ନାଳ ସାଜିଛି କାଳ: ପୋଲ ନଥିବାରୁ ହଇରାଣ ହେଉଛନ୍ତି ଗାଁ ଲୋକେ

ନାଳ ସାଜିଛି କାଳ । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନାଗପଡା ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ତଥା ଆଖପାଖ ୩ ଖଣ୍ଡ ଗାଁ ଲୋକଙ୍କ ପାଇଁ ଇନ୍ଦ୍ର ନଦୀର ନାଳ କାଳ ପାଲଟିଛି । ଏହି ନାଳ ପାଇଁ ଗାଁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଶଣୁନାହିଁ ପ୍ରଶାସନ ।

ନାଳ ସାଜିଛି କାଳ: ପୋଲ ନଥିବାରୁ ହଇରାଣ ହେଉଛନ୍ତି ଗାଁ ଲୋକେ

ନୂଆପଡା (ମାୟାଧର ସରାଫ) : ନାଳ ସାଜିଛି କାଳ । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନାଗପଡା ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ତଥା ଆଖପାଖ ୩ ଖଣ୍ଡ ଗାଁ ଲୋକଙ୍କ ପାଇଁ ଇନ୍ଦ୍ର ନଦୀର ନାଳ କାଳ ପାଲଟିଛି ।

ସୂଚନା ଅନୁସାରେ, ପୁରା ଗାଁରେ ୨ଟି ନାଳ ଅଛି । ଆଉ ଏହି ଦୁଇଟି ନାଳରେ ବର୍ଷକୁ ପ୍ରାୟ ୬ ମାସ ପାଣି ଭରି ରହିଥାଏ । ଫଳରେ ନାଗପଡା ପଂଚାୟତର ଖୋଲିଭିତର, ଭୁଇଁପାନି ଓ ଛୁଇପାନୀ ଗାଁର ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ବର୍ଷା ଦିନେ ଗାଁ ଲୋକେ ଜଳବନ୍ଦୀ ହୋଇ ରହିଥାନ୍ତି । ଏମିତି କି ଲୋକେ ନିଜ ପଞ୍ଚାୟତ ନାଗପଡାକୁ ମଧ୍ୟ ଯାଇପାରନ୍ତି ନାହିଁ ।

ପିଲାଠୁ ଆରମ୍ଭ କରି ବୁଢା ଯାଏ ସମସ୍ତେ ଏହି ନାଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆମ୍ୱୁଲାନ୍ସ ହେଉ ବା ଜରୁରୀ ସେବା ଏହି  ନାଳ ପାଇଁ ସବୁ ମୌଳିକ ସୁବିଧାରେ ବାଧାବିଘ୍ନ ସୃଷ୍ଟି ହୋଇଥାଏ । କେବଳ ଏତିକି ନୁହେଁ ଗାଁ ବୟସ୍କ ବ୍ୟକ୍ତିମାନେ ମଧ୍ୟ ଏହି ନାଳ ଦେଇ ବହୁ ଅସୁବିଧାରେ ଭର୍ତ୍ତା ଆଦି ଆଣିବା ପାଇଁ ଯାଇଥାନ୍ତି ।

ଗାଁର ଏହି ଅସୁବିଧାକୁ ତଥା ନେଇ ଇନ୍ଦ୍ର ନଦୀରେ ୨ଟି ନୂଆ ବ୍ରିଜ ନିର୍ମାଣ ପାଇଁ ଗାଁ ଲୋକେ ସରପଂଚଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇ ନୟାନ୍ତ ହୋଇ ପଡିଛନ୍ତି । ହେଲେ କିଛି ସୁଫଳ ମିଳୁନଥିବାର ଅଭିଯୋଗ କରିଛନ୍ତି ଗାଁ ଲୋକେ । 

ତେବେ ଏହି ସମସ୍ୟାର ସମାଧାନ ପାଇଁ ବୋଡେନ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ନାଳକୁ ଦେଖି ଯାଇ ରାସ୍ତା ବ୍ୟବସ୍ଥା କରିବେ ବୋଲି କହିଛନ୍ତି ନୂଆପଡା ପିଡି ଡିଆରଡିଏ ମଧୁଛନ୍ଦା ସାହୁ ।