Advertisment

ଛୋଟ ଆଖିର ଉପକାର ବଖାଣିଲେ ମନ୍ତ୍ରୀ, କହିଲେ କିଛି ଏମିତି...

ହୀନମାନସିକତା ଥିବା ଲୋକଙ୍କୁ ଉପଯୁକ୍ତ ପ୍ରତିଉତ୍ତର ଦେଲେ ମନ୍ତ୍ରୀ..

Nagaland minister temjen imna along small eyes viral video

Nagaland minister temjen imna along small eyes viral video

Advertisment

ଭାରତର ଉତ୍ତର ପୂର୍ବର ଲୋକମାନଙ୍କର ଆଖି ସାଧାରଣତଃ ଛୋଟ ଥାଏ । ଏଥିପାଇଁ ଅନେକ ସମୟରେ ସେମାନଙ୍କୁ ପରିହାସ ତଥା କମେଣ୍ଟର ସମ୍ମୁଖୀନ ହେବାକୁ ପଡିଥାଏ । ଅନେକ ସମୟରେ ଦେଖିବାକୁ ମିଳେ ଯେ ଜାତିଆଣ ମନୋଭାବ ରଖି ଲୋକେ ନିଜ ଦେଶର ଛୋଟ ଆଖି ଥିବା ଲୋକଙ୍କୁ ଅଶ୍ଳୀଳ ମନ୍ତବ୍ୟ ତଥା ଅଶ୍ଳୀଳ ନାମରେ ଡାକି ତାଙ୍କର ଉପହାସ କରିଥାନ୍ତି । ତେବେ ଜାତିଆଣ ମାନସିକତା ଥିବା ଲୋକଙ୍କୁ ନାଗାଲାଣ୍ଡ ମନ୍ତ୍ରୀ କଡ଼ା ପ୍ରତିଉତ୍ତର ଦେଇଛନ୍ତି ।

Advertisment

ନିକଟରେ ନାଗାଲାଣ୍ଡର ଉଚ୍ଚଶିକ୍ଷା ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଟେମଜେନ୍ ଇମ୍ନା ଆଲଙ୍ଗ (Temjen Imna Along) ଜାତିଆଣ ମାନସିକତା ଥିବା ଲୋକଙ୍କୁ ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । କାରଣ ମନ୍ତ୍ରୀ ଅତି ମଜାଳିଆ ଭାବରେ ଏହାର ଉତ୍ତର ଦେଇଛନ୍ତି । ଏହାକୁ ଅନ୍ୟ ଲୋକଙ୍କ ପରିହାର କରୁଥିବା ଲୋକଙ୍କୁ ନିହାତି ଶୁଣିବା ଆବଶ୍ୟକ ।

Advertisment

କ’ଣ କହିଲେ ମନ୍ତ୍ରୀ ?

ଏକ କାର୍ଯ୍ୟକ୍ରମକୁ ସମ୍ୱର୍ଦ୍ଧିତି କରିବା ସମୟରେ ମନ୍ତ୍ରୀ କହିଲେ ଯେ, ‘ ଲୋକେ କୁହନ୍ତି ଉତ୍ତର ପୂର୍ବର ଲୋକମାନଙ୍କ ଆଖି ଛୋଟ ହୋଇଥାଏ । ଆମମାନଙ୍କ ଆଖି ଛୋଟ ହୋଇଥାଇ ମଧ୍ୟ ଆମେ ଭଲ ଭାବରେ ଦେଖିପାରୁ । ’ କେବଳ ଏତିକି ନୁହେଁ ମନ୍ତ୍ରୀ ଛୋଟ ଆଖିର ଉପକାରିତା ମଧ୍ୟ ବଖାଣିଛନ୍ତି । ଛୋଟ ଆଖିର ଅନେକ ଫାଇଦା ରହିଛି । ପ୍ରଥମତଃ ଆଖିରେ କମ୍ ଧୂଳି ପଶିଥାଏ । ଦ୍ୱିତୀୟରେ ଆମେ ଲମ୍ୱା ସମୟ ଧରି ଚାଲିଥିବା କାର୍ଯ୍ୟକ୍ରମରେ ଶୋଇ ପାରିଥାଉ ବୋଲି ମଧ୍ୟ କହିଛନ୍ତି ମନ୍ତ୍ରୀ । ତେବେ ମନ୍ତ୍ରୀଙ୍କ ଏହି ଭିଡ଼ିଓଟି ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏମିତିକି ଆସାମର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ୟୁଜର୍ସମାନେ ଏହି ଭିଡ଼ିଓଟିକୁ ଶେୟାର କରିଛନ୍ତି ।

Trending News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ