Advertisment

ଶ୍ରୀମନ୍ଦିର ରୋଷଶାଳାରେ ଲୁହା କଡେଇ, ନଷ୍ଟ ହୋଇଛି ଯୁଗ ଯୁଗର ପରମ୍ପରା

ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ ।

ଅଦ୍ୟତନ ହୋଇଛି
SJTA Orders Action Against Use of Iron kadhai

SJTA Orders Action Against Use of Iron kadhai

Advertisment

ଶ୍ରୀମନ୍ଦିର ରୋଷ ଘରେ କେମିତି ପଶିଲା ଲୁହା କଡ଼େଇ ? କାହିଁକି ଲୁହା କଡ଼େଇରେ ହେଲା ରୋଷେଇ ? ପରମ୍ପରା ଭଙ୍ଗ କାହିଁକି ହେଲା ? କାହାର ଭୁଲ୍, ଏମିତି କେମିତି ହେଲା ? ସେପଟେ ଏହାକୁ ଅତି ଗୁରୁତର ସହ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ । ଭାରତବର୍ଷରେ ଗୋଟିଏ ମନ୍ଦିର, ଶ୍ରୀମନ୍ଦିର ଯେଉଁଠି ମାଟି ପାତ୍ର କୁଡିଆରେ ମହାପ୍ରସାଦ ରନ୍ଧନ ହୁଏ ଏବଂ ମାଟି କୁଡିଆରେ ଭୋଗ ଲାଗିଥାଏ । ଏଥିରେ କିନ୍ତୁ ବ୍ୟତିକ୍ରମ ହୋଇଛି ।ସେଥିପାଇଁ ଲୁହା କଡ଼େଇ ଜବତ ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । 

Advertisment

ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ରୋଷଘର ପରଖିବା ପାଇଁ ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଓ ଦେଉଳକରଣଙ୍କୁ କୁହାଯାଇଛି । ଶ୍ରୀମନ୍ଦିର ସଂସ୍କୃତିକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା
କରିବା ଆବଶ୍ୟକ। ଲୁହା କଡେଇରେ ମହାପ୍ରସାଦ ରନ୍ଧନ ପରମ୍ପରା ବିରୋଧୀ କିନ୍ତ କରୋନା ସମୟରେ କୁଡୁଆ ଅଭାବ ଯୋଗୁଁ କିଛି ସୁଆର ମହାସୁଆର ସେବକ ଲୁହା କଡେଇରେ ଅନ୍ନ ମହାପ୍ରସାଦ ରନ୍ଧନ କରୁଥିଲେ। ଲୁହା କଡେଇରେ ରାନ୍ଧିବାକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ବାରଣ କରାଯାଇଛି । 

ନଷ୍ଟ ହୋଇଛି ଶ୍ରୀମନ୍ଦିରର ଯୁଗ ଯୁଗର ପରମ୍ପରା । ରୋଷଶାଳାରେ ମାଟି କୁଡୁଆରେ ରନ୍ଧନ ହେଉଥିଲା କିନ୍ତୁ ଏବେ ପଶିଛି ଲୁହା କଡେଇ । ଲୁହା କଡେଇରେ ମହାପ୍ରସାଦ ରନ୍ଧନ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ପରମ୍ପରା ବିରୋଧ ନେଇ ଅଭିଯୋଗ ଆସିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି ।

Advertisment
Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ