Advertisment

ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ: ନିୟମ ନମାନିଲେ ଜରିମାନା ଗଣିବେ, ରଦ୍ଦ ହେବ ଲାଇସେନ୍ସ

ରାଜ୍ୟରେ ଚଳିତ ମାସରୁ ବାଧ୍ୟତାମୂଳକ ହେବ ଓଡ଼ିଆରେ ନାମଫଳକ। ସବୁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥାରେ ନାମଫଳକକୁ ଓଡ଼ିଆରେ ଲେଖାଯିବ।

ଅଦ୍ୟତନ ହୋଇଛି
Odia Nameplates Mandatory In Odisha

Nameplates In Odia Will Mandatory In Odisha

Advertisment

ରାଜ୍ୟରେ ଚଳିତ ମାସରୁ ବାଧ୍ୟତାମୂଳକ ହେବ ଓଡ଼ିଆରେ ନାମଫଳକ। ସବୁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥାରେ ନାମଫଳକକୁ ଓଡ଼ିଆରେ ଲେଖାଯିବ। ଏହି  ନିୟମ ଅନୁପାଳନ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବ୍ୟବସାୟିକ ପ୍ରତିଷ୍ଠାନ ଲାଇସେନ୍ସ ରଦ୍ଦ କରାଯିବ।

Advertisment

ଏହାସହ ଖିଲାପକାରୀଙ୍କୁ ୭ ଦିନିଆ ନୋଟିସ୍ ଦିଆଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ଥର ଖିଲାପକାରୀଙ୍କୁ ୫ ହଜାର ଟଙ୍କା ଜରିମାନା ଏବଂ ଦ୍ୱିତୀୟ ଥର ଖିଲାପକାରୀଙ୍କୁ ୨୫ ହଜାର ଟଙ୍କା ଜରିମାନା କରାଯିବ।

ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଏହି ନିୟମର କଡ଼ାକଡ଼ି ନିରୀକ୍ଷଣ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

Advertisment
Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ