Advertisment

ଦୁଇ ଦୁଇ ଥର ନୋଟିସ୍‌ ଜାରି ସତ୍ତ୍ୱେ ରିପୋର୍ଟ ଦେଲେନି ରାୟଗଡ଼ ଜିଲ୍ଲାପାଳ, ହାଜର ପାଇଁ ସମନ ଜାରି

ରାୟଗଡ଼ ଜିଲ୍ଲାପାଳଙ୍କୁ ଜାତୀୟ ମାନବାଧିକାର କମିଶନ ସମନ ଜାରି କରିଛନ୍ତି। ଆସନ୍ତା ଜାନୁଆରୀ ୧୧ ତାରିଖରେ କମିଶନଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
National Human Rights Commission

National Human Rights Commission Summons Collector Of Odisha’s Rayagada

Advertisment

ରାୟଗଡ଼ ଜିଲ୍ଲାପାଳଙ୍କୁ ଜାତୀୟ ମାନବାଧିକାର କମିଶନ ସମନ ଜାରି କରିଛନ୍ତି। ରାୟଗଡ଼ା ଜିଲ୍ଲା ହଟ ସେଶଖାଲ ପଞ୍ଚାୟତ କେରାଣ୍ଡି ଗାଁର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ ରିପୋର୍ଟ ଦାଖଲ କରାଯାଇ ନଥିବାରୁ ଜିଲ୍ଲାପାଳଙ୍କୁ ସର୍ତ୍ତମୂଳକ ସମନ ଜାରି କରାଯାଇଛି। ଆସନ୍ତା ଜାନୁଆରୀ ୧୧ ତାରିଖରେ କମିଶନଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଜାନୁଆରୀ ୪ ତାରିଖ ସୁଦ୍ଧା ଜିଲ୍ଲାପାଳ ରିପୋର୍ଟ ଦାଖଲ କରନ୍ତି ତେବେ ବ୍ୟକ୍ତିଗତ ହାଜର ଦେବାକୁ ଆଉ ପଡ଼ିବ ନାହିଁ।

Advertisment

ସୂଚନା ଅନୁସାରେ, କେରାଣ୍ଡି ଗାଁ ଲୋକେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହି ଗାଁରେ ରାସ୍ତାଘାଟ, ଶିକ୍ଷା ଚିକିତ୍ସା ସେବା ଓ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଗର୍ଭବତୀ ମହିଳାଙ୍କୁ ଉଦ୍ଦିଷ୍ଟ ଥିବା ସେବା ଓ ସାହାଯ୍ୟ ମିଳିପାରୁ ନାହିଁ। ଏନେଇ ଚଳିତ ବର୍ଷ ଫେବୃଆରୀରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମାନବାଧିକାର କର୍ମୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏନେଇ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ଜାତୀୟ ମାନବାଧିକାର କମିଶନ ୨ ଥର ପ୍ରଥମେ ଗତ ଏପ୍ରିଲ ୨୮ ତାରିଖ ଓ ଜୁନ୍‌ ୬ ତାରିଖରେ ନୋଟିସ୍‌ ଜାରି କରି ରାୟଗଡ଼ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ।କିନ୍ତୁ ଜିଲ୍ଲାପାଳ ଆଜି ପର୍ଯ୍ୟନ୍ତ ଏହାର ରିପୋର୍ଟ ପ୍ରଦାନ କରି ନାହାନ୍ତି। ତେଣୁ ନଭେମ୍ବର ୧୭ରେ ଆଉ ଏକ ସମନ ଜାରି କରି ବ୍ୟକ୍ତିଗତ ଭାବେ ଆସନ୍ତା ଜାନୁଆରୀ ୧୧ରେ ମାନବାଧିକାର କମିଶନଙ୍କ ନିକଟରେ ହାଜର ହେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ଖବର ଲେଖାଯିବା ସୁଦ୍ଧା ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। 

Advertisment
National Human Rights Commission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ