Advertisment

‘CMCର ବିନା ଅନୁମତିରେ କଟକରେ କୌଣସି ବସ୍ତି ଉଚ୍ଛେଦ ହେବନି’

ସିଏମ୍‌ସି(କଟକ ମ୍ୟୁନିସିପାଲ କର୍ପୋରେସନ)ର ଅନୁମତି ବିନା ଉଚ୍ଛେଦ ହେବନି ବୋଲିି ଦୃଢ଼ୋକ୍ତି ଦେଇଛନ୍ତି କଟକ ମେୟର।

No Eviction In Cuttack Without CMC Permission

No Eviction In Cuttack Without CMC Permission

Advertisment

ସିଏମ୍‌ସିର ବିନା ଅନୁମତିରେ କଟକ ସହରରେ କୌଣସି ବସ୍ତି ଉଚ୍ଛେଦ ହେବନି। କଟକ ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ଘର ଉଚ୍ଛେଦ ନେଇ ଇଡ୍‌କୋ ଦେଇଥିବା ନୋଟିସ୍ ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାସ ସିଂ। ଡେପୁଟି ମେୟରଙ୍କ ଘରକୁ ବାଦ୍ ଦେଇ କିପରି ଡ୍ରେନ୍ ନିର୍ମାଣ କରାଯାଇ ପାରିବ ସେ ଦିଗରେ ସେ ଇଡ୍‌କୋ ସହ ଆଲୋଚନା କରାଯାଇଛି ବୋଲି କଟକ ମେୟର କହିଛନ୍ତି। 

Advertisment

ସିଏମ୍‌ସି(କଟକ ମ୍ୟୁନିସିପାଲ କର୍ପୋରେସନ)ର ଅନୁମତି ବିନା ବସ୍ତି ଉଚ୍ଛେଦ ହେବନି ବୋଲିି ଦୃଢ଼ୋକ୍ତି ଦେଇଛନ୍ତି କଟକ ମେୟର। ସେପଟେ ନୋଟିସ୍ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଡେପୁଟି ମେୟର। ସେ କହିଛନ୍ତି, ତାଙ୍କ ଘର ଦେଇ ଡ୍ରେନ୍ ନିର୍ମାଣ ହେଉଛି। ଡ୍ରେନ୍ ସ୍ଥାନୀୟ ଅଞ୍ଚଳରେ ଆବଶ୍ୟକତା। ତେଣୁ ଡ୍ରେନ୍ ପାଇଁ ଯେତିକି ଜାଗା ଦରକାର ସେତିକି ହିଁ ଭଙ୍ଗା ଯିବ ବୋଲି ଡେପୁଟି ମେୟର କହିଛନ୍ତି।

ସୂଚନାଥାଉ କି, କଟକ ଜଗତପୁର ବାଲିସାହି ଅଞ୍ଚଳରେ ଉଚ୍ଛେଦ ପାଇଁ ଇଡ୍‌କୋ ନୋଟିସ୍ ଜାରି କରିଛି।  ଏହି ଉଚ୍ଛେଦ ଭିତରେ ଡେପୁଟି ମେୟରଙ୍କ ଘର ବି ଆସୁଛି।

Advertisment
Eviction Eviction In Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ