Advertisment

ସାକାର ହେଲା ସ୍ୱପ୍ନ: ଟ୍ରେନ୍‌ ଗଡ଼ାଇଲେ ଓଡ଼ିଆ ଝିଅ

ଆଜିର ମହିଳା ଆଗପରି ଆଉ ନାହାନ୍ତି।

ଅଦ୍ୟତନ ହୋଇଛି
Train Driver

Train Driver

Advertisment

ରାଉରକେଲା(ପବନ ତିୱାରୀ): ଆଜି ବିଶ୍ଵ ମହିଳା ଦିବସ। ଏବି  ଅବସରରେ ଚକ୍ରଧରପୁର ରେଳ ଡିଭିଜନ ପକ୍ଷରୁ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ଚକ୍ରଧରପୁର ଠାରୁ ସାଉଥ୍ ବିହାର ଏକ୍ସପ୍ରେସ ଟ୍ରେନକୁ ରାଉରକେଲା ନେଇ କି ଆସିଛନ୍ତି ସମସ୍ତ ମହିଳା କର୍ମଚାରୀ। ଟ୍ରେନରେ ଡ଼୍ରାଇଭର, ଗାର୍ଡ, ଟିଟିଙ୍କ ସମେତ ମହିଳା RPF ଷ୍ଟାଫ ମଧ୍ୟ ମହିଳା ଥିଲେ। ତେବେ ରାଉରକେଲାର ଝିଅ ସିଲାରାନି ହିରୋ ଟ୍ରେନ ଡ଼୍ରାଇଭର ଭାବେ ଆଜି ଭଳି ଦିନରେ ଟ୍ରେନକୁ ଆଣିଛନ୍ତି।

Advertisment

ମୋତେ ବହୁତ ଖୁସି ଲାଗିଲା। ମୋର ଲୋକୋ ପାଇଲଟ୍‌ ହେବା ପାଇଁ ସ୍ୱପ୍ନ ଥିଲା। ପ୍ରଥମରୁ ମୋତେ ଭୟ ଲାଗୁଥିଲା, କିନ୍ତୁ ସାହାସ ମିଳିଥିଲା। ମୋର ଜନ୍ମ ରାଉଲକେଲାରେ। ଜଣେ ଓଡ଼ିଶାର ଝିଅ ହୋଇ ଆଜି ପରି ଦିନରେ ଦାୟିତ୍ୱ ମିଳିବା ମୋ ପାଇଁ ଖୁସିର ସମୟ। ଆଜି ଯେଉଁ ଡିଆରଏମ୍‌ ସାର୍ ଯେଉଁ ଦାୟିତ୍ୱ ଦେଇଥିଲେ, ତାହା ଆମେ ସୁରକ୍ଷିତ ଭାବେ କରିପାରିଲୁ। ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇପାରିଲୁ, ତାହା ମୋତେ ଅଧିକ ଖୁସି ଦେଇଛି।

ମୁଁ ଏତିକି କହିବି ଯେ, ଆଜିର ମହିଳା ଆଗପରି ଆଉ ନାହାନ୍ତି। ନିଜ ଗୋଡ଼ରେ ନିଜେ ମହିଳା କିପରି ଛିଡା ହେବା ତାହା ଜାଣିବା ନିହାତି ଜରୁରୀ। ମହିଳାମାନେ ଦୃଢମନା ହେଲେ ସବୁ ସମସ୍ୟା ଏଡ଼ାଇପାରିବେ। ଟ୍ରେନ୍‌ ଡ୍ରାଇଭର ହେବି ବୋଲି ଜାଣିବା ପରେ ପଡୋଶୀମାନେ କମେଣ୍ଟ ମାରିଥିଲେ। କିନ୍ତୁ ସେସବୁ କଥାକୁ ଆଦୌ ଶୁଣେନି। କାହିଁକିନା ମୁଁ ମୋ ଡ୍ୟୁଟିକୁ ଗୁରୁତ୍ୱ ଦେଇଥାଏ।  

Advertisment
Odia Lady Train Driver Happy Women's Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ