Advertisment

ସରକାରୀ ଯୋଜନାରେ ଘର କରିବାକୁ ଦିନ ଗଣୁଛନ୍ତି ଗରିବ ଲୋକ, ହେଲେ ଯୋଜନାରେ ସାମିଲ ହେଉଛନ୍ତି ବଡ଼ବଡ଼ିଆ

ଆବାସ ଯୋଜନାର ଲାଭ ଉଠାଇ ପାରୁ ନାହାନ୍ତି ପ୍ରକୃତ ହିତାଧିକାରୀ। ଦୁଃଖ କଷ୍ଟରେ ବର୍ଷା, ଶୀତରେ ସରକାରୀ ଯୋଜନାରେ ଘର କରିବାକୁ ଦିନ ଗଣୁଛନ୍ତି ଗରିବ ଅସହାୟ ପରିବାର। ହେଲେ ସେମାନଙ୍କ ସ୍ଥାନରେ ବଡ଼ବଡ଼ିଆ ଯୋଜନାରେ ସାମିଲ ହେଉଥିବା ବେଳେ ଗରିବଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
No Awaas Yojana For Poor People

No Awaas Yojana For Poor People

Advertisment

ଆନନ୍ଦପୁର/ଚୌଦ୍ୱାର: ଆବାସ ଯୋଜନାର ଲାଭ ଉଠାଇ ପାରୁ ନାହାନ୍ତି ପ୍ରକୃତ ହିତାଧିକାରୀ। ଦୁଃଖ କଷ୍ଟରେ ବର୍ଷା, ଶୀତରେ ସରକାରୀ ଯୋଜନାରେ ଘର କରିବାକୁ ଦିନ ଗଣୁଛନ୍ତି ଗରିବ ଅସହାୟ ପରିବାର। ହେଲେ ସେମାନଙ୍କ ସ୍ଥାନରେ ବଡ଼ବଡ଼ିଆ ଯୋଜନାରେ ସାମିଲ ହେଉଥିବା ବେଳେ ଗରିବଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଏବଂ କଟକ ଜିଲ୍ଲା ଟାଙ୍ଗି-ଚୌଦ୍ୱାର ବ୍ଲକ୍‌ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ଛୋଟ ଛୋଟ ଚାଳ ଛପର ଘରେ ପଲିଥିନ ଟାଙ୍ଗି ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଗରିବ ଲୋକେ। ବର୍ଷା ହେଉ କି ଶୀତ ବର୍ଷ ତମାମ ଏହି ଘରେ ବହୁ କଷ୍ଟରେ ରହୁଛନ୍ତି।  ଏମାନଙ୍କ ପାଇଁ ସରକାରଙ୍କ ଆବାସ ଯୋଜନା ସାତ ସପନ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କଣ୍ଟିପାଳ ପଞ୍ଚାୟତର ବିରିଡିହା ଗାଁ ମଝି ସାହିରେ ଆବାସ ଯୋଜନା ଅପହଞ୍ଚ। ୧୫ରୁ ଅଧିକ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଏହି ଯୋଜନାରେ ବଡ଼ବଡ଼ିଆଙ୍କୁ ସାମିଲ କରି ଗରିବ ଅସହାୟମାନଙ୍କୁ ବାଦ୍‌ ଦିଆଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ତଦନ୍ତ ପରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ଆନନ୍ଦପୁର ବିଡ଼ିଓ କହିଛନ୍ତି। 

Advertisment

ସେହିପରି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ପଞ୍ଚାୟତରେ ଆବାସ ଯୋଜନାରେ ବହୁ ଯୋଗ୍ୟ ହିତାଧିକାରୀ ବାଦ୍ ପଡିଥିବା ଅଭିଯୋଗ ହୋଇଛି। କାହା ଘରର ଛପର ନାହିଁ, ତ କାହା ଘରର କାନ୍ଥ ପଡ଼ିବାକୁ ବସିଲାଣି। ହେଲେ ଚାଳଘର, ଝୁମ୍ପୁଡି ଓ କୁଡ଼ିଆରେ ବସବାସ କରୁଥିବା ପରିବାର ଲୋକଙ୍କ ନାଁ ବଦଳରେ କୋଠାଘର, ସରକାରୀ ଚାକିରିଆ, ବ୍ୟବସାୟୀ ତଥା ଦଳୀୟ କର୍ମୀଙ୍କ ନାଁ ଆବାସ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିବା ଅଭିଯୋଗ ହୋଇଛି। ବାରମ୍ବାର ବ୍ଲକ୍‌ ପ୍ରଶାସନକୁ ଜଣାଇ ବିଫଳ ହେବା ପରେ କିଛି ଦିନ ପୂର୍ବେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ଆଶାୟୀ। ଅନ୍ୟପକ୍ଷେ ବିଡିଓ କହିଛନ୍ତି, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ଘର ଯୋଗାଉଛୁ।

Odisha Awaas Yojana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ