Naxals Threaten To Withdraw Panchayat Poll Nomination In Swabhiman Anchal
ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଘରକୁ ଘର ବୁଲି ବୁଲି ପ୍ରଚାର ଓ ପ୍ରସାର କରିବାରେ ବ୍ୟସ୍ତ ଅଛନ୍ତି ପ୍ରାର୍ଥୀ । ହେଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଲାଗିଛି ମାଓ ପୋଷ୍ଟର । ଯେଉଁଥିରେ ମାଓବାଦୀମାନେ ନିର୍ବାଚନକୁ ପ୍ରବଳ ବିରୋଧ କରିଛନ୍ତି । ସେମାନେ କେବଳ ଏହି ନିର୍ବାଚନକୁ ବିରୋଧ କରି ହିଁ ଏହି ପୋଷ୍ଟର ଲଗାଇଥିବାର ଦେଖିବାକୁ ମିଳିଛି ।
(ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ପୋଷ୍ଟର) ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଏହି ପୋଷ୍ଟରରେ ନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ କୁହାଯାଇଛି । ଏମିତିକି ପ୍ରତ୍ୟାହାର ନ କଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ମଧ୍ୟ ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।
ମାଓବାଦୀ ବିଶାଖା ଇଷ୍ଟ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବାର ଦର୍ଶାଯାଇଛି । ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ଯେମିତିକି ଜନ୍ତାପାଇ, ଯୋଡ଼ାମ୍ବ ଓ ଯନ୍ତ୍ରୀ ଅଞ୍ଚଳରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643866876.jpg)