Advertisment

ଉଦ୍‌ଘାଟନର ୧୦ ବର୍ଷ ପରେବି ବସ୍‌ଷ୍ଟାଣ୍ଡକୁ ଯାଉନି ବସ୍, ଏବେ ପଡ଼ିଛି ପରିତ୍ୟକ୍ତ ଅବସ୍ଥାରେ

୮୦ ଲକ୍ଷରୁ ଅଧିକ ଟଙ୍କାରେ ତିଆରି ହୋଇଥିବା ବସ୍‌ଷ୍ଟାଣ୍ଡ ଏବେ ପରିତ୍ୟକ୍ତ ଅବସ୍ଥାରେ। ଦୋକାନ ଗୃହ, ସୁଲଭ ଶୌଚାଳୟ ସବୁ ଭାଙ୍ଗିରୁଜି ଗଲାଣି। ଫଳକର ଚିହ୍ନ ବର୍ଣ୍ଣ ନଥିବା ବେଳେ ସଂଜ ନଇଁଲେ ଜମୁଛି ମଦ’ର ଆସର...

ଅଦ୍ୟତନ ହୋଇଛି
Special Story

Special Story

Advertisment

ଏମିତି ଏକ ବସଷ୍ଟାଣ୍ଡ । ଯେଉଁଠିକୁ ଯାଏନି ଗୋଟିଏ ବି ବସ, ଠିଆ ହୋଇଛି ଦୁଇ ତିନୋଟି ଟ୍ରକ। ଖାଁ ଖାଁ ବସଷ୍ଟାଣ୍ଡରେ ପଡିଛି ମାଳ ମାଳ ମଦ ବୋତଲ । ଦୋକାନଗୁଡିକର ସର୍ଟର ପଡିଥିବା ବେଳେ କୋଠା ଉପରେ ଗଛ ମାଡିଗଲାଣି । ଜଗତସିଂହପୁର ଜିଲ୍ଲା ନୂଆ ବସଷ୍ଟାଣ୍ଡର ଅବସ୍ଥା ଏବେ ଏପରି । ସଦର ମହକୁମା ଠାରୁ ୩ କିଲୋମିଟର ଦୂର ଯୋଗଧାରୀଠାରେ ତିଆରି ହୋଇଥିବା ଏହି ବସଷ୍ଟାଣ୍ଡକୁ ଗୋଟିଏ ବି ବସ ଯାଉ ନାହିଁ।

Advertisment

୨୦୦୩ ମାର୍ଚ୍ଚରେ ନୂତନ ବସ୍‌ଷ୍ଟାଣ୍ଡର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ବାଦ ବିବାଦ ପରେ ନିର୍ମାଣ କାମ ଆରମ୍ଭ ହୋଇଥିଲା । ୨୦୧୨ରେ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବସ୍‌ଷ୍ଟାଣ୍ଡକୁ ଲୋକାର୍ପିତ କରିଥିଲେ । ୧୦ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ବସ୍‌ଷ୍ଟାଣ୍ଡଟି କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ୮୦ ଲକ୍ଷରୁ ଅଧିକ ଟଙ୍କାରେ ତିଆରି ହୋଇଥିବା ଏହି ନୂଆ ବସ୍‌ଷ୍ଟାଣ୍ଡଟି ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟି ଯାଇଛି ।

ପ୍ରଶାସନର ନୀରବତା ଓ ଦୂରଦୃଷ୍ଟି ଅଭାବରୁ ନୂଆ ବସଷ୍ଟାଣ୍ଡ ଅବସ୍ଥା ଏଭଳି ହୋଇଥିବା ବେଳେ ତୁରନ୍ତ ବସ୍‌ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହେଉଛି । ତେବେ ଏ ନେଇ ଜିଲ୍ଳା ପ୍ରଶାସନ କି ଜଗତସିଂହପୁର ପୈାର ପରିଷଦ ଅଧିକାରୀ ମୁହଁ ଖୋଲୁ ନାହାଁନ୍ତି ।

Advertisment

ଶଶାଙ୍କ ଶେଖର ପଣ୍ଡା, ଜଗତସିଂହପୁର

Bus Stand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ