Advertisment

ବେଆଇନ ମାଙ୍କଡ଼ା ପଥର ଖନନକୁ ନେଇ NGTର ଛାଟ, ହାଜର ହେବେ ଜିଲ୍ଲାପାଳ

ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ NGTର ଛାଟ। ମଦନପୁର ମୌଜାର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ହେଉଥିବା ନେଇ ୨୦୧୯ ମସିହାରେ ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
Illegal Mining

Illegal Mining

Advertisment

ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ୍(NGT)ର ଛାଟ। କେନ୍ଦୁଝର ଜିଲ୍ଲା ଘଷିପୁରା ତହସିଲ ଅନ୍ତର୍ଗତ ମଦନପୁର ମୌଜାର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ହେଉଥିବା ନେଇ ୨୦୧୯ ମସିହାରେ ମଦନପୁର ଗାଁର ସୁଧାଂଶୁ କୁଅଁର NGT ରେ ଅଭିଯୋଗ କରିଥିଲେ।

Advertisment

ଏନେଇ NGTଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀ କୋଲକାତା ଓ ଦିଲ୍ଲୀ ଜୋନରୁ ଆସି ତଦନ୍ତ କରିଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ସଂରକ୍ଷିତ ଜଙ୍ଗଲରୁ ମାଙ୍କଡ଼ା ପଥର ଚୋରି ଯୋଗୁ ୭ କୋଟି ୩୦ ଲକ୍ଷ ଟଙ୍କାର ରାଜସ୍ୱହାନି ହୋଇଛି। ତେଣୁ ସମ୍ପୃକ୍ତ ମାଫିଆଙ୍କଠାରୁ କ୍ଷତି ହୋଇଥିବା ରାଜସ୍ୱ ଆଦାୟ କରି NGTଙ୍କ ପାଖରେ ଜମା କରିବା ଲାଗି କେନ୍ଦୁଝର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ଜିଲ୍ଲାପାଳ ଦୁଇ ଥରରେ ମାତ୍ର ୨ଲକ୍ଷ ୨୧ ହଜାର ଟଙ୍କା ଜମା କରିଥିଲେ। ଏନେଇ NGT ଅସନ୍ତୋଷ ପ୍ରକାଶ କରିବା ସହ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment
NGT Odisha Illegal Mining Illegal Mining
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ