Advertisment

ଜାତୀୟ ଟେନିସ କ୍ରିକେଟ ଦଳରେ ଦିନ ମଜୁରିଆର ଝିଅ, ତଥାପି ଅଣଦେଖା କରୁଛନ୍ତି ସରକାର

ଜଣେ ଦିନ ମଜୁରିଆଙ୍କ ଝିଅ ଭାରତୀୟ ଦଳରେ ସାମିଲ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବାଲିଗୁଡ଼ାର ସୁନା ଝିଅ ପ୍ରୀତିଲତା ନାୟକ.. ଭାରତୀୟ ମହିଳା ଟେନିସ କ୍ରିକେଟ ଦଳର ସେ ଜଣେ ଉଦୀୟମାନ ଖେଳାଳି..

ଅଦ୍ୟତନ ହୋଇଛି
pritilata nayak

pritilata nayak

Advertisment

ପଙ୍କରୁ ଫୁଟିଲା ପଦ୍ମ । ପ୍ରତିକୂଳ ପରିସ୍ଥିତିକୁ ଆଡ଼େଇ ନାଁ କଲେ ଓଡ଼ିଶାର ଝିଅ । ପଛୁଆ ଅଞ୍ଚଳର ଝିଅ ପ୍ରୀତିଲତା ଏବେ ଭାରତୀୟ ମହିଳା ଟେନିସ କ୍ରିକେଟ ଦଳର ଜଣେ ଉଦୀୟମାନ ଖେଳାଳି । ନିକଟରେ ନେପାଳର ପୋଖ୍ରାଠାରେ ଖେଳାଯାଇଥିବା ପ୍ରଥମ ଦକ୍ଷିଣ ଏସିଆ ଟେନିସ କ୍ରିକେଟ ଚାମ୍ପିୟନସିପରେ ସେ ଭାଗ ନେଇଥିଲେ । ଭାରତ ଓ ନେପାଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତୀୟ ଦଳ ରନର୍ସଅପ୍ ହେବା ସହ ପ୍ରୀତିଲତାଙ୍କୁ ମିଳିଛି ସିଲଭର ମେଡାଲ ।

Advertisment

ବାଲିଗୁଡ଼ାର ସୁନାଝିଅ ପ୍ରୀତିଲତା ନାୟକ । ସେ ଜଣେ ଦିନ ମଜୁରିଆଙ୍କ ଝିଅ । ଅନେକ ସଂଘର୍ଷ କରି ଆଜି ସେ ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି । ଆଉ ଏବେ ସେ ଭାରତୀୟ ଦଳରେ ସାମିଲ ହୋଇ ଭାରତ ପାଇଁ ଗୌରବ ଆଣିଛନ୍ତି । ତେବେ ସେ ବାଲିଗୁଡା ଫେରିବା ପରେ ତାଙ୍କୁ ସାହି ପଡିଶାଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ହେଲେ ବିଡମ୍ବନାର ବିଷୟ ଯାଏ ବାଲିଗୁଡା ପ୍ରଶାସନ କିମ୍ଭା କନ୍ଧମାଳ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ତାଙ୍କୁ ସ୍ୱାଗତ ମଧ୍ୟ ଜଣାଇ ନାହାନ୍ତି । ପ୍ରଶାସନର ଏଭଳି ଅଣଦେଖାକୁ ନେଇ ପ୍ରୀତିଲତା ବେଶ ମର୍ମାହତ ହେବା ସହ ଦୁଃଖ ପ୍ରକାଶ କରିଛନ୍ତି । ଅଭାବ ଅନାଟନରେ ବଢିଥିବା ପ୍ରୀତିଲତା ଆର୍ଥିକ ସମସ୍ୟା ଯୋଗୁଁ କିଭଳି ଆଗକୁ ବଢିବେ ସେ ନେଇ ଏବେ ଚିନ୍ତାରେ ରହିଛନ୍ତି ।

Advertisment

ବାଲିଗୁଡ଼ାରୁ ଅଜିତ୍ ନାୟକଙ୍କ ରିପୋର୍ଟ

National Level Player
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ