Advertisment

ମିଳିଲା ନୂଆ ଗ୍ରହ; ପୃଥିବୀଠାରୁ ପ୍ରାୟ ୭୦ ପ୍ରତିଶତ ବଡ!

NASA ର ନୂଆ ଆବିଷ୍କାର। ଅନୁସନ୍ଧାନକାରୀଙ୍କ ଏକ ଦଳ ପୃଥିବୀଠାରୁ ପ୍ରାୟ ୧୦୦ ଆଲୋକ ବର୍ଷ ଦୂରରେ ଏକ ଗ୍ରହ ଆବିଷ୍କାର କରିଛନ୍ତି। ସେଠାରେ ପାଣି ରହିଛି। ଏହା ସାଜିବ କି ପୃଥିବୀର ବିକଳ୍ପ?

ଅଦ୍ୟତନ ହୋଇଛି
NASA found a planet that is 70 bigger than earth

NASA found a planet that is 70 bigger than earth

Advertisment

ପୃଥିବୀର ଅବସ୍ଥା ସଂକଟାପନ୍ନ ଅବସ୍ଥାରେ ଥିବାବେଳେ ଦେଶ ତଥା ବିଶ୍ୱର ବୈଜ୍ଞାନିକମାନେ ଏକ ନୂଆ ଗ୍ରହ ଖୋଜୁଛନ୍ତି। ସମ୍ପ୍ରତି, ଅନୁସନ୍ଧାନକାରୀଙ୍କ ଏକ ଦଳ ପୃଥିବୀଠାରୁ ପ୍ରାୟ ୧୦୦ ଆଲୋକ ବର୍ଷ ଦୂରରେ ଏକ ଗ୍ରହ ଆବିଷ୍କାର କରିଛନ୍ତି, ଯାହାକି ଜଳ ଦ୍ୱାରା ସମ୍ପୂର୍ଣ୍ଣ ଆଚ୍ଛାଦିତ ବୋଲି କୁହାଯାଉଛି। ନାସାର ଏକ ରିପୋର୍ଟ ଅନୁଯାୟୀ, ଏହି ଗ୍ରହର ନାମ TOI-1452 b ବୋଲି ଜଣାଯାଇଛି।

Advertisment

ନାସାର କହିବାବୁଯାୟୀ ଏହା ପୃଥିବୀଠାରୁ ପ୍ରାୟ ୭୦ ପ୍ରତିଶତ ବଡ ହୋଇପାରେ ଏବଂ ଏହା 'ଗୋଲ୍ଡିଲକ୍ସ ଜୋନ୍'ରେ ରହିଛି। 'ଗୋଲ୍ଡିଲକ୍ସ ଜୋନ୍'ର ତାପମାତ୍ରା ଅତ୍ୟଧିକ ଗରମ କିମ୍ବା ଅତ୍ୟଧିକ ଥଣ୍ଡା ନୁହେଁ। ଏହି କାରଣରୁ ଗ୍ରହର ପୃଷ୍ଠରେ ଜଳ ରହିବାର ଆଶଙ୍କା ରହିଛି।

ଏକ ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ ଆମେରିକାର ସ୍ପେସ୍ ଏଜେନ୍ସି ନାସା କହିଛି ଯେ ଏ ସମ୍ବନ୍ଧରେ ଅଧିକ ଅନୁସନ୍ଧାନ ଏକ ଆକର୍ଷଣୀୟ ସମ୍ଭାବନାକୁ ସାମ୍ନାକୁ ଆଣିପାରେ। ଏହି ଗ୍ରହ ଏକ 'ଜଳ ଜଗତ' ହୋଇପାରେ। ତଥାପି, ଏହି ଗ୍ରହ ପୃଥିବୀଠାରୁ ବହୁତ ଦୂରରେ ରହିଛି। ସୂଚନାନୁସାରେ, ଏହି ଗ୍ରହ ଆମ ପୃଥିବୀଠାରୁ ପ୍ରାୟ ପାଞ୍ଚ ଗୁଣ ଭାରୀ ଏବଂ ଏହାର ଘନତା ସୂଚାଉଛି ଯେ ଏଠାରେ 'ବହୁତ ଗଭୀର ମହାସାଗର' ଅଛି। ଅନୁସନ୍ଧାନକାରୀ ଦଳ ଏହାକୁ 'ସୁପର ଆର୍ଥ' କହିଛନ୍ତି।

Advertisment

ଅନୁସନ୍ଧାନ ଅନୁଯାୟୀ ବୈଜ୍ଞାନିକମାନେ ଏହି ଗ୍ରହ ଉପରେ ଅନେକ ଗବେଷଣା କରୁଛନ୍ତି। ଏହି ଗ୍ରହକୁ ନେଇ ଏହା ଦାବି କରାଯାଉଛି ଯେ ଏହା ମଣିଷ ପାଇଁ ସର୍ବୋତ୍ତମ ଗ୍ରହ ହୋଇପାରେ। ଯଦିଓ ନାସା ଏହାକୁ ନିଶ୍ଚିତ କରି ନାହିଁ, ତଥାପି ଏହି ଗ୍ରହ ବିଷୟରେ ଗବେଷଣା କରାଯାଉଛି। ଅନ୍ୟ ଏକ ପ୍ରଶ୍ନ ହେଉଛି ଏହି ଗ୍ରହରେ ଏଲିୟନ୍‌ମାନେ ବାସ କରନ୍ତି କି? ଯଦିଓ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସୂଚନା ପାଇ ନାହାଁନ୍ତି, କିନ୍ତୁ ଯେଉଁଠାରେ ଜଳ ଅଛି, ସେଠାରେ ଜୀବନ ସମ୍ଭବ। ସୁତରାଂ ସେଠାରେ ଜୀବଜଗତ ଥିବାର ସଂଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି କୁହାଯାଉଛି।

NASA New Planets Discovered
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ