Advertisment

ଅଣ୍ଟା ବ୍ୟଥା ହେଉଥିଲା, ହେଲେ ଫୋଡ଼ିଲେ କୁକୁର ଇଞ୍ଜେକ୍ସନ...

ମଣିଷକୁ ଦିଆଯାଇଛି ପଶୁଙ୍କ ଲାଗି ଉଦ୍ଧିଷ୍ଟ ଇଞ୍ଜେକ୍ସନ। ତାହା ପୁଣି ଗୋଟିଏ ନୁହେଁ ତିନି ତିନିଟି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ମହୁଲଡିହା ଗାଁରୁ ଏଭଳି ଅଭିଯୋଗ ଆସିଛି।

 Negligence In Treatment

Negligence In Treatment

Advertisment

ମଣିଷକୁ ଦିଆଯାଇଛି ପଶୁଙ୍କ ଲାଗି ଉଦ୍ଧିଷ୍ଟ ଇଞ୍ଜେକ୍ସନ। ତାହା ପୁଣି ଗୋଟିଏ ନୁହେଁ ତିନି ତିନିଟି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ମହୁଲଡିହା ଗାଁରୁ ଏଭଳି ଅଭିଯୋଗ ଆସିଛି। ଗାଁର ଶ୍ରୀକାନ୍ତ ମହାନ୍ତ ନାମକ ବ୍ୟକ୍ତିଙ୍କ ବହୁ ଦିନ ଧରି ଅଣ୍ଟା ବ୍ୟଥା ହେଉଥିଲା।

Advertisment

ଗାଁକୁ ଆସିଥିବା କ୍ୱାକ୍ ବିଶ୍ୱନାଥ ବେହେରା ନିଜକୁ ଠାକୁରମୁଣ୍ଡା ଡାକ୍ତରଖାନାରୁ ଆସିଥିବା କହି ତାଙ୍କୁ ପଶୁଙ୍କ ଲାଗି ଉଦ୍ଦିଷ୍ଟ ଗୋଟିଏ ନୁହେଁ ବରଂ ୩ଟି ଇଞ୍ଜେକ୍ସନ ଦେଇଥିଲେ। ଏହାପରେ ବିଶ୍ୱନାଥ ଶ୍ରୀକାନ୍ତଙ୍କୁ ଟଙ୍କା ମାଗିବା ପରେ ଏହି କଥା ଶ୍ରୀକାନ୍ତ ନିଜ ପୁଅକୁ କହିଥିଲେ। 

କେଉଁ ଇଞ୍ଜେକ୍ସନ ଦିଆଯାଇଛି ନେଇ ଶ୍ରୀକାନ୍ତଙ୍କ ପୁଅ ଦେଖିବା ପରେ ଜଣାପଡ଼ିଥିଲା କି ତାହା କେବଳ ପଶୁଙ୍କ ଲାଗି ଉଦ୍ଧିଷ୍ଟ ଇଞ୍ଜେକ୍ସନ। ସମ୍ପୃକ୍ତ କ୍ୱାକ୍‌ଙ୍କୁ ଗାଁରେ ଅଟକ ରଖିବା ପରେ ପୋଲିସର ଜିମା ଦେଇଥିଲେ ଗ୍ରାମବାସୀ।  ପୋଲିସ ଗୋଟିଏ ରାଜିନାମା ରଖି କ୍ୱାକ୍ ବିଶ୍ୱନାଥ ବେହେରାକୁ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। 

Advertisment
Negligence In Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ