Advertisment

‘ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି, ଭଗବାନ ମୋତେ ନେଇଯାଅ...’

ମୃତଦେହ ଉଦ୍ଧାର ହୋଇଥିବା ହଷ୍ଟେଲ୍‌ ରୁମ୍‌ରୁ ହାତଲେଖା ଚିଠି ମିଳିଛି। ଯେଉଁଥିରେ ଲେଖା ହୋଇଛି ଯେ, ‘ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି। ଭଗବାନ ମୋତେ ନେଇଯାଅ Sorry, Sorry।’

ଅଦ୍ୟତନ ହୋଇଛି
Nursing student death in Bhubaneswar

Nursing student death in Bhubaneswar

Advertisment

‘ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି। ଗୋଟିଏ ମିନିଟ ବି ନିଦ ହେଉନାହିଁ। କିଛି କରିବାକୁ ଇଛା ହେଉନି। ମୁଁ କ’ଣ କରିବି ଜାଣିପାରୁନି। ଭଗବାନ ମୋତେ ନେଇଯାଅ Sorry, Sorry।’ ଭୁବନେଶ୍ୱରରେ ଏକ ହଷ୍ଟେଲରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଏବେ ହାତଲେଖା ଚିଠିକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ମୃତଦେହ ଉଦ୍ଧାର ହୋଇଥିବା ହଷ୍ଟେଲ୍‌ ରୁମ୍‌ରୁ ଏହି ହାତଲେଖା ଚିଠି ମିଳିଛି। ଯେଉଁଥିରେ ଏମିତି କିଛି ଲେଖା ହୋଇଛି। ମିଳିଥିବା ହାତ ଲେଖା ଚିଠିଟି ମୃତ ଛାତ୍ରୀ ଲେଖିଥିବା ଅନୁମାନ କରାଯାଉଛି। ହେଲେ ହାତ ଲେଖାଟି ମୃତ ଛାତ୍ରୀଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନି। 

ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ନିକଟରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରୁମ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଛାତ୍ରୀ ହେଲେ ବଲାଙ୍ଗିରର କୁନି କହଁର। କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ଜଣାପଡ଼ି ନଥିବାବେଳେ ଏବେ ହାତଲେଖା ଚିଠି ପୁରା ଘଟଣାକୁ ଏକ ନୂଆମୋଡ଼ ଦେଇଛି। 

Advertisment

ହଷ୍ଟେଲ୍‌ ରୁମ୍‌ରୁ ମିଳିଥିବା ଏହି ହାତଲେଖା ଚିଠିରେ ଲେଖା ହୋଇଛି ଯେ, ‘ମୁଁ ମୋ ପରିବାର, ଦିଦି, ସାଙ୍ଗସାଥୀ ସମସ୍ତଙ୍କୁ କ୍ଷମା ମାଗୁଛି। ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି। ଗୋଟିଏ ମିନିଟ ବି ନିଦ ହେଉନାହିଁ। କିଛି କରିବାକୁ ଇଛା ହେଉନି। ମୁଁ କ’ଣ କରିବି ଜାଣିପାରୁନି। ଏଥିରେ କାହାର ଦୋଷ ନାହିଁ। ପୋଲିସ କାହାରିକୁ ହଇରାଣ କରନ୍ତୁନି’। 

ସୂଚନା ଅନୁସାରେ, ଗତକାଲି ନର୍ସିଂ ପ୍ରଥମ ବର୍ଷର ଛାତ୍ରୀ କୁନିଙ୍କ ମୃତଦେହ ହଷ୍ଟେଲ୍ ରୁମ୍‌ରୁ ମିଳିଥିଲା।  ମୃତଦେହ ଉଦ୍ଧାର ପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। 

Advertisment
Student Found Hanging In Hostel Student Deadbody Found Nursing Student Death Girl Student Found Hanging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ