sp
ଛୁଆଙ୍କ ସହ ଛୁଆ ହୋଇଗଲେ ପୋଲିସ୍ ମାଡାମ । କୁନି କୁନି ପିଲାଙ୍କ ସହ ହାଏରେ ମୋର ରାନୀ ଗୁରୀ ଗୀତରେ ଛୁମିଲେ ନବରଙ୍ଗପୁର SP ଏସ. ସୁଶ୍ରୀ । ଅନାଥଶ୍ରମରେ ଥିବା ଝିଅମାନଙ୍କ ସହ ଦୁଃଖସୁଖ ହେବା ସହ ତାଙ୍କ ସହିତ ପାଦରେ ପାଦ ମିଶାଇ ସେ ନାଚିଛନ୍ତି ।
ଆଜି ନନ୍ଦାହାଣ୍ଡି ବ୍ଲକ ଏକମ୍ବା ସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପରିଦର୍ଶନ ଯାଇଥିଲେ ନବରଙ୍ଗପୁର SP ଏସ. ସୁଶ୍ରୀ । ଆଶ୍ରମରେ ପ୍ରବେଶ କରିବା ମାତ୍ରେ କୁନି କୁନି ଝିଅମାନେ ତାଙ୍କୁ ସ୍ୱାଗତ କରିବା ସହିତ କଦଳୀ, ଆମ୍ବ ଓ ମିଠା ଖୁଆଇଥିଲେ । ସୁଶ୍ରୀ ମାଡାମ ମଧ୍ୟ ଝିଅମାନଙ୍କୁ ମିଠା ଖୁଆଇ ଦେଇଥିବା ଦେଖିବାକୁ ମିଳିଛି ।
ତେବେ ଅନାଥାଶ୍ରମରେ ସୀମିତ ରହଣୀ ସମୟରେ ଛୁଆଙ୍କ ସହ ହସ ଖୁସିରେ ମିଶିଯାଇଥିଲେ ଶୁଶ୍ରୀ ମାଡାମ। ହସିଖେଳି ପିଲାଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ମଧ୍ୟ ଦେଇଥିଲେ । ସେପଟେ ନବରଙ୍ଗପୁର ସହର ମାଝିଗୁଡ଼ା ଠାରେଥିବା ଦିନଦୟାଲ ଆଶ୍ରମକୁ ମଧ୍ୟ ଯାଇଥିଲେ ଶୁଶ୍ରୀ ମାଡାମ୍। ତାଙ୍କ ସହିତ ନବରଙ୍ଗପୁର ଜିଲ୍ଲାପାଳ କମଳଲୋଚନ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।
ନବରଙ୍ଗପୁରରୁ ନବଘନ ବିଷୋଇଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sp_1653556553.jpg)