Advertisment

ରାତି ଅଧ ଯାଏ ନାଇଟ୍‌ କ୍ଲବ୍‌ ଓ ବାର୍‌ରେ ଚାଲିଥିଲା ଡ୍ୟାନ୍ସ, ହଠାତ୍‌ ପହଞ୍ଚିଗଲା ପୋଲିସ୍‌...

ଲାଉଡ୍‌ ମ୍ୟୁଜିକ୍‌ ସହ ନିଶାସକ୍ତ ଯୁବପିଢ଼ି ନାଚଗୀତରେ ମସ୍‌ଗୁଲ୍‌ ଥିବାବେଳେ ଅଚାନକ ଚଢ଼ାଉ କରିଥିଲା ପୋଲିସ୍‌। ରାଜଧାନୀ ଭୁବନେଶ୍ୱରରେ ନାଇଟ୍‌ କ୍ଲବ୍‌ ଓ ବାର୍ ଉପରେ କମିଶନରେଟ ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରିଛି।

ଅଦ୍ୟତନ ହୋଇଛି
Night Club And Bar Raid In Bhubaneswar

Night Club And Bar Raid In Bhubaneswar

Advertisment

ସବୁ ନିୟମ କାନୁନ୍‌କୁ ଫୁ କରି ବିଳମ୍ବିତ ରାତି ଯାଏ ଚାଲୁଥିଲା ନାଇଟ୍‌ କ୍ଲବ୍‌ ଓ ବାର୍‌। ଲାଉଡ୍‌ ମ୍ୟୁଜିକ୍‌ ସହ ନିଶାସକ୍ତ ଯୁବପିଢ଼ି ନାଚଗୀତରେ ମସ୍‌ଗୁଲ୍‌ ଥିବାବେଳେ ଅଚାନକ ଚଢ଼ାଉ କରିଥିଲା ପୋଲିସ୍‌। ରାଜଧାନୀ ଭୁବନେଶ୍ୱରରେ ନାଇଟ୍‌ କ୍ଲବ୍‌ ଓ ବାର୍ ଉପରେ କମିଶନରେଟ ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରିଛି। 

Advertisment

ନିର୍ଦ୍ଧାରିତ ସମୟ ଓ ନିର୍ଦ୍ଧାରିତ ଶବ୍ଦ ପ୍ରଦୂଷଣ ସୀମା ସହ ଅନେକ ଅବକାରୀ ନିୟମକୁ ବାର୍‌ ମାଲିକ ଉଲ୍ଲଂଘନ କରୁଥିବା ଜଣାପଡ଼ିଛି। ଗତକାଲି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଧୀନରେ ଥିବା ନାଇଟ୍‌ କ୍ଲବ୍‌ ଓ ବାର୍‌ ଉପରେ ଚଢ଼ାଉ ବେଳେ ଏହି ନିୟମ ଉଲ୍ଲଂଘନ ହେଉଥିବା ସାମ୍ନାକୁ ଆସିଛି। ସେଫ୍‌ ସିଟି ଡ୍ରାଇଭ ଅଭିଯାନରେ ପୋଲିସ ଏହି ଚଢ଼ାଉ କରିଛି।

୩ ପ୍ଲାଟୁନ ପୋଲିସ ସହ ସ୍ପେଶାଲ ଟିମ୍‌ ଚଢ଼ାଉ କରିଥିଲା। ଏହି ସମୟରେ ନାଇଟ୍‌ କ୍ଲବ୍‌ ଓ ବାର୍‌ରେ ସବୁ ନିୟମ କାନୁନକୁ ଫୁ କରି ବିଳମ୍ବିତ ରାତି ଯାଏ ନାଚଗୀତ ଚାଲିଥିବା ଜଣାପଡ଼ିଥିଲା। 

Advertisment
Police Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ