Advertisment

ଇଏ ରାସ୍ତା ନୁହେଁ ଯମ ପୁରକୁ ବାଟ : ଦୁର୍ଘଟଣାରେ ଯାଉଛି ଜୀବନ କିନ୍ତୁ ଚେତୁନାହିଁ ପ୍ରଶାସନ

ବଡ଼ବଡ଼ ଗାତ ସୃଷ୍ଟି ହେବା ଫଳରେ ଗାଡି ଗୁଡ଼ିକ ବିପଦଜନକ ଭାବେ ଯାଆସ କରୁଛି। ଯାତ୍ରୀ ମାନଙ୍କ ପାଇଁ କୌଣସି ବିଶ୍ରାମାଗାର ନାହିଁ। ଫଳରେ ଖରା ବର୍ଷାରେ ପିଲାଛୁଆ ଧରି ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହିଳାଙ୍କ ପାଇଁ ସର୍ବନିମ୍ନ ମୌଳିକ ଅଧିକାର ନିମନ୍ତେ ଶୌଚାଳୟ ଟିଏ ନଥିବାରୁ ଅନେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡୁଛି।

ଅଦ୍ୟତନ ହୋଇଛି
ଇଏ ରାସ୍ତା ନୁହେଁ ଯମ ପୁରକୁ ବାଟ : ଦୁର୍ଘଟଣାରେ ଯାଉଛି ଜୀବନ କିନ୍ତୁ ଚେତୁନାହିଁ ପ୍ରଶାସନ

Jajpur

Advertisment

ଯାଜପୁର(ଅଭୟ ପତି): ଅସୁରକ୍ଷିତ ଜାତୀୟ ରାଜପଥ। ଯାଜପୁର ଜିଲ୍ଲା ମଧ୍ୟଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥକୁ ନେଇ ବଢୁଛି ଅସନ୍ତୋଷ। ତିନୋଟି ଜିଲ୍ଲାର ସଂଯୋଗସ୍ଥଳୀ ଭାବେ ପରିଚିତ ଯାଜପୁର ଜିଲ୍ଲାର ପୋଲିସ ହେଡକ୍ୱାର୍ଟର ଥିବା ପାଣିକୋଇଲି ଟ୍ରାଫିକ ଅବସ୍ଥା ନ କହିଲେ ଭଲ। ରାସ୍ତାରେ ରହିଥିବା ଗାତ ଦେଇ ଚାଲିକି ଯିବା ବି କଷ୍ଟକର ହୋଇ ପଡ଼ିଛି। ଗାଡ଼ି କେମିତି ଯାଉଥିବ ଥରେ ଚିନ୍ତା କରି ଦେଖନ୍ତୁ।

Advertisment

ବୈଷୟିକ ଜ୍ଞାନକୌଶଳ ଯୋଗେ ଏହି ରାସ୍ତା କରାଯାଇ ନଥିବାରୁ ପ୍ରତିଦିନ ଅନେକ ଛୋଟବଡ଼ ଦୁର୍ଘଟଣା ଘଟି ପ୍ରଣାହାନି ହେଉଛି। ଏଥିସହିତ ଯାତ୍ରୀ ବିଶ୍ରାମଗାର,ମହିଳା ଶୌଚାଳୟ ଆଦି ମୌଳିକ ଅଧିକାରରୁ ମଧ୍ୟ ଯାତ୍ରୀମାନେ ବଞ୍ଚିତ ହେଉଛନ୍ତି। ତେବେ ଜିଲ୍ଲାପାଳ ରାଜପଥ ନିର୍ମାଣ ସରିଗଲେ ସବୁ ସମସ୍ୟା ସମାଧାନ ହୋଇଯିବ ବୋଲି କହିଛନ୍ତି।

ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲା ଆଦି ତିନୋଟି ଜିଲ୍ଲାର ସଂଯୋଗସ୍ଥଳୀ ଭାବେ ପରିଚିତ ଯାଜପୁର ଜିଲ୍ଲାର ପାଣିକୋଇଲି ଛକ। ଅନେକାଂଶରେ ଏହା ଗୁରୁତ୍ୱ ବହନ କରିଥାଏ। ଏହି ଟ୍ରାଫିକ ଛକଟିରେ ଉତ୍ତରରୁ ଦକ୍ଷିଣକୁ ଅର୍ଥାତ୍‌ ଭୁବନେଶ୍ୱରରୁ ଲକ୍ଷ୍ମଣନାଥକୁ ୧୬ ନମ୍ବର ଜାତୀୟ ରାଜପଥ ଏବଂ ପୂର୍ବରୁ ପଶ୍ଚିମକୁ ଅର୍ଥାତ ପାଣିକୋଇଲି ଠାରୁ ରାଜାମୁଣ୍ଡାକୁ ୨୦ ନମ୍ବର ଜାତୀୟ ରାଜପଥ ଯାଇଛି। ତେବେ ୨୦ ନମ୍ବର ଜାତୀୟ ରାଜପଥର ଉତ୍ପତିସ୍ଥଳ ପାଣିକୋଇଲି ହୋଇଥିବାବେଳେ ଏହି ଟ୍ରାଫିକ ଛକର ଅବସ୍ଥା ନଦେଖିଲେ ବିଶ୍ୱାସ କରିହେବନାହିଁ।

Advertisment

ବଡ଼ବଡ଼ ଗାତ ସୃଷ୍ଟି ହେବା ଫଳରେ ଗାଡି ଗୁଡ଼ିକ ବିପଦଜନକ ଭାବେ ଯାଆସ କରୁଛି। ଯାତ୍ରୀ ମାନଙ୍କ ପାଇଁ କୌଣସି ବିଶ୍ରାମାଗାର ନାହିଁ। ଫଳରେ ଖରା ବର୍ଷାରେ ପିଲାଛୁଆ ଧରି ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହିଳାଙ୍କ ପାଇଁ ସର୍ବନିମ୍ନ ମୌଳିକ ଅଧିକାର ନିମନ୍ତେ ଶୌଚାଳୟ ଟିଏ ନଥିବାରୁ ଅନେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡୁଛି।

Advertisment

ଗାଡିମଟର କଥା ଛାଡ, ଏଠାରେ ଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ରାସ୍ତାରେ ଯିବାକୁ ନିରାପଦ ମଣୁନାହାନ୍ତି। କୋଭିଡ୍‌ କଟକଣା ପରେ କଲେଜ ଖୋଲିଥିବାରୁ ସେମାନେ ଦୈନିକ ଏହି ରାଜପଥ ଦେଇ ଯିବାଆସିବା କରୁଛନ୍ତି। ତେଣୁ ବିପଦଜନକ ଭାବେ ରାସ୍ତାଘାଟ ଥିବାରୁ ଏବଂ ବୈଷୟିକ ଜ୍ଞାନକୌଶଳ ଅନୁସାରେ ରାସ୍ତା ନିର୍ମାଣ କରାଯାଇ ନଥିବାରୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣାମାନ ଘଟି ଜୀବନହାନି ଘଟୁଛି। ଦୀର୍ଘଦିନ ଧରି ରାଜରାସ୍ତାକୁ ସମ୍ପ୍ରସାରଣ ନାମରେ ଯେଉଁଠି ଇଚ୍ଛା ସେଠାରେ ଡାଇଭର୍‌ସନ୍‌ କରାଯାଇଥିବାରୁ ଗାଡିଚାଳକ ମାନେ ବେପରୁଆ ମନୋବୃତ୍ତିରେ ଗାଡି ଚଳାଉଛନ୍ତି। ପ୍ରଶାସନ କିମ୍ବା ପୋଲିସର ଏମାନଙ୍କ ଉପରେ କୌଣସି ଅଙ୍କୁଶ ଥିବା ଭଳି ଜଣାପଡୁନଥିବା ଅଭିଯୋଗ ହୋଇଛି। ତେବେ ଜିଲ୍ଲାପାଳ କହିଛନ୍ତି ଯେ, ଜାତୀୟ ରାଜପଥ ସମ୍ପ୍ରସାରଣ ଚାଲିଥିବାରୁ ଅସୁବିଧା ହେଉଛି ଏବଂ ଏହା ସରିଗଲେ ସମସ୍ତ ଅସୁବିଧା ଦୁରହୋଇଯିବ ।

ତେବେ ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟା କେବେ ସମାଧାନ ହେଉଛି ଆଉ ଯାତ୍ରୀଙ୍କ ମୌଳିକ ଅଧିକାର କେବେ ପୂର୍ଣ ହେଉଛି ତାହାକୁ ସମସ୍ତଙ୍କ ଅପେକ୍ଷା ରହିଛି।

Odisha News Jajpur Road Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ