Advertisment

ଛୋଟିଆ ଫ୍ରିଜ୍ ତିଆରି କରି ଚର୍ଚ୍ଚାରେ ଓଡ଼ିଆ ପୁଅ, ଖର୍ଚ୍ଚ ହୋଇଛି ମାତ୍ର...

ଭଦ୍ରକ ଜିଲ୍ଲା ତିହିଡି ସାଲପୁର ଅଞ୍ଚଳର ବିଟେକ ଛାତ୍ର କମଲ କିଶୋର ମାଝି। ସବୁ ବେଳେ ନୂଆ ନୂଆ ଆବିଷ୍କାର କରି ସେ ଚର୍ଚ୍ଚାକୁ ଆସିଥାନ୍ତି। ଏଥର SMALLEST FUNCTIONAL REFRIGERATORଟିଏ ତିଆରି କରି ଚର୍ଚ୍ଚାରେ ରହିବା ସହ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହାକୁ ତିଆରି କରିବା ପାଇଁ ସେ ଖର୍ଚ୍ଚ କରିଛନ୍ତି ମାତ୍ର ଏକ ହଜାର ଶହେ ୩୫ ଟଙ୍କା।

refrigerator

refrigerator

Advertisment

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ସାଲପୁର ଅଞ୍ଚଳର ବିଟେକ ଛାତ୍ର କମଲ କିଶୋର ମାଝି। ସବୁ ବେଳେ ନୂଆ ନୂଆ ଆବିଷ୍କାର କରି ସେ ଚର୍ଚ୍ଚାକୁ ଆସିଥାନ୍ତି। ଏଥର SMALLEST FUNCTIONAL REFRIGERATORଟିଏ ତିଆରି କରି ଚର୍ଚ୍ଚାରେ ରହିବା ସହ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହାକୁ ତିଆରି କରିବା ପାଇଁ ସେ ଖର୍ଚ୍ଚ କରିଛନ୍ତି ମାତ୍ର ଏକ ହଜାର ଶହେ ୩୫ ଟଙ୍କା।

Advertisment

ଦୁନିଆର ସବୁଠୁ SMALLEST FUNCTIONAL REFRIGERATOR ତିଆରି କରିବାରେ କମଲଙ୍କୁ ସଂପୂର୍ଣ୍ଣ ସହାୟକ କରିଥିଲେ ତାଙ୍କ ସାନଭାଇ। ନିର୍ମାଣ ବେଳର ଭିଡିଓ ରେକର୍ଡିଂ କରିବାଠାରୁ ଆରମ୍ଭ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ଅପଲୋଡ କରିବା ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା ସେ ଯୋଗାଇ ଦେଇଥିଲେ। କମଲଙ୍କ ନୂଆ ଉଦଭାବନକୁ ନେଇ ବେଶ ଖୁସି ପରିବାର ଲୋକେ।

Advertisment

ଗାଁ ଗହଳିର ଲୋକଙ୍କ ପାଇଁ କମଲଙ୍କ ଛୋଟିଆ ଫ୍ରିଜଟି ବେଶ ସହାୟକ ହେବ। ଏହା ସହ ଏଥିରେ ଔଷଧ ରଖିବା ସହ ଭେକସିନକୁ ସୁରକ୍ଷିତ ଭାବେ ରଖା ଯାଇ ପାରିବ। ବିଦ୍ୟୁତ ନ ଥିଲେ ମାତ୍ର ୧୨ ଭୋଲଟ ଦ୍ୱାରା ଏହା ଚାର୍ଜ ହୋଇପାରୁଛି। ପାଣି ଥଣ୍ଡା ପାଇଁ ମାତ୍ର କିଛି ମିନିଟ ଲାଗୁଥିବା ବେଳେ ଏକ ଘଣ୍ଟା ସମୟରେ ପାଣି ବରଫ ହେଉଛି।

ସ୍କୁଲ ପଢିବା ବେଳୁ ବିଭିନ୍ନ ପ୍ରକାର ନିଆରା ଉଦଭାବନ କରି ସବୁବେଳେ ପ୍ରଶଂସା ସାଉଣ୍ଟୁଛନ୍ତି କମଲ। ଏଥିରର ନିର୍ମାଣ ଯାହା ସାଧାରଣ ଲୋକଙ୍କ କାମରେ ଆସିବ ବୋଲି ଆଶା ବାନ୍ଧିଛନ୍ତି। ଆଉ କମଲଙ୍କ ସଫଳତା ନେଇ ବାପା ଓ ମାଆ ବେଶ ଖୁସି। ବିଚକ୍ଷଣ ବୁଦ୍ଧି ସବୁବେଳେ ନୂଆ କରିଥାଏ। କିଛି ଦେଖାଇବାର ନିଶାରେ ପଡି କମଲ ଜିଲ୍ଲା ତଥା ରାଜ୍ୟ ପାଇଁ ଆଣିଛନ୍ତି ଗୌରବ।

Advertisment
Refrigerator
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ