Advertisment

୧୬ ହଜାର କୋଟିରୁ ଅଧିକ ଟଙ୍କାରେ ତିଆରି ହେଲା ହୋଟେଲ୍; ଆସି ନାହାନ୍ତି କେହି ଅତିଥି

ଏଠି ଅଛି ଏମିତି ଏକ ହୋଟେଲ ଯାହାର ନିର୍ମାଣରେ ୧୬ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ସେହି ହୋଟେଲକୁ ନେଇ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦୀର୍ଗ ୨୫ରୁ ଅଧିକ ବର୍ଷ ପରେ ମଧ୍ୟ ଏହା ଖୋଲାଯାଇ ନାହିଁ।

ଅଦ୍ୟତନ ହୋଇଛି
North korea hotel built for 16 thousand crore rupees no guest has come yet

North korea hotel built for 16 thousand crore rupees no guest has come yet

Advertisment

ଏମିତି ଏକ ହୋଟେଲ ଯାହାର ନିର୍ମାଣରେ ୧୬ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ସେହି ହୋଟେଲକୁ ନେଇ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦୀର୍ଘ ୨୫ରୁ ଅଧିକ ବର୍ଷ ପରେ ମଧ୍ୟ ଏହା ଖୋଲାଯାଇ ନାହିଁ। ଆଜି ପର୍ଯ୍ୟନ୍ତ କୌଣସି ଅତିଥି ଏହି ହୋଟେଲକୁ ଆସିନାହାଁନ୍ତି। ବିଭିନ୍ନ ପ୍ରଚାର ଉଦ୍ଦେଶ୍ୟରେ ବର୍ତ୍ତମାନ ଏହି ହୋଟେଲକୁ ଏକ ବିଶାଳ ଟେଲିଭିଜନ୍ ସ୍କ୍ରିନ୍ ଭାବରେ ବ୍ୟବହାର କରାଯାଉଛି। ଏହାର ନାଁ ହେଉଛି ରୟୁଗୟୋଙ୍ଗ ହୋଟେଲ।

Advertisment

ରିପୋର୍ଟ ଅନୁଯାୟୀ, ଏହି ହୋଟେଲ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଅଛି। ଏହି ହୋଟେଲ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌-ଜୋଙ୍ଗ-ଉନଙ୍କ ବିଳାସପୂର୍ଣ୍ଣ ଘରଠାରୁ ପ୍ରାୟ ୧୨ ମାଇଲ (୧୯.୩ କିଲୋମିଟର) ଦୂରରେ ରହିଛି। ଆକାଶଛୁଆଁ ଏହି ହୋଟେଲ୍‌ର ଉଚ୍ଚତା ୧୦୮୨ ଫୁଟ। ଏଥିରେ ୩୦୦୦ ରୁମ୍ ନିର୍ମାଣ ପାଇଁ ଯୋଜନା ଥିଲା। ଏହି ହୋଟେଲ ଅର୍ଥନୈତିକ ଏବଂ ରାଜନୈତିକ ଶକ୍ତିର ପ୍ରତୀକ ହେବାର ଥିଲା, କିନ୍ତୁ ଏହାକୁ ୨୫ ବର୍ଷରୁ ଅଧିକ ହୋଇଗଲାଣି କିନ୍ତୁ ଖାଲି ପଡିଛି। ଏବେ ଏହାକୁ ‘ହୋଟେଲ ଅଫ୍ ଡୁମ୍’ ଉପନାମ ଦିଆଯାଇଛି।

ଉତ୍ତର କୋରିଆରେ ଥିବା ଏହି ହୋଟେଲର ନିର୍ମାଣ ୧୯୮୭ ରେ ଆରମ୍ଭ ହୋଇଥିଲା। ଉଦ୍ଦେଶ୍ୟ ଥିଲା ୨ ବର୍ଷ ପରେ ଏହାକୁ ଖୋଲାଯିବ। ଯଦି ଏହା ଠିକ ସମୟରେ ଶେଷ ହୋଇଥାନ୍ତା, ତେବେ ଏହା ଦୁନିଆର ସବୁଠାରୁ ଉଚ୍ଚ ହୋଟେଲ ହୋଇଥାନ୍ତା - ଏହା ପରିବର୍ତ୍ତେ ଏହା ବର୍ତ୍ତମାନ ପୃଥିବୀର ସବୁଠାରୁ ଉଚ୍ଚ ଖାଲି କୋଠା ହେବାର ରେକର୍ଡ କରିଛି, ଯାହାର ନିର୍ମାଣ ପାଇଁ ଆଶ୍ଚର୍ଯ୍ୟଜନକ ଭାବେ ୧୬ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। 

Advertisment

ଜୁଲାଇ ୨୦୧୧, ବିଲ୍ଡିଂରେ ବାହ୍ୟ କାଚ ପ୍ୟାନେଲ ଲଗାଯାଇଥିଲା। ଏହା ପରେ ୨୦୧୩ ସୁଦ୍ଧା କାମ ଶେଷ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ଏହା କଦାପି ବାସ୍ତବ ହୋଇ ନଥିଲା। ରିପୋର୍ଟ ଅନୁସାରେ ଏହି ହୋଟେଲ ଭିତରୁ ସମ୍ପୂର୍ଣ୍ଣ ଖାଲି। ଏହି ବିଲଡିଂରେ କିଛି ତ୍ରୁଟି ମଧ୍ୟ ଅଛି। ଯେପରିକି ଲିଫ୍ଟ ଶାଫ୍ଟକୁ 'ବଙ୍କା' ଛାଡି ଦିଆଯାଇଛି ଏବଂ ଏହାର ଚଟାଣ ଢାଲୁ ରହିଛି।

ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଯୁଦ୍ଧ ଲାଗି ରହିବା କାରଣରୁ ହୋଟେଲର ମୂଳଦୁଆ ଦୁର୍ବଳ ହୋଇଯାଇଛି। ୨୦୧୮ରେ, ବିଲଡିଂରେ ଏଲ୍‌ଇଡି ପ୍ୟାନେଲ ସ୍ଥାପନ କରାଯାଇଥିଲା, ଯାହା ଉତ୍ତର କୋରିଆ ସରକାରଙ୍କ ପ୍ରଚାର ପାଇଁ ଏକ ବିଶାଳ ସ୍କ୍ରିନ୍ ହୋଇ ରହିଯାଇଛି।

Advertisment
Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ