Nuapada Bus Stand
ବସ୍ ଷ୍ଟାଣ୍ଡ ଅଛି, ବସ ରହିବାକୁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିଲା । ହେଲେ ବସ୍ ଆସୁନି କି ଲୋକେ ବି ଆସୁନାହାନ୍ତି । ସ୍ଥିତି ଏମିତି ହେଲାଣି ଯେ ସରକାର କୋଟି କୋଟି ଟଙ୍କା ବ୍ୟୟରେ ତିଆରି କରିଥିବା ବସଷ୍ଟାଣ୍ଡକୁ ଦିନେ ହେଲେ ବି ଗାଡି ଯାଇନି । ଏତେ ଟଙ୍କା ଖର୍ଚ୍ଚ କରି ବସଷ୍ଟାଣ୍ଡ ତିଆରି ହେଲା କିନ୍ତୁ ବ୍ୟବହାର ହୋଇପାରିଲା ନାହିଁ । ତେଣୁ ବସଷ୍ଟାଣ୍ଡର ଅବସ୍ଥା ପୂରା ସଙ୍ଗୀନ ।
ନୂଆପଡା ଜିଲ୍ଲା ଖରିଆରରୋଡର ଥିବା ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ । ସରକାରୀ ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଲାଗି ନିର୍ମାଣ ହୋଇଥିବା ଏଇ ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ନେଇ ଭାରି ଚର୍ଚ୍ଚା । ଆଶାଥିଲା...ଏଇ ବସଷ୍ଟାଣ୍ଡ ନିର୍ମାଣ ହେବା ପରେ ଶହଶହ ଲୋକ ଉପକୃତ ହେବେ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ କି, ବସଷ୍ଟାଣ୍ଡ ନିର୍ମାଣ ହେବାର କିଛି ଦିନ ପରେ କିଛି ବସ୍ ଷ୍ଟାଣ୍ଡକୁ ଆସିଥିଲେ । ହେଲେ ହଠାତ୍ ବସ ଗୁଡ଼ିକ ଷ୍ଟାଣ୍ଡକୁ ଆସିଲେନି ବରଂ ମୁଖ୍ୟ ରାସ୍ତା କଡରେ ବସ ଗୁଡ଼ିକ ପାର୍କିଂ କଲେ ।
ଲୋକଙ୍କ ଲାଗି ବସଷ୍ଟାଣ୍ଡ ତିଆରି ହେଲା , ହେଲେ କାମରେ ଲାଗିଲା ନାହିଁ । ଆଉ ଏବେ ସେହି ନୂଆ ବସଷ୍ଟାଣ୍ଡରେ ବୁଲୁଛନ୍ତି ବୁଲା କୁକୁର । କେହି ନଆସୁଥିବାରୁ ଗୋଟିଏ ପ୍ରକାର ଭୂତକୋଠୀ ପାଲଟିଗଲାଣି ବସଷ୍ଟାଣ୍ଡ । ସେପଟେ ପୂରା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଖରିଆର ରୋଡ୍ ଏନଏସିର ନିର୍ବାହୀ ଅଧିକାରୀ । କହିଛନ୍ତି, ସବୁ ବସ କେମିତି ନୂଆ ଷ୍ଟାଣ୍ଡକୁ ଯିବ ସେନେଇ ବ୍ୟବସ୍ଥା କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688093883.jpg)