Advertisment

କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବଦମ୍ପତିଙ୍କ ଜୀବନ ଶିଖା

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗାଁର ରବୀନ୍ଦ୍ର ବେହେରା ଏବଂ ତାଙ୍କ ସ୍ତ୍ରୀ ଅନୁସୂୟା । ମାତ୍ର ୮ମାସ ର ବୈବାହିକ ଜୀବନରେ ପୂର୍ଣ୍ଣଛେଦ ପକାଇ ଉଭୟ ଆର ପାରିକୁ ଚାଲିଯାଇଛନ୍ତି । ମାର୍ଚ୍ଚ ମାସ ୨୪ ତାରିଖ ମଧ୍ୟରାତ୍ରିରେ ଘର ଠାରୁ କିଛି ଦୂରରେ ଏକ ଚାଷ ଜମିରେ ଉଭୟ ସ୍ୱାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ

death

death

Advertisment

କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବଦମ୍ପତିଙ୍କ ଜୀବନ ଶିଖା । ସୁଖର ସଂସାର ଗଢ଼ିବା ଆଗରୁ କାଳ ସାଜି ଆସିଲା ମୃତ୍ୟୁ । ସବୁ କିଛି ଛାରଖାର ହୋଇଗଲା । ଏହି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗାଁରେ । ଗାଁର ନବବିବାହିତ ରବୀନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀ ଅନୁସୂୟା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ ସବୁ ଠିକଠାକ ଥିବା ବେଳେ ଉଭୟ କାହିଁକି ଏମିତି କଠୋର ନିଷ୍ପତ୍ତି ନେଲେ ସେ ନେଇ କେହି ପାଟି ଫିଟାଉ ନାହାନ୍ତି ।

Advertisment

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗାଁର ରବୀନ୍ଦ୍ର ବେହେରା ଏବଂ ତାଙ୍କ ସ୍ତ୍ରୀ ଅନୁସୂୟା । ମାତ୍ର ୮ମାସ ର ବୈବାହିକ ଜୀବନରେ ପୂର୍ଣ୍ଣଛେଦ ପକାଇ ଉଭୟ ଆର ପାରିକୁ ଚାଲିଯାଇଛନ୍ତି । ମାର୍ଚ୍ଚ ମାସ ୨୪ ତାରିଖ ମଧ୍ୟରାତ୍ରିରେ ଘର ଠାରୁ କିଛି ଦୂରରେ ଏକ ଚାଷ ଜମିରେ ଉଭୟ ସ୍ୱାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରଦିନ ସକାଳେ ଉଭୟଙ୍କୁ ଗ୍ରାମବାସୀ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବି ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମାର୍ଚ୍ଚ ୨୫ ତାରିଖ ରାତିରେ ଅନୁସୂୟା ଆଖି ବୁଝିଥିବା ବେଳେ ତାର ପର ଦିନ ସକାଳେ ରବୀନ୍ଦ୍ର ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ବିଡମ୍ବନାର ବିଷୟ ଗୋଟିଏ ଜୁଇରେ ଜଳିଲା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମରଶରୀର ।ଏହି ଘଟଣା ଘଟିବାପରେ କଳପଡା ଗାଁ ସତେ ଯେମିତି ସ୍ତବ୍ଧ ହୋଇ ଯାଇଛି।

ମୃତ୍ୟୁ ରବୀନ୍ଦ୍ର ଭୁବନେଶ୍ୱରରେ ଏକ କମ୍ପାନୀରେ କାମ କରୁଥିଲେ । ତାଙ୍କ ବଡ଼ ଭାଇ ମଧ୍ୟ ରାଜ୍ୟ ବାହାରେ ରହି କୌଣସି ଏକ ସଂସ୍ଥାରେ କାର୍ଯ୍ୟ କରନ୍ତି । ଗାଁରେ ରବୀନ୍ଦ୍ରଙ୍କ ସ୍ତ୍ରୀ ଅନୁସୂୟା,ଭାଉଜ ସୁଚିମତି ଓ ବୃଦ୍ଧା ମା ମଲ୍ଲି ବେହେରା ରହନ୍ତି । ମୃତ ରବୀନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଅନୁସୂୟାଙ୍କ ମଧ୍ୟରେ ବେଶ ଉତ୍ତମ ସମ୍ପର୍କ ଥିବା ପଡୋଶୀ କହିଛନ୍ତି । ତେବେ ଅନୁସୂୟା ଓ ତାଙ୍କ ବଡ଼ ଯା ସୂଚୀମତିଙ୍କ ଭିତରେ କିଛି ମନାନ୍ତର ଅଥବା ବିବାଦ ଥିବା ହେତୁ ପରିସ୍ଥିତି ଅଣାୟତ ହୋଇଥିବା ଅନୁମାନ କରାଯାଉଛି ।

Advertisment

ଅନ୍ୟ ପକ୍ଷରେ ଅନୁସୂୟାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଛି।ଶାଶୂଘର ଲୋକଙ୍କ ଯୋଗୁ ଝିଅ ଆତ୍ମହତ୍ୟା କରିଥିବା ଏଥିରେ ଦର୍ଶାଯାଇଛି । ସଦର ପୋଲିସ ଏ ନେଇ ଅଧିକ ତଦନ୍ତ ଚଳାଇଛି । ତେବେ ନବଦମ୍ପତିଙ୍କ ଏଭଳି ଆତ୍ମହତ୍ୟା ଓ ଗୋଟିଏ ଜୁଇ ରେ ଜଳିଲା ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ଶରୀର।ଏଭଳି ଘଟଣା ସମଗ୍ର ଅଞ୍ଚଳରେ ସ୍ତବ୍ଧ ହୋଇଯାଇଛି ।

କନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁଙ୍କ ରିପୋର୍ଟ

Tragic Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ