Nilamadhab Temple
ଉପବାସରେ ରହିଛନ୍ତି ପ୍ରଭୁ ନୀଳମାଧବ । ଗତ ଦୁଇ ଦିନ ଧରି ଖାଡ଼ା ଉପବାସରେ ରହିଛନ୍ତି ନୟାଗଡ଼ କଣ୍ଟିଲୋ ନୀଳମାଧବ । ମନ୍ଦିର ସେବାୟତଙ୍କୁ ପୋଲିସ୍ ଦୁର୍ବ୍ୟବହାର ଅଭିଯୋଗରେ ଦୁଇ ଦିନ ହେଲା ଧାରଣାରେ ବସିଛନ୍ତି । କଣ୍ଟିଲୋ ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନା ପୂଜକ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ବିଭିନ୍ନ ସମୟରେ ଧମକ ଚମକ ଦେଉଥିବା ଅଭିଯୋଗ ଆସିଛି l
ତେବେ ଫାଣ୍ଡି ଅଧିକାରୀଙ୍କ ବଦଳି ଦାବି କରି ଦୁଇ ଦିନ ହେଲା ପୂଜକ ମାନେ ନୀତି ବନ୍ଦ କରିଛନ୍ତି । ଭୋଗ ନହେବାରୁ ପର୍ଯ୍ୟଟକ ମାନେ ପ୍ରସାଦ ବି ପାଇ ପାରୁନାହାନ୍ତି । ତେବେ ପୋଲିସ ଓ ସେବାୟତଙ୍କ ତିକ୍ତତା ଭିତରେ ପ୍ରଭୁ ନୀଳମାଧବ ଉପବାସରେ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685426920.jpg)