Advertisment

ଯମଦୂତ ସାଜି ଲୋକଙ୍କ ଜୀବନ ନେଉଛି କ୍ୟାନ୍ସର

ଦେଶରେ ପ୍ରତିବର୍ଷ ୧୧ ଲକ୍ଷ ନୂଆ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ୫୦ ରୁ ୭୦% ରୋଗୀ ୩ୟ ଓ ୪ର୍ଥ ପର୍ଯ୍ୟାୟରେ ମେଡିକାଲ ଆସିଥାନ୍ତି। ଯାହାକି ଚିନ୍ତାଜନକ ବିଷୟ।

ଅଦ୍ୟତନ ହୋଇଛି
National Cancer Awareness Day

National Cancer Awareness Day

Advertisment

ଘାତକ ହେଉଛି ନିଶା ଓ ମାଦକ ଦ୍ରବ୍ୟ ସେବନ। ହୁ ହୁ ହୋଇ ବଢ଼ି ଚାଲିଛି କର୍କଟ ରୋଗୀଙ୍କ ସଂଖ୍ୟା। ସାରା ବିଶ୍ୱକୁ କବଳିତ କଲାଣି ଏହି ଦୂରାରୋଗ୍ୟ ବ୍ୟାଧି। ଯାହାକୁ ନେଇ ଏବେ ଚିନ୍ତାର ବିଷୟ ପାଲଟିଛି। କର୍କଟ ହେଉଛି ଦ୍ୱିତୀୟ ମାରାତ୍ମକ ରୋଗ ଯାହା ଲୋକଙ୍କ ପାଇଁ ଜମ ଦୂତ ହୋଇ ଆସିଥାଏ। କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍‌ ନଭେମ୍ବର ୭କୁ ଜାତୀୟ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଏ। 

Advertisment

ଅଧିକ ପଢ଼ନ୍ତୁ: ଦେଶ ପାଇଁ ଘାତକ ହୋଇଛି କର୍କଟ; ଜାଣନ୍ତୁ କିପରି ରୋକିବା

ପରିସଂଖ୍ୟାନ ଅନୁସାରେ, ଆମ ଦେଶରେ ପ୍ରତିବର୍ଷ ୧୧ ଲକ୍ଷ ନୂଆ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ୫୦ ରୁ ୭୦% ରୋଗୀ ୩ୟ ଓ ୪ର୍ଥ ପର୍ଯ୍ୟାୟରେ ମେଡିକାଲ ଆସିଥାନ୍ତି। ଯାହାକି ଚିନ୍ତାଜନକ ବିଷୟ। ସଚେତନତା ସୃଷ୍ଟି ହୋଇପାରିଲେ  ଭାରତରେ ୭୦% କ୍ୟାନ୍ସର ରୋଗୀ ପ୍ରାଥମିକ ପର୍ଯ୍ୟାୟରେ ଆରୋଗ୍ୟ ହୋଇପାରିବେ। ଭାରତରେ ୪୦% ତମାଖୁ, ୨୦% ସଂକ୍ରମଣ ଓ ୧୦% ଅନ୍ୟ କାରଣ ଯୋଗୁ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥାନ୍ତି। ସେମାନଙ୍କ ମଧ୍ୟରେ ମୁଖଗହ୍ୱର, ମହିଳା ମାନଙ୍କ ଠାରେ ଜରାୟୁ ଓ ସ୍ତନ କର୍କଟ ରୋଗ ଅଧିକ ମାତ୍ରାରେ ଦେଖା ଦେଇଥାଏ। ଭାରତରେ ପ୍ରତି ୮ ଜଣ ମହିଳାଙ୍କ ମଧ୍ୟରେ ଜଣେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।

Advertisment

ଝାଡ଼ଖଣ୍ଡ ଅଞ୍ଚଳର ଜଗନ୍ନାଥ ସିଥ୍, ପ୍ରଚୁର ପରିମାଣର ତମାଖୁ ଖାଇବା ଫଳରେ ଏବେ ସେ, ମୁଖଗହ୍ୱର କ୍ୟାନ୍ସର ରୋଗରେ ପୀଡ଼ିତ। ପାଟିରେ ଘା’ ହେବା ପରେ ମଧ୍ୟ ଚିକିତ୍ସାରେ ଅବହେଳା କରିବାରୁ ଏବେ ତାଙ୍କର ଅପରେସନ କରାଯାଇଛି। ଚିକିତ୍ସା ଅଭାବରୁ ନିଜେ କରିଥିବା ଭୁଲ୍‌ ଓ ଅବହେଳାର କରୁଣ ପରିଣତି ପାଇଁ ନିଜକୁ ସେ ଦାୟୀ କରିଛନ୍ତି। କେବଳ ଜଗନ୍ନାଥ ନୁହନ୍ତି, କଳାହାଣ୍ଡିର ଲୀଳାବତୀଙ୍କ ମଧ୍ୟ ସମାନ ଅବସ୍ଥା। ସେ ଏବେ ମଳଦ୍ୱାର କର୍କଟ ରୋଗରେ ପୀଡ଼ିତ। ଅଢେଇ ବର୍ଷ ପୂର୍ବେ ସାମାନ୍ୟ ଏକ ଘା’ ପାଇଁ ଚିକିତ୍ସା ନକରି ଚେରମୂଳି ଓ ଗୁଣିଆର ଆଶ୍ରୟ ନେବାରୁ ଏବେ ସେ କ୍ୟାନ୍ସର ରୋଗରେ ଆକ୍ରାନ୍ତ। ଯଦି ଠିକ୍ ସମୟରେ ସେ ଚିକିତ୍ସା କରିଥାନ୍ତେ ହୁଏତ ଆଜି ସେ ଏହି ରୋଗରୁ ରକ୍ଷା ପାଇପାରିଥାନ୍ତେ।

ଓଡ଼ିଶାର ଏକମାତ୍ର ବୃହତ୍ତମ କ୍ୟାନ୍ସର ରୋଗ ପ୍ରତିଷ୍ଠାନ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ରରେ ପ୍ରତିବର୍ଷ ବଢୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ଚିନ୍ତାଜନକ ବିଷୟ। ତଥ୍ୟ ଅନୁସାରେ, ୨୦୧୬-୧୭ ମସିହାରେ ୫୬ ହଜାର, ୨୦୧୭-୧୮ ରେ ୭୧ ହଜାର, ୨୦୧୮-୧୯ ରେ ୮୦ ହଜାର ଓ ୨୦୧୯-୨୦ ରେ ସର୍ବାଧିକ ୯୦ ହଜାର ୧୩୪ ଜଣ କ୍ୟାନ୍ସର ରୋଗୀ  ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍‌ର ବର୍ହିବିଭାଗକୁ ଚିକିତ୍ସା ପାଇଁ ଆସିଛନ୍ତି। 

Advertisment
Cancer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ