Advertisment

ଓଡ଼ିଶାରେ ମିଳିଛି ଭୂତଳ ତୈଳ ଓ ପ୍ରାକୃତିକ ଗ୍ୟାସ !

ଓଡ଼ିଶାରେ ଭୂତଳ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଛି । ପୁରୀ ଜିଲ୍ଲା ଗୋପ ବ୍ଲକର ଦୁଇଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଅଦ୍ୟତନ ହୋଇଛି
Natural Resources

Natural Resources

Advertisment

ଓଡ଼ିଶାରେ ଭୂତଳ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଛି । ଗତ ବର୍ଷ ଅଏଲ ଇଣ୍ଡିଆ ଲିମିଟେଡ଼ ଦ୍ୱାରା ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁତ୍ତଳ ତୈଳ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ କାର୍ଯ୍ୟ ସର୍ଭେ କରାଯାଇଥିଲା । ଯାହା ପରେ ପୁରୀ ଜିଲ୍ଲା ଗୋପ ବ୍ଲକର ଦୁଇଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ସୂଚନା ଅନୁସାରେ, ଓଡ଼ିଶା ଉପକୂଳବର୍ତ୍ତୀ ୫ଟି ବ୍ଲକ ରାଜ୍ୟର ୮ଟି ଜିଲ୍ଲା ତଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେରେ ୨୨୦ କୋଟି ଟଙ୍କା ସମେତ ୧୨୪୮ କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ କରାଯାଇ ସର୍ଭେ କରାଯାଇଥିଲା ।ସେଥିରେ ଓଡ଼ିଶାର ୫ ଟି ବ୍ଲକର ୩ ହଜାର ବର୍ଗ କିମି ସର୍ଭେ ପରେ ଗୋପ ବ୍ଲକ ଅଞ୍ଚଳରୁ ୨ ଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ଜଣାପଡିଛି ।

ବିଶେଷ କରି ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନ ଗୋପ ପଞ୍ଚାୟତ କୁସୁପୁର ମୌଜାରେ ସ୍ୟାଟେଲାଇଟ ମ୍ୟାପ ସାହାଯ୍ୟରେ ୮ଏକର ଜାଗା ଚିହ୍ନଟ କରାଯିବା ସହ ମହଲପଡା ପଞ୍ଚାୟତ ଚିତେରା ମୌଜାରେ ମଧ୍ୟ ୮ଏକର ଜମି ଚିହ୍ନଟ କରାଯାଇ ଥିବା ଜଣାପଡିଛି ।

Advertisment

ଅଏଲ ଇଣ୍ଡିଆ ପକ୍ଷରୁ ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାରେ ସର୍ଭେ କରାଯାଇଥିଲା । ଯାହା ପରେ ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର ,କୋଣାର୍କ ,ଗୋପ ଅଞ୍ଚଳରେ ଭୂତଳରେ ଥିବା ପ୍ରାକୃତିକ ଇନ୍ଧନର ସନ୍ଧାନ ପାଇଁ ଅଏଲ ଇଣ୍ଡିଆ ଦ୍ଵାରା ନିଯୁକ୍ତ ହାଇଦ୍ରାବାଦର ଆଲ୍‌ଫା ଜିଓ ଇଣ୍ଡିଆ ଲିମିଟେଡ ନାମକ ଏକ ସର୍ଭେ ସଂସ୍ଥା ଦ୍ଵାରା ପ୍ରାଥମିକ ପର୍ଯ୍ୟାୟରେ ସାଟଲାଇଟ ଚିତ୍ର ମାଧ୍ୟମରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦୦ ଫୁଟ ବୋରିଙ୍ଗ କରାଯାଇ ଏହି ଗର୍ତ୍ତ ମଧ୍ୟରେ ଡିନାମାଇଟ ବ୍ଳାଷ୍ଟିଙ୍ଗ କାରାଯାଇ ବ୍ଳାଷ୍ଟିଙ୍ଗ ଦ୍ଵାରା ଭୂତଳରେ ସୃଷ୍ଟି ହେଉଥିବା ତରଙ୍ଗକୁ ଏକ ଲାବୋରୋଟୋରି ଭ୍ୟାନରେ ସେନ୍ସର ମାଧ୍ୟମରେ ବୈଜ୍ଞାନିକ ମାନେ ଚିତ୍ର ଉତ୍ତୋଳନ କରିଥିଲେ । ସେହିପରି ଭାବେ ପୁରୀ ଜିଲ୍ଲାର ୧୦୦୦ଟି ସ୍ଥାନରେ ବୋରିଙ୍ଗ କରାଯାଇ ବ୍ଳାଷ୍ଟିଙ୍ଗ କରି ସେଶମିକ ସର୍ଭେ କରାଯାଇଥିଲା ।

ସେପଟେ ଗୋପ ଅଞ୍ଚଳରୁ ପେଟ୍ରୋଲିୟମ ପଦାର୍ଥ ମିଳିଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି ।

Advertisment
Odisha Puri Natural Resources
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ