Advertisment

"ଚିକିତ୍ସା କରାଅ ନଚେତ୍‌ ମାରିଦିଅ"

ସାପ କାମୁଡ଼ାକୁ ମାସେରୁ ଅଧିକ ସମୟ ବିତିଥିବାରୁ ଝିଅର ହାତ ନଷ୍ଟ ହେବାକୁ ବସିଛି। ଅର୍ଥ ଅଭାବରୁ ତାଙ୍କୁ ଉନ୍ନତ ଚିକିତ୍ସା ମିଳିପାରିନାହିଁ। ପରିବାର ଲୋକେ ଚିକିତ୍ସା ଲାଗି ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ମଂଜୁଳାକୁ କାମୁଡିଥିବା ନାଗ ସାପଟିକୁ ଧରି ଏବେବି ପରିବାର ଲୋକେ ଘରେ ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ଚିକିତ୍ସା ଲାଗି ତାଙ୍କୁ ସମସ୍ତ ସୁବିଧାସୁଯୋଗ ଦିଆଯିବ ବୋଲି କହିଛନ୍ତି ରାଇଘର ବିଡିଓ।

ଅଦ୍ୟତନ ହୋଇଛି

snake

Advertisment

ନବରଙ୍ଗପୁର: ମୋତେ ବଂଚାଅ ନହେଲେ ମୁଁ ମରିଯିବି। ଚିକିତ୍ସା ପାଇଁ ମୋତେ ଡାକ୍ତରଙ୍କ ପାଖକୁ ନିଅ ନହେଲେ ମାରିଦିଅ। ସାପ କାମୁଡ଼ା ଯନ୍ତ୍ରଣାରେ ଛଟପଟ ୯ ବର୍ଷର କୁନି ଝିଅର ଏ ସ୍ୱର। କଷ୍ଟ ସହିନପାରି ଜୀବନ ବଂଚାଇବାକୁ କାକୁତି ମିନତି ହେଉଛି ୯ ବର୍ଷର। ଏହି ଝିଅ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବାଲିଝର ଗାଁର ଘଟଣା। ସୂଚନା ଅନୁସାରେ, ସୁନାଧର ଅଣ୍ଟି ନାମକ ବ୍ୟକ୍ତିଙ୍କ ୯ ବର୍ଷର ଝିଅ ମଂଜୁଳାକୁ ମାସକ ପୂର୍ବରୁ ଘର ନିକଟରେ ଖେଳୁଥିବା ସମୟରେ ନାଗସାପ ତାଙ୍କ ହାତକୁ କାମୁଡି ଦେଇଥିଲା। ସାପ କାମୁଡିବା ପରେ ମଂଜୁଳାକୁ ପ୍ରଥମେ ଉମରକୋଟ, ନବରଙ୍ଗପୁର ଏବଂ କୋଟାପୁଟ ମେଡିକାଲ କଲେଜରେ ଚିକିତ୍ସା କରାଯାଇଥିଲା। କୋରାପୁଟ ମେଡିକାଲ କଲେଜର ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ତେବେ ଅର୍ଥ ଅଭାବରୁ ସେ ଚିକିତ୍ସିତ ହୋଇପାରୁନାହାନ୍ତି। ସାପ କାମୁଡ଼ାକୁ ମାସେରୁ ଅଧିକ ସମୟ ବିତିଥିବାରୁ ଝିଅର ହାତ ନଷ୍ଟ ହେବାକୁ ବସିଛି। ଅର୍ଥ ଅଭାବରୁ ତାଙ୍କୁ ଉନ୍ନତ ଚିକିତ୍ସା ମିଳିପାରିନାହିଁ। ପରିବାର ଲୋକେ ଚିକିତ୍ସା ଲାଗି ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ମଂଜୁଳାକୁ କାମୁଡିଥିବା ନାଗ ସାପଟିକୁ ଧରି ଏବେବି ପରିବାର ଲୋକେ ଘରେ ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ଚିକିତ୍ସା ଲାଗି ତାଙ୍କୁ ସମସ୍ତ ସୁବିଧାସୁଯୋଗ ଦିଆଯିବ ବୋଲି କହିଛନ୍ତି ରାଇଘର ବିଡିଓ।

Advertisment

ତେବେ ପୂର୍ବରୁ ଯାଜପୁରରେ ନାଗ କାମୁଡ଼ାରେ ଜଣେ ମାଆର ଜୀବନ ଯାଇଥିଲା। ସନ୍ତାନ ପାଇଁ ମାଆ ସାତ ସମୁଦ୍ର ଲଙ୍ଘିପାରେ, ତେର ନଇ ପାର ହୋଇପାରେ। ଦରକାର ପ଼ଡ଼ିଲେ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଏନି। ଏ ଉକ୍ତିର ଯଥାର୍ଥତାକୁ ପୁଣି ପ୍ରମାଣିତ କରିଛନ୍ତି ଯାଜପୁର ଦଶରଥପୁର ବ୍ଲକ ଦେଉଳବାଡ଼ ଗାଁର ଜଣେ ମାଆ। ପ୍ରୀୟଦର୍ଶନୀ ରାଉତ ନିଜ ଦେଢ଼ ବର୍ଷର ପୁଅକୁ ବିଷାକ୍ତ ନାଗ ସାପ କବଳରୁ ବଞ୍ଚାଇବାକୁ ଯାଇ ନିଜେ ପ୍ରାଣବଳୀ ଦେଇଛି।

Advertisment

ପୁଅ ପାଇଁ ବଳିଦାନ ପରେ ଚିର ନିଦ୍ରାରେ ଶୋଇଛି ମାଆ। ସେ ଏମିତି ଅଫେରା ରାଇଜକୁ ଯାଇଛି ଯେ, ଆଉ ଫେରିବନି। ଆଉ ଏପଟେ ଏତେ କଅଁଳ ବୟସରୁ ସେ ଘଟଣା କଣ ସିନା ବୁଝିନି, ହେଲେ ମାଆକୁ ଖୋଜି ପାଇବାକୁ ଯେମିତି ଘୁରି ବୁଲୁଛି ତା କୁନି କୁନି ଆଖି। ବୟସ ମାତ୍ର ଦେଢ଼ ବର୍ଷ। ଏଇ ବୟସରୁ ବିଧାତା ତାକୁ ସଜାଇ ଦେଇଛି ମାତୃହରା। ତାରି ଜୀବନ ରକ୍ଷା ଲାଗି ନିଜ ଜୀବନକୁ ପାଣି ଛଡାଇ ଦେଇଛି ତା ମମତାମୟୀ ମାଆ। ଘଟଣା ଏମିତି, ଦିନ ପ୍ରାୟ ୩ଟା ସ୍ଥାନ ଯାଜପୁର ଦଶରଥପୁର ବ୍ଲକର ଦେଉଳବାଡ଼ ଗାଁରେ ଚିନ୍ମୟ ରାଉତଙ୍କ ପତ୍ନୀ ପ୍ରିୟଦର୍ଶନୀ ନିଜ ଦେଢ ବର୍ଷର ପୁଅକୁ ଶୁଆଇ ଦେଉଥିଲେ। ଠିକ୍ ଏହି ସମୟରେ ଘର ଭିତରକୁ ପଶି ଆସିଥିଲା ଏ କାଳ ସର୍ପ। ଏ ବିଶାଳକାୟ ନାଗଟି ପୁଅ ଆଡ଼କୁ ମାଡ଼ି ଆସୁଥିବା ଦେଖି, ଆଉ ଚିନ୍ତା ନକରି ସାପର ଲାଙ୍ଗୁଡ଼ ଧରି ଫିଙ୍ଗି ଦେବାକୁ ଚେଷ୍ଟା କରିଥିଲେ ପ୍ରିୟଦର୍ଶନୀ। ପୁଅଠୁ ସିନା ବିପଦକୁ ଦୂରେଇ ଦେଲେ, ହେଲେ ନିଜେ ବିପତ୍ତିରୁ ବର୍ତ୍ତିପାରିଲେନି। ସେଇ ନାଗ ସାପ ଚୋଟରେ ଗୁରୁତର ହୋଇପଡ଼ିଲେ ସେ। ଘର ଲୋକେ ତୁରନ୍ତ ତାଙ୍କୁ ଯାଜପୁର ମେଡିକାଲ ଭର୍ତ୍ତି କରିଥିଲେ, ହେଲେ ସେତେବେଳକୁ ଦୁନିଆ ଛାଡ଼ି ସାରିଥିଲେ ପ୍ରିୟଦର୍ଶନୀ।

Cobra Snake Nabarangapur Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ