Advertisment

ଖରାପ ରାସ୍ତା ପାଇଁ ଗଲାଣି ଅନେକ ଧନଜୀବନ : ଭୋଟ ବର୍ଜନ ଧମକ ଦେଲେ ଗାଁ ଲୋକ

ରାସ୍ତାକୁ ନେଇ ତାତିଲେ ଜନତା..ନିର୍ବାଚନ ଆସିଲେ.. ନେତା ଆସୁଛନ୍ତି.. ପ୍ରତିଶ୍ରୁତି ମିଳୁଛି..ହେଲେ ନିର୍ବାଚନ ସରିଲେ ଜନତାଙ୍କ କଥା ଭୁଲିଯାଉଛନ୍ତି..ଏଥର କିନ୍ତୁ ବହୁତ ହେଇଗଲା..

ଅଦ୍ୟତନ ହୋଇଛି
No Road, No Vote

No Road, No Vote

Advertisment

ବିନିକା(ଦିଲ୍ଲୀପ କୁମାର ସାହୁ) : ପ୍ରତ୍ୟେକ ଗାଁକୁ ରାସ୍ତା ହେବ । ପିଇବା ପାଣିଠୁ ଆରମ୍ଭ କରି ହାତ ପାହାନ୍ତରେ ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ତ ସୁବିଧା ମିଳିବ । ନିର୍ବାଚନ ସମୟରେ ଏମିତି କେତେ କଣ ପ୍ରତିଶୃତି ମିଳୁଛି । ହେଲେ ନିର୍ବାଚନ ସରିଲା ପରେ ପ୍ରତିଶୃତି ରହିଯାଉଛି ପ୍ରତିଶୃତିରେ । ସ୍ୱାଧିନତାର ଏତେ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ଟିଏ ମଧ୍ୟ ତିଆରି ହୋଇନାହି । ଏଥର ରାଜନେତାଙ୍କ ଫମ୍ପା ପ୍ରତିଶୃତି କାମ ଦେବ ନାହିଁ ବୋଲି ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି ଗ୍ରାମବାସୀ । ରୋଡ ନାହିଁ ତ ଭୋଟ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅସୁରଗଡ ଗାଁ ଲୋକେ ।

Advertisment

ଗାଁକୁ ରାସ୍ତା ନ ହେଲେ ଭୋଟ ବର୍ଜନ । ଏଭଳି ଚେତାବନୀ ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅସୁରଗଡ ଗାଁ ଲୋକେ । ବର୍ଷ ବର୍ଷ ରାସ୍ତା ପାଇଁ ହିନସ୍ତା ହେବା ପରେ ଏଭଳି ପଦକ୍ଷେପ ନେଇଥିବା ଲୋକେ କହିଛନ୍ତି । ନିର୍ବାଚନୀ ବୈତରଣୀ ପାର ହେବାପାଇଁ ପ୍ରତି ଥର ରାସ୍ତା ନିର୍ମାଣ ଲାଗି ଫମ୍ପା ପ୍ରତିଶୃତି ପରେ ପ୍ରତିଶୃତି ମିଳୁଛି । ହେଲେ ନିର୍ବାଚନ ସରିଲା ପରେ ବଦଳୁନାହି ଚିତ୍ର । କିନ୍ତୁ ଏଥର ନିର୍ବାଚନରେ ନେତାଙ୍କୁ ପାନେ ଦେବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି ।

ବରଗଡ ଜିଲ୍ଲା ଭେଡେନ ବ୍ଲକ ସାଲେପାଲିରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କମିରା ଛକରୁ ଅସୁରଗଡ ତାଳମୁଣ୍ଡା ଗାଁକୁ ସଂଯୋଗ କରୁଥିବା ୫ କିଲୋମିଟର ଆରଡି ରାସ୍ତା ଯେମିତି ମରଣଯନ୍ତା ପାଳଟିଛି । ଦିର୍ଘ ୧୩ ବର୍ଷ ହେଳାଣି ଏହି ରାସ୍ତା ଉପରେ ମାଟି ମୁଠାଏ ପଡିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତା ସାରା ଖାଲଢିପ ହେବା ସହିର ଗେଟି ପଥର ବାହାରି ଯାଇଥିବାରୁ ଛାତ୍ରଛାତ୍ରୀଙ୍କ ଠୁ ଆରମ୍ଭକରି ଗାଁ ଲୋକେ ଦୈନନ୍ଦିନ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Advertisment

ଏମିତିକି ରାସ୍ତାରେ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ଧନଜୀବନ ମଧ୍ୟ ଚାଲିଯାଇଥିବା ଗ୍ରାମବାସୀ କହିଛନ୍ତି । ସେପଟେ ଆରଡି ବିଭାଗର ଜେଇଙ୍କୁ ଫୋନ୍‌ଯୋଗେ ପଚାରିବାରୁ ଫଣ୍ଡ ଆସିନାହିଁ, ପଇସା ଆସିଲେ କାମହେବ ବୋଲି କହିଛନ୍ତି ।

Advertisment
No Road No Vote
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ