Advertisment

ମିଳିଲାନି ଆମ୍ବୁଲାନ୍ସ, ୨୦ କି.ମି.ବୁହାହେଲା ଶବ

ମିଳିଲାନି ଆମ୍ବୁଲାନ୍ସ। ଗାଡ଼ି ଭଡ଼ା ଦେବାକୁ ନଥିଲା ଟଙ୍କା। ତେଣୁ ବାପଘର ଲୋକେ ମହିଳାଙ୍କ ମୃତଦେହକୁ ୨୦ କିଲୋମିଟର କୋକେଇରେ ବୋହି ଶାଶୁ ଘରକୁ ନେଇଥିଲେ।

Ambulance Irregularities

Ambulance Irregularities

Advertisment

ନବରଙ୍ଗପୁର ନନ୍ଦାହାଣ୍ଡିରେ ଦାନ ମାଝୀ ଘଟଣାର ପୁନରାବୃତ୍ତି। ମିଳିଲାନି ଆମ୍ବୁଲାନ୍ସ, ୨୦ କି.ମି. ଭାରରେ ବୁହାହେଲା ଶବ। ଗାଡ଼ି ଭଡ଼ା ଦେବାକୁ ଟଙ୍କା ନଥିବାରୁ ପରିବାର ଏବଂ ସଂପର୍କୀୟମାନେ ମହିଳାଙ୍କ ମୃତଦେହକୁ ଭାରରେ ୨୦ କିଲୋମିଟର ବୋହି ଘରକୁ ଆଣିଛନ୍ତି।

Advertisment

ମୃତକ ହେଲେ ନନ୍ଦାହାଣ୍ଡି ଫୁପୁ ଗାଁର କରୁଣା ଆମନାତ୍ୟ। ସେ ତାଙ୍କ ବାପ ଘର ପୁର୍ଣ୍ଣିଗୁଡ଼ା ଯାଇଥିବା ବେଳେ କୌଣସି କାରଣରୁ ଗତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। ତେବେ ମୃତଦେହ ଶାଶୁଘରକୁ ଆଣିବା ଲାଗି କୌଣସି ସରକାରୀ ସୁବିଧା ନମିଳିବାରୁ ପରିବାର ଲୋକେ ମୃତଦେହକୁ ଭାରା କରି ୨୦ କିମି ବୋହି ଆଣିଥିଲେ। ତେବେ ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Ambulance Irregularities Deadbody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ