Advertisment

ରାଜ୍ୟରେ ବାଟବଣା କି ଇ-ସେବା ? ତିନି ତିନି ଥର ଆବେଦନ କଲେ ବି ମିଳୁନି ପ୍ରମାଣପତ୍ର

କେଉଁଠି ସୁବିଧାକେନ୍ଦ୍ର ବନ୍ଦ ତ କେଉଁଠି ନାହିଁ ଇଣ୍ଟରନେଟ୍

E Seva

E Seva

Advertisment

ସରକାରୀ ଅଫିସକୁ ନଦୌଡ଼ି ଘରେ ବସି ଜନ୍ମ-ମୃତ୍ୟୁ ପଞ୍ଜୀକରଣ ସାର୍ଟିଫିକେଟ୍ ହେଉ କି ଘରପଟ୍ଟା, ଏସବୁ ହାତ ପାଆନ୍ତାରେ ଯେପରି ଲୋକେ ପାଇବେ ସେଥିପାଇଁ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି-ଇ-ସେବା। ହେଲେ କେଉଁଠି ତିନି ତିନିଥର ଅବେଦନ ପରେ ସାର୍ଟିଫିକେଟ୍ ନାହିଁ ତ କେଉଁଠି ଇଣ୍ଟରନେଟ୍ କାମ କରୁନଥିବାରୁ ସୁବିଧା କେନ୍ଦ୍ର ବନ୍ଦ। ବିଭାଗୀୟମନ୍ତ୍ରୀ କହୁଛନ୍ତି ଯାହା ଅଭିଯୋଗ ଆସୁଛି ସବୁ ତୁରନ୍ତ ସମାଧାନ ହୋଇଯାଉଛି...

Advertisment

କାନ୍ଧରେ ଅଢେଇ ମାସର ଶିଶୁ ତ ହାତରେ ଜନ୍ମ ପ୍ରମାଣପତ୍ର ପାଇବାକୁ ଆବେଦନ ଫର୍ମ ଅସହ୍ୟ ଗୁଳୁଗୁୁଳିରେ ଶିଶୁଟି ଅସ୍ତବ୍ୟସ୍ତ ହୋଇପଡୁଥିଲେ ବି ଅନ୍ୟ ଉପାୟ ନାହିଁ। ଅନଲାଇନ୍ ସେବା କାମ କରୁନଥିବାରୁ ବାଧ୍ୟ ହୋଇ ବିଏମସିର ଜନ୍ମ-ମୃତ୍ୟୁ ପଞ୍ଜିକରଣ ଅଫିସକୁ ଆସିବାକୁ ପଡିଛି ଏ ମହିଳାଙ୍କୁ। କାରଣ ତାଙ୍କ ପୁଅ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଜନ୍ମ ନେଇଛି। ସେମିତି କଟକ ନିଆଳି ଅଞ୍ଚଳର ଏ ବ୍ୟକ୍ତି ଜଣକ ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପାଇବାକୁ ତିନି ତିନି ଥର ଅନଲାଇନରେ ଆବେଦନ କରି ଚାଲାଣ କାଟିଛନ୍ତି।

ତଥାପି ସାର୍ଟିଫିକେଟ ମିଳିବା ସୂଚନା ନପାଇବାରୁ ଶେଷରେ ବାଧ୍ୟ ହୋଇ ଏଠାକୁ ଆସିଛନ୍ତି। ରାଜଧାନୀର ବିଏମସି ସିଟି ହେଲଥ ଅଫିସରେ ନିଇତି ଏଭଳି ମାଳ ମାଳ ଘଟଣା ସାମ୍ନାକୁ ଆସୁଛି। ସରକାରୀ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବା ଲୋକଙ୍କୁ ମୁକ୍ତି ଦେବାକୁ ଅତି ସହଜରେ ଅନଲାଇନ୍‌ରେ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ଯୋଗାଇ ଦେବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଗତ ଜାନୁଆରୀରେ ଶୁଭାରମ୍ଭ କରିଥିବା ଇ-ସେବା କେମିତି ବାଟବଣା, ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଇଏ ଉଦାହରଣ ତେଣେ ସିଟି ହେଲ୍ଥ ଅଫିସର କହିଛନ୍ତି-ଇ ସେବା ସମ୍ପୂର୍ଣ୍ଣ ଠିକଠାକ କାମ କରୁଛି, ହେଲେ ଲୋକେ ଅବେଦନରେ ତ୍ରୁଟି କରୁଥିବାରୁ ଅସୁବିଧା ହେଉଛି।

Advertisment

ତେଣୁ ଏଠି ପ୍ରଶ୍ନ ଯଦି ରାଜଧାନୀରେ ଇ-ସେବାର ଏଭଳି ସ୍ଥିତି, ତାହାଲେ ଗ୍ରାମାଞ୍ଚଳରେ କେମିତି ମିଳୁଥିବ ସୁବିଧା। ଜଳେଶ୍ୱର ତହସିଲ ପାଖ ସୁବିଧା କେନ୍ଦ୍ରକୁ ଆୟ ସାର୍ଟିଫିକେଟ, ଘର ପଟ୍ଟା, ଜନ୍ମ-ମୃତ୍ୟୁ ପଞ୍ଜିକରଣ ପାଇଁ ସୁବିଧା କେନ୍ଦ୍ରକୁ ନିଇତି ଶହ ଶହ ଲୋକ ଆସୁଛନ୍ତି। ହେଲେ ସୁବିଧା କେନ୍ଦ୍ରରେ ପଡିଛି ତାଲା ଯାହାର ଫାଇଦା ନେଇ ସକ୍ରିୟ ହୋଇଛନ୍ତି ଦଲାଲ ଗୁଣୁପୁରରେ ବି ସମାନ ଚିତ୍ର। ଏଠି ଜନ ସେବା କେନ୍ଦ୍ର ଖୋଲୁଛି, ହେଲେ ଇଣ୍ଟରନେଟ୍ ଠିକ୍‌ରେ କାମ କରୁନି। ଏଣେ ରାଜସ୍ୱମନ୍ତ୍ରୀଙ୍କ ଉତ୍ତର ଯେଉଁଠି ଯେତେବଳେ ଅଭିଯୋଗ ଆସୁଛି ତାର କୁଆଡ଼େ ତୁରନ୍ତ ସମାଧାନ ଦିଗରେ ତାଙ୍କ ବିଭାଗ କାର୍ଯ୍ୟ କରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମାଳ ମାଳ ଯୋଜନା କେମିତି କାମ କରୁଛି ବାଟବଣା ଇ-ସେବା ତାର ଏକ ବଡ଼ ଉଦାହରଣ।

ଗୁଣୁପୁରରୁ ଇନ୍ଦ୍ରଜିତ ପଣ୍ଡା, ଜଳେଶ୍ୱରରୁ ଅଜିତ ଦାସ ଓ ଭୁବନେଶ୍ୱରରୁ ଚନ୍ଦନ ପଇକରାୟଙ୍କ ରିପୋର୍ଟ

Advertisment
E Seva
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ