Advertisment

ଆଉ ଯିବାକୁ ପଡ଼ିବନି RTO ଅଫିସ୍; ଘରେ ବସି ପାଇପାରିବେ ଲର୍ଣ୍ଣିଂ ଲାଇସେନ୍ସ

ଘରେ ବସି ଅନଲାଇନରେ ପରୀକ୍ଷା ଦେଇ ହାତେଇ ପାରିବେ ଡ୍ରାଇଭିଂ ଲର୍ଣ୍ଣିଂ ଲାଇସେନ୍ସ। ବଦଳାଇ ପାରିବେ ଗାଡ଼ିର ମାଲିକାନାସ୍ୱତ୍ୱ। କାରଣ ଭିଜିଟଲେସ୍ ହେବ ରାଜ୍ୟର ପରିବହନ ସମ୍ପର୍କିତ ସେବା।

undefined

Learner License

Advertisment

ଏଣିକି ଆଉ ଦୌଡ଼ିବାକୁ ପଡ଼ିବନି RTO ଅଫିସ୍। ଘରେ ବସି ପରୀକ୍ଷା ଦେଇ ପାଇପାରିବେ ଲର୍ଣ୍ଣିଂ ଲାଇସେନ୍ସ, କରିପାରିବେ ଗାଡ଼ିମୋଟର କିଣାବିକା। ଆସନ୍ତା ୨୨ ତାରିଖରୁ ରାଜ୍ୟର RTO ଗୁଡ଼ିକରେ ଏଭଳି ସେବାର ଶୁଭାରମ୍ଭ କରିବାକୁ ଯାଉଛି ପରିବହନ ବିଭାଗ। ସରକାରଙ୍କ ଏ ପଦକ୍ଷେପକୁ ଗାଡ଼ି ଚାଳକ ଓ ଗାଡ଼ି ମାଲିକ ସ୍ୱାଗତ କରିଥିବା ବେଳେ ବିନା ହେଲ୍ପ ଡେସ୍କ ଓ ଗ୍ରାହକ ସେବା କେନ୍ଦ୍ରରେ ଏହା RTO ସେବାରେ ଇ-ଦଲାଲଙ୍କ ପ୍ରାଦୁର୍ଭାବ ବଢ଼ାଇବ ବୋଲି ଆଶଙ୍କା କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ।

Advertisment

ଘରେ ବସି ଅନଲାଇନରେ ପରୀକ୍ଷା ଦେଇ ହାତେଇ ପାରିବେ ଡ୍ରାଇଭିଂ ଲର୍ଣ୍ଣିଂ ଲାଇସେନ୍ସ। ବଦଳାଇ ପାରିବେ ଗାଡ଼ିର ମାଲିକାନାସ୍ୱତ୍ୱ। କାରଣ ଭିଜିଟଲେସ୍ ହେବ ରାଜ୍ୟର ପରିବହନ ସମ୍ପର୍କିତ ସେବା। ଆସନ୍ତା ଅଗଷ୍ଟ ୨୨ରେ ରାଜ୍ୟରେ ଏହି ଭିଜିଟଲେସ ପରିବହନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟ ପରିବହନ ପ୍ରାଧିକରଣ- STA କହିଛି, ନୂଆ ବ୍ୟବସ୍ଥା ଅଧୀନରେ ଆରଟିଓ ସେବା ଉଭୟ ଆଧାର ଓ ଓଟିପି ଆଧାରିତ ହେବ। ସେଥିମଧ୍ୟରୁ ଆଧାର ଭିତ୍ତିକ ସେବା ପାଇଁ RTOକୁ ଯିବାକୁ ପଡ଼ିବ ନାହିଁ।

ପ୍ରାରମ୍ଭିକ ଭାବେ ପାଇଲଟ ପ୍ରକଳ୍ପ ଆଧାରରେ ଲର୍ଣ୍ଣିଂ ଲାଇସେନ୍ସ, ଗାଡ଼ି କିଣାବିକା ସମେତ ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଠିକଣା ପରିବର୍ତ୍ତନ, ଏନ୍ଓସି, ଡୁପ୍ଲିକେଟ୍ ଆରସି ଭଳି ୭ଟି ସେବା ଭିଜିଟଲେସ ହେବ। ଧୀରେ ଧୀରେ ଅନ୍ୟ ଆରଟିଓ ସେବା ଏଥିରେ ସାମିଲ ହେବ। ଆଗାମୀ ଦିନରେ ଏହାକୁ ମୋ ସେବା କେନ୍ଦ୍ର ସହ ମଧ୍ୟ ଯୋଡ଼ାଯିବ।

Advertisment

ରାଜ୍ୟ ପରିବହନ ବିଭାଗର ଏ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଗାଡ଼ି ଚାଳକ ଓ ଗାଡ଼ି ମାଲିକ। କହିଛନ୍ତି, ସରକାରଙ୍କ ଏ ପଦକ୍ଷେପ ଯୋଗୁ ଆଉ ବାରମ୍ବାର ଆରଟିଓ ଅଫିସ ଦୌଡ଼ିବାକୁ ପଡ଼ିବନି କି ଦଲାଲଙ୍କୁ ସାମ୍ନା କରିବାକୁ ହେବନି। ତେବେ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ଅଭିଯୋଗ, ଏବେ ବି ରାଜ୍ୟରେ ଅନେକ ଲୋକଙ୍କର କମ୍ପ୍ୟୁଟର ଜ୍ଞାନ ନାହିଁ। ଏଭଳି ଲୋକ କିଭଳି ଭିଜିଟଲେସ ସେବାର ଫାଇଦା ପାଇବେ?

ଏଥିପାଇଁ କେବଳ ନିୟମ ବା ବ୍ୟବସ୍ଥା କରିଦେଲେ ହେବନି। ପରିବହନ ବିଭାଗ ପକ୍ଷରୁ ପ୍ରତି ଆରଟିଓ ଅଫିସରେ ହେଲ୍ପ ଡେସ୍କ ଓ ଗ୍ରାହକ ସେବା କେନ୍ଦ୍ର ଖୋଲିବାକୁ ଦାବି ହୋଇଛି। ନଚେତ ଲୋକମାନେ ପୂର୍ବର ଦଲାଲଙ୍କ ଭଳି  ଆଗକୁ ଇ-ଦଲାଲଙ୍କ ଶିକାର ପାଲଟିବେ ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ। ଏବେ ଅପେକ୍ଷା, ଲୋକଙ୍କ ଦ୍ୱାରା କେତେ ଗ୍ରହଣୀୟ ହେବ ପରିବହନ ବିଭାଗର ଏ ଭିଜିଟଲେସ ଆରଟିଓ ସେବା।

Advertisment
RTO Learner License
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ