Advertisment

୬ ବର୍ଷ ହେଲା ନେକେଡ୍ କ୍ଲିନର୍ ଭାବେ କାମ କରୁଛନ୍ତି ଏହି ଯୁବତୀ, ହେଲେ କାହିଁକି…

ଏଠି ଅନେକ ବୈଚିତ୍ର ଦେଖାଯାଏ। କେହି କେହି ନିଜ ଖୁସି ପାଇଁ ଅନେକ ଅଜବ କଥାକୁ ଆପଣେଇ ନେଉଥିବା ବେଳେ ଆଉ କାହାକୁ ପରିସ୍ଥିତି ବାଧ୍ୟକରେ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ନେକେଡ୍ କ୍ଲିନର୍ ଭାବେ କାମ କରନ୍ତି।

ଅଦ୍ୟତନ ହୋଇଛି
Naked cleaner who earns thousands

Naked cleaner who earns thousands

Advertisment

ଏ ଦୁନିଆ ବିଚିତ୍ର, ଏଠି ଅନେକ ବୈଚିତ୍ର ମଧ୍ୟ ଦେଖାଯାଏ। କେହି କେହି ନିଜ ଖୁସି ପାଇଁ ଅନେକ ଅଜବ କଥାକୁ ଆପଣେଇ ନେଉଥିବା ବେଳେ ଆଉ କାହାକୁ ପରିସ୍ଥିତି ବାଧ୍ୟକରେ।

Advertisment

୩୨ ବର୍ଷିୟ ଜଣେ ଯୁବତୀ ୨୦୧୭ ଠାରୁ ସଫେଇ କାମ କରୁଛନ୍ତି। ତାଙ୍କ ପା‍ଇଁ ଏହି କାମ କୌଣସି ସାଧାରଣ ସେବା ନୁହେଁ।

ବ୍ରିଟେନର ଲୋଟି ରାଏ ତାଙ୍କ କ୍ଲାଏଣ୍ଟ ପରିବାରଙ୍କ ଘରକୁ ସାଧାରଣ ଭାବେ ସଫା କରନ୍ତି। ଏହା ବ୍ୟତୀତ ସେ ଉଲଗ୍ନ କାମ(ନେକେଡ୍ କ୍ଲିନର୍) ପାଇଁ ମଧ୍ୟ ଅଫର୍ କରନ୍ତି।

Advertisment

ରାଏ ୬ ବର୍ଷ ପୂର୍ବରୁ କିଛି ଅଧିକ ରୋଜଗାର କରିବା ପାଇଁ ଏହି ଉପାୟ ଗ୍ରହଣ କରିଥିଲେ। ଦୀର୍ଘ ଦିନ ଧରି ଏହି କାମ କରିବା ଏବଂ ହଜାର ହଜାର ପାଉଣ୍ଡ ରୋଜଗାର କରିବା ପରେ, ରାଏ ତାଙ୍କ କାମର ଅସାଧାରଣ ଅଂଶଗୁଡ଼ିକୁ ପ୍ରକାଶ କରିଥିଲେ ଏବଂ ତାଙ୍କ ଗ୍ରାହକମାନଙ୍କ ସହିତ ତାଙ୍କ ଅଭିଜ୍ଞତା ବିଷୟରେ ମଧ୍ୟ କହିଥିଲେ।

ସେ କହିଛନ୍ତି ଯେ ସେ ଅନେକ ଲୋକଙ୍କ ପାଇଁ କାମ କରିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଅଛନ୍ତି, ସେମାନେ କେବଳ ତାଙ୍କ ସହଯୋଗ ଚାହାନ୍ତି। ଆଉ କିଛି ଅଛନ୍ତି ତାଙ୍କ ଠାରୁ ଆଉ ଅଧିକ କିଛି ଆଶା କରନ୍ତି। ସେ ଏହାକୁ ବୁଝାଇବାକୁ ଯାଇ କହିଛନ୍ତି, ସେ ଖୋଲା ଦେହରେ କାମ କଲେ ତାଙ୍କ ଆତ୍ମବିଶ୍ୱାସ ବଢିଥାଏ। ସେ କିନ୍ତୁ କେବଳ ତାଙ୍କ କାମରେ ମନ ଦିଅନ୍ତି।

Advertisment
ତାଙ୍କ କାମ ପାଇଁ ଘଣ୍ଟା ପ୍ରତି ପ୍ରାୟ ୫,୦୦୦ ଟଙ୍କା ଚାର୍ଜ କରୁଥିବା ରାଏ ସ୍ୱୀକାର କରିଛନ୍ତି। ତେବେ ତାଙ୍କୁ ଯଦି କୌଣସି ଆର୍ଥିକ ପ୍ରୋତ୍ସାହନ ଦିଆଯାଉ ନାହିଁ ତେବେ ସେ ଏହା କରନ୍ତି ନାହିଁ। ଏତେ ଟଙ୍କା ଚାର୍ଜ ସତ୍ତ୍ୱେ ତାଙ୍କୁ କାମରେ ଲଗେଇବା ନେଇ ରାସ୍ତାରେ ତାଙ୍କ ପଛରେ ଭିଡ ଲାଗିଯାଏ ବୋଲି ସେ କୁହନ୍ତି।

ସେ ତାଙ୍କ କଥା ବୁଝାଇବାକୁ ଯାଇ କହିଛନ୍ତି ଯେ "ମୁଁ ହାତଗଣତି କିଛି ଯୁବକଙ୍କ ପାଇଁ ବୁକ୍ କ୍ଲିନର୍ ଭାବେ କାମ କରେ, ଯେଉଁମାନେ ଅନ୍ୟ କିଛି ପାଇବାକୁ ଚାହାନ୍ତି।" ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ସ୍ପଷ୍ଟ ଯେ ମୁଁ କେବଳ ଘର ସଫା କରିବାକୁ ଅଛି ଏବଂ ଏହା ମୋର କାମ, କିନ୍ତୁ ସେମାନେ କୁହନ୍ତି ଯେ ଅନ୍ୟ କ୍ଲିନର୍ସମାନେ ମସାଜ୍ ଦେଉଛନ୍ତି।”

ରାଏଙ୍କ କହିବା କଥା ସେ ବିଭିନ୍ନ ଗ୍ରାହକଙ୍କ ସହିତ କାମ କରିଛନ୍ତି। କେତେକ ବୟସ୍କ ବ୍ୟକ୍ତି ଯେଉଁମାନେ ତାଙ୍କ ସହଯୋଗ ଚାହୁଁଥିବା ବେଳେ ଅନ୍ୟ କିଛି ଯୁବକ ତାଙ୍କ ଠାରୁ ଆଉ କିଛି ପାଇବା ପାଇଁ ତାଙ୍କ ସହ ଯୋଗାଯୋଗ କରନ୍ତି।

ଏକ ଘଟଣାକୁ ମନେପକେଇ ସେ କହିଛନ୍ତି ଯେ, "ମୋର ଜଣେ ଗ୍ରାହକଙ୍କ ପାଇଁ ମୁଁ ୩ ଥର ସଫେଇ କରିଥିଲି। ତାଙ୍କ ଘର ସବୁଠାରୁ ମଇଳା ଘର ଥିଲା। ଏଭଳି ଘର ମୋ ଜୀବନରେ ଖୁବ କମ ଆସିଛି। ମୁଁ କିନ୍ତୁ ସେଠାରେ ପହଞ୍ଚିବା ପରେ ସେ ମୋ ଠାରୁ ଆଦୌ ଘର ସଫେଇ ଚାହୁଁ ନଥିଲେ। ସେ କେବଳ ମୋର ସାଥ୍ ଚାହୁଁଥିଲେ।"

ଆଉ ଏକ ଘଟଣା ବିଷୟରେ ସେ କହିଛନ୍ତି ଯେ "ଥରେ ଜଣେ ବ୍ୟକ୍ତି ତାଙ୍କ ଟିଭିରେ ପର୍ଣ୍ଣ ଭିଡିଓ ଲଗାଇଲେ, ମୁଁ ତାଙ୍କୁ ମନାକଲି।”

ସେ କିଛି ଯୁବକମାନଙ୍କ ଘର ମଧ୍ୟ ସଫା କରିଛନ୍ତି, ଯେଉଁମାନେ ଅଧିକ ମେଳାପୀ ଲାଗନ୍ତି। ସେମାନଙ୍କ ରୋଜଗାର ମଧ୍ୟ ଖୁବ ଭଲ। 

ସେ କହିଛନ୍ତି, "ମୁଁ ଆଉ ଜଣେ ବ୍ୟକ୍ତି ସହିତ କାମ କରିଛି (ପୁରା ୬ ବର୍ଷ ପାଇଁ) ଯିଏ ଜଣେ ନଗ୍ନବାଦୀ। ତେଣୁ ତାଙ୍କ ପାଇଁ ଏହା ଠିକ୍ ଅଛି।

“ମୋ ସାଙ୍ଗସାଥି ଓ ପରିବାର ଲୋକେ ଜାଣନ୍ତି ଯେ ମୁଁ କ’ଣ କରେ। ସେମାନେ ଏହା ଜାଣି ଆଶ୍ଚର୍ଯ୍ୟ ମଧ୍ୟ ହୁଅନ୍ତି ଯେ, ମୁଁ ଏମିତି କାହିଁକି କରୁଛି। କିନ୍ତୁ ପ୍ରକୃତରେ ସେମାନେ ବହୁତ ଭଲ ଲୋକ।” ସୁତରାଂ ମୁଁ ମୋ କାର୍ଯ୍ୟ ସୁରୁଖୁରୁରେ କରିପାରୁଛି।

Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ