Advertisment

ନେପାଳ ବିମାନ କ୍ରାସ : ନିଖୋଜ ୪ ଭାରତୀୟ ଓଡ଼ିଶାର ସୂଚନା

ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରେ ୪ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି

ଅଦ୍ୟତନ ହୋଇଛି
Nepal Plane Missing

Nepal Plane Missing

Advertisment

ନେପାଳରେ ନିଖୋଜ ଯାତ୍ରୀବାହୀ ଘରୋଇ ବିମାନରେ ଥିବା ୪ ଜଣ ଭାରତୀୟ ହେଉଛନ୍ତି ଓଡ଼ିଶାର । ସେମାନେ ହେଲେ ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ତ୍ରିପାଠୀ ଓ ବୈଭବୀ ତ୍ରିପାଠୀ । ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ସେମାନଙ୍କ ଘର ଭୁବନେଶ୍ୱର ଜୟଦେବ ବିହାରରେ । ଅଶୋକ ତ୍ରିପାଠୀ ତାଙ୍କ ପରିବାର ସହ ନେପାଳ ବୁଲିଯାଇଥିବା ବେଳେ ବିମାନ ଦୁର୍ଘଟଣା ଘଟିଥିଲା ।

Advertisment

ଏହି ୪ ଭାରତୀୟଙ୍କ ସମେତ ୨୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ତାରା ଏୟାରର ଏକ ବିମାନ ନିଖୋଜ ହୋଇଯାଇଛି । ଆଜି ପୂର୍ବାହ୍ନ ୯ଟା ୫୫ ବେଳେ ବିମାନ ସହ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା । ଏହି ବିମାନରେ ୪ ଜଣ ଭାରତୀୟ, ୩ ଜଣ ଜାପାନୀ ନାଗରିକ ଥିଲେ ବାକି ସମସ୍ତେ ନେପାଳୀ ବୋଲି କୁହାଯାଇଛି । ତେବେ କ୍ରୁ ମେମ୍ବରଙ୍କୁ ମିଶାଇ ମଟ୍ ୨୨ ଜଣ ଏଥିରେ ଯାତ୍ରା କରୁଥିଲେ ।

Nepal Plane Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ