Advertisment

ଅଜବ ପ୍ରତିଭା, ଯାହା ଦେଖୁଛନ୍ତି ତାହା ଆଙ୍କୁଛନ୍ତି

ପିଲାଟି ଦିନରୁ ଉମାକାନ୍ତଙ୍କର ଚିତ୍ର ପ୍ରତି ପ୍ରବଳ ଦୁର୍ବଳତା ଥିଲା । ସେଥିପାଇଁ ତ ଯେଉଁଠି ବସିଲେ ବି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଦେଉଛନ୍ତି ଉମାକାନ୍ତ।

Pencil Art

Pencil Art

Advertisment

ଜୀବନ୍ତ ମଣିଷକୁ ସାମ୍ନାରେ ଠିଆ କରି ଏଭଳି ଫଟୋ ଆଙ୍କି ଦେଉଛନ୍ତି ଯେ, ଆପଣ ବି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଆଉ କହିବେ ଏଗୁଡ଼ା ଫଟୋ ନାଁ ଜୀବନ୍ତ ମଣିଷ? ଖାଲି ଆପଣ କାହିଁକି ବରଂ ଯିଏ ଏହାକୁ ଦେଖିବ ସିଏ ଆଶ୍ଚର୍ଯ୍ୟ ହେବ। ସତରେ ପେନସିଲର ମୁନରେ ଯାହା ଦେଖୁଛନ୍ତି ତାକୁ ଏମିତି ଆଙ୍କୁଛନ୍ତି ଯେ ଫଟୋ ଗୁଡ଼ିକ ପୂରା ଜୀବନ୍ତ ଲାଗି ଉଠୁଛି ।

Advertisment

ଏଭଳି ଚିତ୍ର ଆଙ୍କୁଥିବା କଳାକାର ଜଣକ ହେଉଛନ୍ତି ନୂଆପଡା କୋମନା ବ୍ଲକ ଭେଲା ଗାଁର ଉମାକାନ୍ତ କୈବର୍ତ । ହାତରେ ପେନସିଲ ଆଉ କାଗଜ ଥିଲେ, ସେ ଯାହା ଦେଖନ୍ତି ତାହାକୁ ଜୀବନ୍ତ ରୂପ ଦେଇ ଦିଅନ୍ତି। ଉମାକାନ୍ତଙ୍କ ପେନସିଲ ମୁନରେ ଚିତ୍ର ସବୁ ଏମିତି ଜୀବନ୍ତ ହୋଇ ଉଠନ୍ତି ଯେ, ଦେଖିଲା ଲୋକ ଘଡ଼ିଏ ଚାହିଁ ରହିବ । ଘର ହେଉ କି ବାହାରେ ଉମାକାନ୍ତ ଯେଉଁଠି ବସନ୍ତି ସେଇଠି ବସି ଚିତ୍ର ଆଙ୍କନ୍ତି ।

ପିଲାଟି ଦିନରୁ ଉମାକାନ୍ତଙ୍କର ଚିତ୍ର ପ୍ରତି ପ୍ରବଳ ଦୁର୍ବଳତା ଥିଲା । ସେଥିପାଇଁ ତ ଯେଉଁଠି ବସିଲେ ବି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଦେଉଛନ୍ତି ଉମାକାନ୍ତ। ବର୍ତ୍ତମାନ ସୁଦ୍ଧା ତତ୍କାଳୀନ ଜିଲ୍ଲାପାଳ ସ୍ୱଧାଦେବ ସିଂ, ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ସମେତ ସାଙ୍ଗସାଥୀ ପିଲାଙ୍କ ଅନେକ ଅବିକଳ ଫଟୋ ପେନସିଲ୍ ମୁନରେ ଆଙ୍କିଛନ୍ତି ଉମାକାନ୍ତ। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବି ବେଶ ଚର୍ଚ୍ଚା ହୁଏ ।

Advertisment

ଉମାକାନ୍ତ ଏତେ ସୁନ୍ଦର ସୁନ୍ଦର ଫଟୋ ଆଙ୍କୁଛନ୍ତି ଯେ, ନିଜ ନିଜ ଫଟୋ ଆଙ୍କିଦେବାକୁ ଗାଁରୁ ଅନେକ ଲୋକ ଆସି ଉମାକାନ୍ତଙ୍କ ଘର ସାମ୍ନାରେ ଭିଡ଼ ଜମାନ୍ତି। ପୁଅର ଏମିତି ଚିତ୍ର ଦେଖି ବାପା-ମାଆ ଆଶା ରଖିଛନ୍ତି କି ଚାରୁକଳା ବିଦ୍ୟାଳୟରେ ପୁଅ ପଢିବାର ସଯୋଗ ପାଉ । ତେବେ କିଛି ଦିନ ତଳେ କୋମନା ବିଡିଓଙ୍କୁ ଉମାକାନ୍ତ ଏକ ଚିତ୍ର ଆଙ୍କି ଉପହାର ଦେଇଥିଲେ । ଆଉ ଉମାକାନ୍ତଙ୍କୁ ଚିତ୍ର କଳା ବିଦ୍ୟାଳୟରେ ସରକାରୀ ବ୍ୟବସ୍ଥାରେ ଶିକ୍ଷା ଯୋଗାଇ ଦେବାକୁ ସେ ନୂଆପଡା ଜିଲ୍ଲାପାଳଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଉମାକାନ୍ତଙ୍କୁ କେବେ ସରକାରୀ ଚିତ୍ରକଳା ବିଦ୍ୟାଳୟରେ ପଢିବାକୁ ସୁଯୋଗ ମିଳୁଛି ଏବଂ ଆଗାମୀ ଦିନରେ ସେ କାହାକାହର ଚିତ୍ର ଆଙ୍କୁଛନ୍ତି ।

ରିପୋର୍ଟର- ମାୟାଧର ସରାଫ୍‌

Special Story Pencil Art
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ