Advertisment

‘ମାତୃଭାଷା ଗଣମାଧ୍ୟମର ଦୃଷ୍ଟି ଶକ୍ତି ହେଲେ, ଇଂରାଜୀ ଭାଷା ଚଷମା ସଦୃଶ’

ମାତୃଭାଷା ଯଦି ଗଣମାଧ୍ୟମର ଦୃଷ୍ଟି ଶକ୍ତି ହୁଏ, ଇଂରାଜୀ ଭାଷା ଚଷମା ସଦୃଶ। ଯଦି ଦୃଷ୍ଟିଶକ୍ତି ଥିବ ତା’ ହେଲେ ଚଷମା କାମ କରିବ ବୋଲି ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି।

ଅଦ୍ୟତନ ହୋଇଛି
NBF National Conclave

NBF National Conclave In Delhi

Advertisment

ଗଣମାଧ୍ୟମ କୌଣସି ପକ୍ଷ ନ ହୋଇ ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ଖବର ପରିବେଷଣ କରିବା ଉଚି‌ତ୍‌। ଏହାସହ ଗଣମାଧ୍ୟମ ସବୁବେଳ ପାଇଁ ନିସ୍ୱାର୍ଥ ଭାବେ ଦେଶ ପ୍ରତି ଭଲ ପାଇବା ପ୍ରଦର୍ଶନ କରିବା ଉଚିତ୍‌ ବୋଲି ପୂର୍ବତନ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ କହିଛନ୍ତି।

Advertisment

ନୂଆାଦିଲ୍ଲୀ ସ୍ଥିତ ତାଜ୍ ପ୍ୟାଲେସ ଦରବାର ହଲ୍‌ରେ ଆୟୋଜିତ ନ୍ୟୁଜ୍ ବ୍ରଡ୍‌କାଷ୍ଟିଂ ଫେଡେରେସନ୍(NBF)ର ନ୍ୟାସନାଲ କନକ୍ଲେଭ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭେଙ୍କେୟା ନାଇଡୁ କହିଛନ୍ତି ଯେ, ଦେଶବାସୀଙ୍କ ପ୍ରତି ଗଣମାଧ୍ୟମ ବହୁତ ବଡ଼ ସେବା କରୁଛି। ମାତୃଭାଷା ଯଦି ଗଣମାଧ୍ୟମର ଦୃଷ୍ଟି ଶକ୍ତି ହୁଏ, ଇଂରାଜୀ ଭାଷା ଚଷମା ସଦୃଶ। ଯଦି ଦୃଷ୍ଟିଶକ୍ତି ଥିବ ତା’ ହେଲେ ଚଷମା କାମ କରିବ ବୋଲି ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି।

ଅଧିକ ପଢ଼ନ୍ତୁ: NBFର ନ୍ୟାସନାଲ କନକ୍ଲେଭ୍‌: ଏଥର ପ୍ରସଙ୍ଗ- ‘ଫ୍ୟୁଚର୍‌ ଅଫ୍ ନ୍ୟୁଜ୍‌’

Advertisment

ତେଣୁ ଖବର ଓ ମତାମତ ସବୁବେଳେ ଭିନ୍ନ ହେବା ଉଚିତ୍‌ ବୋଲି ଭେଙ୍କେୟା ନାଇଡୁ କହିଛନ୍ତି। ତଥ୍ୟ ସମ୍ବଳିତ ସୂଚନା ସବୁବେଳେ ଅସ୍ତ୍ରଶସ୍ତ୍ରଠାରୁ ବି ଶକ୍ତିଶାଳୀ ହୋଇଥାଏ ବୋଲି ସେ କହିଛନ୍ତି। ହେଲେ ଦେଖିବାକୁ ମିଳିଛି, କେତେକ କ୍ଷେତ୍ରରେ କେବଳ ହେଡ୍‌ଲାଇନ ହୋଇଯାଉଛି। ଏହାପରେ ଆଉ କିଛି ଖବର ନାହିଁ। ଯାହାକି ଭଲ ନୁହେଁ ବୋଲି ଏମ୍. ଭେଙ୍କେୟା ନାଇଡୁ କହିଛନ୍ତି।

ମହାମାରୀ କରୋନା ସମୟରେ ଗଣମାଧ୍ୟମ ଅନେକ ଉପକାରୀ କାମ କରିଥିବା ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି। ଏହି ନ୍ୟାସନାଲ କନକ୍ଲେଭ୍‌କୁ ଭେଙ୍କେୟା ନାଇଡୁ ଉଦ୍‌ଘାଟନ କରିଥିବା ବେଳେ NBFର ଅଧ୍ୟକ୍ଷ ଅର୍ଣ୍ଣବ ଗୋସ୍ୱାମୀ, ଓଟିଭି ନେଟ୍‌ଓ୍ୱର୍କର ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏବଂ ବିଜିନେସ୍ ଡେଭଲପ୍‌ମେଣ୍ଟ୍‌ ଅଫିସର ଲିତିଶା ମଙ୍ଗତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। 

Advertisment
Otv NBF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ