Narsinghpur IIC Lands Under Vigilance Scanner
ଭିଜିଲାନ୍ସ ଜାଲରେ ପଡ଼ିଲେ ନରସିଂହପୁର ଥାନା ଅଧିକାରୀ। ଲାଞ୍ଚ ନେଇ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏକ ମାମଲାର ସମାଧାନ କରିବା ପାଇଁ ଅଲେଖ ଲାଞ୍ଚ ନେଉ ଥିବାବେଳେ ଧରାପଡ଼ିଥିବା ସୂଚନା ମିଳିଛି। ତାଙ୍କ ନିକଟରୁ ୨୦ ହଜାର ଟଙ୍କା ଜବତ କରାଯାଇଛି।
ସୂଚନା ଅନୁସାରେ,ଏକ ଅସଂରକ୍ଷିତ ଜନଜାତି ଗୋଷ୍ଠୀଙ୍କର ମାମଲା ସମାଧାନ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛନ୍ତି। କିଛି ଦିନ ପୂର୍ବେ ଆଇଁସିଆ ଗାଁରେ ଏକ ପାରିବାରିକ ବିବାଦ ହୋଇଥିଲା।
ଘଟଣାର ସମାଧାନ ପାଇଁ ପୋଲିସ୍ ଅଧିକାରୀ ନବ କିଶୋର ନାୟକଙ୍କ ଠାରୁ ଅଲେଖ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ୧୫ ଜଣିଆ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644217606.jpg)