Advertisment

ଶ୍ରୀମନ୍ଦିର ପାଇଁ ନୂଆ SOP ଜାରି, ଆଜିଠୁ ନୂଆ ନିୟମ...

ପୁରୀ ଶ୍ରୀମନ୍ଦିର ପାଇଁ ଶ୍ରୀମନ୍ଦିର ପ୍ରଶାସନ ସାନି ଗାଇଡଲାଇନ୍‌ ଜାରି କରିଛି। ଆଜି ଠାରୁ ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ଶ୍ରୀମନ୍ଦିର ଖୋଲା ରହିବ।

ଅଦ୍ୟତନ ହୋଇଛି
Puri Jagannath Temple

Puri Jagannath Temple

Advertisment

ପୁରୀ: ପୁରୀ ଶ୍ରୀମନ୍ଦିର ପାଇଁ ଶ୍ରୀମନ୍ଦିର ପ୍ରଶାସନ ସାନି ଗାଇଡଲାଇନ୍‌ ଜାରି କରିଛି। ଆଜି ଠାରୁ ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ଶ୍ରୀମନ୍ଦିର ଖୋଲା ରହିବ। ସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଯେତେବେଳେ ଖୋଲା ରହିବ ‌ଏହି ସମୟରେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ଏନେଇ ବିସ୍ତୁତ ଭାବେ ସ୍ୱତନ୍ତ୍ର ଏସ୍ଓପି ଜାରି ହୋଇଛି। 

Advertisment

ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ, ଆସନ୍ତା ଡିସେମ୍ବର ୩୧ ଓ ଜାନୁଆରୀ ୧ ନୂଆବର୍ଷରେ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ ରହିବ। ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାସହ ପୂର୍ବ ଭଳି ପ୍ରତି ରବିବାର ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି ବଳବତ୍ତର ରହିଛି। ଏଥିସହ ବନକଲାଗି ଓ ପଇତାଲାଗି ସମୟରେ ଜୟ ବିଜୟ ଦ୍ୱାର ଓ ବେହେରାଣ ଦ୍ୱାର ବନ୍ଦ ରହିବ। 

ନଭେମ୍ବର ୧୪ ଓ ୧୫ରେ ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା। ନଭେମ୍ବର ୧୪ରେ ଶ୍ରୀମନ୍ଦିରରେ ସାନିଟାଇଜ୍‌ ହେବାକୁ ଥିବାବେଳେ ନଭେମ୍ବର ୧୪ରେ ବଡ଼ ଏକାଦଶୀ ପଡ଼ୁଛି। ତେଣୁ ଏହି ୨ ଦିନ ମହାପ୍ରଭୁଙ୍କୁ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ। ଭିଡ଼ ଆଶଙ୍କାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ନଭେମ୍ବର ୪ରେ ଦୀପାବଳି ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହୋଇଥିଲା। 

Advertisment
Srimandir Puri Jagannath Temple Puri Temple SOP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ