Advertisment

୪୦ ଡିଗ୍ରୀ ତାପମାତ୍ରାରେ ଫଳୁଛି ସେଓ ଏବଂ ଅଙ୍ଗୁର, ଲକ୍ଷାଧିକ ଟଙ୍କା କମାଇ ମାଲାମାଲ୍‌ ଚାଷୀ

ଡହଡହ ଖରାରେ ଯେଉଁଠି ସିଝି ଯିବ ସେଓ ସେଠି କିନ୍ତୁ ଚାଷ ହେଉଛି। ୪୦ ଡିଗ୍ରୀ ତାପମାତ୍ରାରେ ଫଳୁଛି ସେଓ ଏବଂ ଅଙ୍ଗୁର।

Nuapada farmers set example by grape farming

Nuapada farmers set example by grape farming

Advertisment

ଥଣ୍ଡା ଓ ଆଦ୍ର ପରିବେଶରେ ହେଉଥିବା ଚାଷ ଏବେ ଡହ ଡହ ଖରାରେ ହେଉଛି। ଡହଡହ ଖରାରେ ଯେଉଁଠି ସିଝି ଯିବ ସେଓ ସେଠି କିନ୍ତୁ ଚାଷ ହେଉଛି। ୪୦ ଡିଗ୍ରୀ ତାପମାତ୍ରାରେ ଫଳୁଛି ସେଓ ଏବଂ ଅଙ୍ଗୁର। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ନୂଆପଡ଼ା ଓ ବରଗଡ଼ରେ ଏହି ସୁଆଦିଆ ଅଙ୍ଗୁର ଓ ସେଓ ଚାଷ ହେଉଥିବା ଦେଖିବାକୁ ମିଳିଛି। 

Advertisment

ଘର ଛାତ, କାନ୍ଥ, ବାଡ଼ିରେ ଫଳିଛି ସୁଆଦିଆ ଅଙ୍ଗୁର। ଦେଶୀ ଶୈଳୀରେ ହୋଇଛି  ବିଦେଶୀ ଅଙ୍ଗୁର ଚାଷ।  ଏସବୁ ଦେଖିବାକୁ ଯେତେ ସୁନ୍ଦର, ଖାଇବାକୁ ବି ସେତେ ସୁଆଦିଆ। ନୂଆପଡ଼ା ଜିଲ୍ଲାରେ ଏଭଳି ପେନ୍ଥା ପେନ୍ଥା ଅଙ୍ଗୁର ଏବେ ଚାଷ ହେଉଛି। କୋମନା ବ୍ଲକର ଅନେକ ଗାଁରେ ଚାଷୀ ଏବେ ଉନ୍ନତମାନର ଜ୍ଞାନ କୌଶଳ ଆପଣାଇ ଅଙ୍ଗୁର ଚାଷ କରୁଛନ୍ତି। ପନିପରିବା, ଫଳମୂଳ ସମେତ ଏବେ ଅଙ୍ଗୁର ଚାଷ କରି ଦିପଇସା ଅଧିକ ରୋଜଗାର ମଧ୍ୟ କରୁଛନ୍ତି। ସାଧାରଣତଃ ଥଣ୍ଡା ଓ ଆଦ୍ର ଜଳବାୟୁରେ ଅଙ୍ଗୁର ଚାଷ ଭଲ ହୋଇଥାଏ। ତଥାପି ନୂଆପଡ଼ାରେ ଏହି ଚାଷ ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛି। 

ସେହିପରି ୪୦ ଡିଗ୍ରୀ ତାପମାତ୍ରାରେ ଫଳୁଛି ସୁଆଦିଆ ସେଓ। ବରଗଡ଼ ଜିଲ୍ଲା ବରପାଲ୍ଲୀ ଅଞ୍ଚଳରେ ଏବେ ସେଓ ଚାଷ ହେଉଛି। ହିମାଚଳ ପ୍ରଦେଶରୁ HRMN-99 ପ୍ରଜାତିର ୧୫୦ଟି ଚାରା ଆଣି ଫାର୍ମ ଆରମ୍ଭ କରିଥିଲେ କ୍ଷମାନିଧି ଚୌଧୁରୀ। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରିବା ପରେ ପ୍ରତି ଗଛରୁ ୧୦୦ କିଲୋ ଯାଏ ସେଓ ବାହାରୁଛି। ଏଥିରୁ ସେ ୧୨ରୁ ୧୫ ଲକ୍ଷ ଟଙ୍କା ଯାଏ ରୋଜଗାର କରିପାରୁଛନ୍ତି।

Advertisment

ଏବେ ଚାଷ ପାଇଁ ଆଉ ପ୍ରକୃତି ଉପରେ ନିର୍ଭର କରିବାକୁ ପଡ଼ୁନି। ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଉନ୍ନତମାନର ପ୍ରଣାଳୀକୁ ଆପଣାଇ ଲାଭଜନକ ଚାଷ ହୋଇପାରୁଛି।

(ନୂଆପଡ଼ାରୁ ମାୟାଧର ସରାଫ ଓ ବରଗଡ଼ରୁ ଦୀପକ ଶର୍ମାଙ୍କ ରିପୋର୍ଟ)

Farming In Odisha Apple Farming Grape Farming
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ