ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ :୪୯୮ ଗ୍ରାମର ସୁନାଗହଣା ଓ ଅଢ଼େଇ କେଜିର ରୁପା ଗହଣା ଠାବ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଆଜି ସକାଳୁ ସକାଳୁ ହୋଇଛି ଭିଜିଲାନ୍ସ ରେଡ୍ ।

ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନୂଆପଡ଼ା ଏସିଏସ୍ଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ରତ୍ନାକରଙ୍କ ୬ଟି ସ୍ଥାନରେ ଚଢ଼ଉ କରାଯାଉଛି ।

କଟକ ମଧୁପାଟଣା ବାଲିସାହିରେ ଥିବା ତାଙ୍କ ବାସଭବନ, ଚାଉଳିଆଗଞ୍ଜରେ ଥିବା ତିନି ମହଲା ବିଶିଷ୍ଟ ଘର, କଟକ ବାଲିସାହିରେ ଥିବା ନଟରାଜ କଲ୍ୟାଣ ମଣ୍ଡପ, ଚୌଦ୍ୱାର ଓରଣ୍ଡାରେ ଥିବା ୩ ଏକର ଜମି, ନୂଆପଡ଼ା ସ୍ଥିତ ସରକାରୀ କାର୍ଯ୍ୟାଳୟ, ନୂଆପଡ଼ାର ଭଡ଼ାଘରରେ ଚଢ଼ଉ କରାଯାଇଛି । ଏହି ଚଢ଼ଉରେ ୬ ଜଣ ଭିଜିଲାନ୍ସ ଡିଏସପି, ୧୨ ଜଣ ଇନସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

ଚଢ଼ଉ ବେଳେ ବହୁ ଟଙ୍କାର ସଂପତ୍ତି, ୪୯୮ ଗ୍ରାମର ସୁନା ଅଳଙ୍କାର ଓ ୨.୫ କିଲୋଗ୍ରାମ ଓଜନର ରୁପା ଅଳଙ୍କାର ଠାବ ହୋଇଛି । ଚଢ଼ଉ ଜାରି ରହିଥିବାରୁ ସଂପତ୍ତିର ଆକଳନ କରାଯାଇ ନାହିଁ ।