ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ; ୯ ଜଣଙ୍କୁ ଅଟକ ରଖିଲା ପୋଲିସ...

ଶ୍ରୀମନ୍ଦିର ଭିତରେ ଅଣହିନ୍ଦୁ ତଥା ବିଦେଶୀଙ୍କ ପ୍ରବେଶ ଅଭିଯୋଗ । ଜଣେ କି ଦୁଇ ଜଣ ନୁହଁନ୍ତି, ୪ ଜଣ ଅଣହିନ୍ଦୁ ଆଜି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି ।

puri

ଶ୍ରୀମନ୍ଦିର ଭିତରେ ଅଣହିନ୍ଦୁ ତଥା ବିଦେଶୀଙ୍କ ପ୍ରବେଶ ଅଭିଯୋଗ । ଜଣେ କି ଦୁଇ ଜଣ ନୁହଁନ୍ତି, ୪ ଜଣ ଅଣହିନ୍ଦୁ ଆଜି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । କୁହାଯାଉଛି, ଏମାନେ ସମସ୍ତେ ବାଂଲାଦେଶର । ସେମାନଙ୍କର ପାସପୋର୍ଟ ଏବଂ ପରିଚୟ ପତ୍ର ଯାଞ୍ଚରୁ ଏହି ତଥ୍ୟ ମିଳିଛି ।

ଏମାନେ ମୋଟ୍ ୯ ଜଣ ଆସିଥିବାବେଳେ ୪ ଜଣ ମନ୍ଦିର ଭିତରକୁ ପଶିଥିଲେ। ଅନ୍ୟ ୫ ଜଣ ବାହାରେ ଥିଲେ । ଏହି ୯ ଜଣଙ୍କୁ ସିଂହଦ୍ବାର ଥାନା ପୋଲିସ ଅଟକ ରଖିଛି । ତେବେ କେମିତି କାଡ଼ ସୁରକ୍ଷା ଭେଦ କରି ମନ୍ଦିର ଭିତରକୁ ପ୍ରବେଶ କଲେ ?  କେଉଁ ପରିସ୍ଥିତିରେ ଏମାନେ ଶ୍ରୀମନ୍ଦିର ପ୍ରବେଶ କଲେ ?

ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଛନ୍ତି ସିଂହଦ୍ବାର ଥାନା ଅଧିକାରୀ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।