Mobile Net Work Problem
କୁଚିଣ୍ଡା(ଦେବେନ୍ଦ୍ର ବେହେରା): କରୋନା କଟକଣା ବେଲେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠପଢା ଯାଉଥିବା ବେଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଶିରିଡ ଗାଁରେ ନେଟୱାର୍କ ସମସ୍ୟାଦ ଦେଖାଦେଇଛି। ପାହାଡ ଉପରେ ଅନେକ ସମସ୍ୟାକୁ ସାମ୍ନାକରି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଗାଁରେ ଇଂଟରନେଟ ସେବା ଯୋଗାଇ ଦେବାକୁ ଛାତ୍ରଛାତ୍ରୀ ଅଭିଭାବକ ଦାବୀ କରିଛନ୍ତି ।
ଆଦିବାସୀ ଅଧ୍ୟୁସିତ ବଣ ପାହାଡ ଘେରା କୁଚିଣ୍ଡା ଉପଖଣ୍ଡର ଶିରିଡ ଗାଁରେ ଅପହଂଚ ମୋବାଇଲ ନେଟୱାର୍କ। । ଇଂଟରନେଟ ସେବା ଉପଲବ୍ଧ ହେଉନଥିବାରୁ ଚାଷୀଙ୍କ ଧାନ ବିକ୍ରି ଠାରୁ ଆରମ୍ଭ କରି ଗ୍ରାମର ଉନ୍ନୟନ ମୂଳକ କାମ, ପୋଷ୍ଟ ଅଫିସ କାମ କି ଛାତ୍ର ଛାତ୍ରୀଙ୍କ ପାଠପଢା ସବୁ ବାଧାପ୍ରାପ୍ତ ହେଉଛି । କଥା ହେବା ଠାରୁ ଆରମ୍ଭ କରି ନେଟ ସେବା ପାଇଁ ଗାଁ ମୁଣ୍ଡ ସ୍ଥିତ ପଥୁରିଆ ପାହାଡ ସାହା ଭରସା ଏବେ ପାଲଟିଛି । ଛାତ୍ର ଛାତ୍ରୀ ଅନେକ କଷ୍ଟରେ ପାହାଡ ଚଢି ଘଂଟାଘଂଟା କାଳ ବନ୍ୟଜନ୍ତୁ, ସାପ ସରିସୃପଙ୍କ ଭୟରେ ବିପଦ ସଙ୍କୁଳ ଅବସ୍ଥାରେ ପଥର ଉପରେ ବସି ପାଠ ପଢୁଥିବା ବେଲେ, ଅଭିଭାବକ ଦୀର୍ଘ ସମୟ ଧରି ଅପେକ୍ଷା କରି ରହୁଛନ୍ତି।
Also Read
ଆଉ ରାତିର ଅନ ଲାଇନ କ୍ଲାସ ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ପୁନଃ ଛୋଟ ପିଳାଙ୍କ ୟୁଟ୍ୟୁବ୍ ମାଧ୍ୟମରେ ପାଠ ପଢା ଚାଳିଥିବା ବେଳେ, କେତେକଙ୍କ ମୋବାଇଲ ନଥିବାବରୁ ପାଠ ପଢାରୁ ବଂଚିତ ହେଉଛନ୍ତି ଛୋଟ ଶିଶୁ । ହେଲେ ଏମାନଙ୍କ ପାଇଁ ଗାଁ ସ୍କୁଲର ପ୍ରଧାନ ଶିକ୍ଷକ ଏବେ ସାହାଭରସା । ପିଲାଙ୍କୁ ନେଇ ପାହାଡ ଉପରେ ପାଠ ପଢାଇ ମୁଖ୍ୟ ସ୍ରୋତରେ ସାମିଳ କରିବାର ଲକ୍ଷ୍ୟ ରଖିଛନ୍ତି ସେ।
ଇଂଟରନେଟ ସେବା ପାଇଁ ଚାଷୀ ଧାନ ବିକ୍ରି ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସରକାରୀ କର୍ମଚାରୀ ନିଜର ଅନ ଲାଇନ କାମ କରିପାରୁ ନାହାନ୍ତି । ସେପଟେ ବାହାରେ ରହୁଥିବା ଲୋକଙ୍କ ସହ ଯୋଗା ଯୋଗ କରିବା ବଡ ମୁସ୍କିଲ, ପୁଣି ପିଲାଙ୍କ ଅନଲାଇନ ପାଠ ପଢା ପଢି ଉପରେ କୋରଡା ମାଡ ସଦୃଶ୍ୟ । ଏଣୁ ଗ୍ରାମରେ ଯେ କୌଣସି ନେଟୱାର୍କର ଇଂଟରନେଟ ସେବା ଯୋଗାଇ ଦେବାକୁ ଦାବୀ କରିଛନ୍ତି ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us

