New Twist In Cash Seized From Lodge In Bolangir
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅନ୍ନପୂର୍ଣ୍ଣା ଲଜ୍ରୁ ପୋଲିସର ଟଙ୍କା ଜବତ ଘଟଣାରେ ନୂଆ ଟ୍ୱିଷ୍ଟ୍ ଆସିଛି। ଜବତ ଟଙ୍କାଠାରୁ ଆହୁରି ଅଧିକ ପ୍ରାୟ ୧୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ ଗଣତିରେ ଅନିୟମିତତା ହୋଇଥିବା ବଲାଙ୍ଗିର ଏସ୍ପି ସ୍ପଷ୍ଟ କରିଛନ୍ତି। ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ପରେ ହିଁ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ଜଣାପଡ଼ିଛି। ଏବେ ବି ତଦନ୍ତ ଚାଲିଛି। ସମ୍ପୂର୍ଣ୍ଣ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି। ଅନ୍ୟପକ୍ଷେ, ଏସ୍ପିଙ୍କ ସ୍କାନରରେ ଏସଡିପିଓ ହୃଷିକେଶ ମେହେର ଅଛନ୍ତି।
ଗତକାଲି ଲଜ୍ରୁ ୫୮ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ନେଇ ଖବର ପ୍ରସାରଣ ହୋଇଥିଲା। ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ବଲାଙ୍ଗିର ଅତିରିକ୍ତ ଏସ୍ପିଙ୍କ ତଦନ୍ତ ପରେ ଅଧିକ ଟଙ୍କା ଜବତ ହୋଇଥିଲେ ମଧ୍ୟ କମ୍ ଟଙ୍କା ଦର୍ଶାଯାଇଥିଲା ବୋଲି ଜଣାପଡ଼ିଛି। ସେପଟେ ଗଣତିରେ ଅନିୟମିତତା ହୋଇଥିବା ନେଇ ବଲାଙ୍ଗିର ଏସ୍ପି କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ, କ’ଣ ଟଙ୍କା ଲୁଚାଇଥିଲେ କି ପୋଲିସ ଅଧିକାରୀ ? କେଉଁଠୁ ମିଲିଲା ଅଧିକ ଟଙ୍କା ? ଆହୁରି ଅଧିକ ଟଙ୍କା ଲୁଚାଯାଇଛି କି ?
ସୂଚନାଥାଉ କି, ଗତ ୧୫ ତାରିଖ ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଥିବା ଅନ୍ନପୂର୍ଣ୍ଣା ଲଜ୍ରେ ପୋଲିସ୍ ରେଡ୍ କରିଥିଲା। ଏହି ସମୟରେ ତେଲେଙ୍ଗାନାର ୭ ଜଣ ବ୍ୟକ୍ତିଙ୍କୁ ପୋଲିସ୍ ଧରିଥିଲା। ଏହାସହ ୫୮ ଲକ୍ଷରୁ ଅଧିକ ଟଙ୍କା ପୋଲିସ୍ ଜବତ କରିଥିବା ଖବର ସାମ୍ନାକୁ ଆସିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା, ପୋଲିସ୍ ହାତରେ ଧରାପଡ଼ିଥିବା ଏହି ୭ ଜଣ ଇଟାଭାଟି ମାଲିକ ଶ୍ରମିକ ଚାଲାଣ ପାଇଁ ଏଠାକୁ ଆସିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1663407023.jpg)