୍ରମିକ ନିବେଦନ କରିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କୁ ନିଜ ଘରକୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା କରାଯାଉଥିବା ବାହାରିନ ଓଡ଼ିଆ ସମାଜ ସଭାପତି ଅରୁଣ କୁମାର ପ୍ରହରାଜ କହିଛନ୍ତି।

Advertisment
Odia Labour Died Death Of Odia Labourers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ