Advertisment

ବାନ୍ଧବୀଙ୍କ ସହ ରେସ୍ତୋରାଁରେ ଖାଇବା ବେଳର ଫଟୋ ସେୟାର କରି ଚର୍ଚ୍ଚାରେ ଅନୁଭବ

ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ଅନୁଭବ ମହାନ୍ତି। ନିଜର ଇନଷ୍ଟାଗ୍ରାମ୍‌ ପେଜ୍‌ରେ ସେ ଯେଉଁ ଫଟୋ ସେୟାର କରିଛନ୍ତି ତାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି। ପୋଷ୍ଟ ହୋଇଥିବା ଫଟୋରେ ଦେଖାଯାଉଛି ଯେ, ଅନୁଭବ ନିଜର ଜଣେ ବାନ୍ଧବୀଙ୍କ ସହ କୌଣସି ଏକ ରେସ୍ତୋରାଁରେ ଖାଉଛନ୍ତି।

ଅଦ୍ୟତନ ହୋଇଛି
Anubhav Mohanty

Anubhav Mohanty

Advertisment

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ଅନୁଭବ ମହାନ୍ତି। ନିଜର ଇନଷ୍ଟାଗ୍ରାମ୍‌ ପେଜ୍‌ରେ ସେ ଯେଉଁ ଫଟୋ ସେୟାର କରିଛନ୍ତି ତାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି। ପୋଷ୍ଟ ହୋଇଥିବା ଫଟୋରେ ଦେଖାଯାଉଛି ଯେ, ଅନୁଭବ ନିଜର ଜଣେ ବାନ୍ଧବୀଙ୍କ ସହ କୌଣସି ଏକ ରେସ୍ତୋରାଁରେ ଖାଉଛନ୍ତି। ଏଠାରେ କହିରଖୁଛୁ ଅନୁଭବ ସୋସିଆଲ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ରହିଛନ୍ତି। ନିଜର ନିର୍ବାଚନ ମଣ୍ଡଳୀର କୌଣସି ପ୍ରସଙ୍ଗ ହେଉ କିମ୍ବା ରାଜ୍ୟ , ଜାତୀୟ ସ୍ତରର ଖବର ଉପରେ ମଧ୍ୟ ସେ ନଜର ରଖନ୍ତି। କେବଳ ନଜର ରଖନ୍ତି ତାହା ନୁହେଁ ଅନେକ ସମୟରେ ସେ ପ୍ରତିକ୍ରିୟା ମଧ୍ୟ ରଖନ୍ତି।

Advertisment

Also Read

Advertisment

ଅନେକ ସମୟରେ ଦେଖାଯାଏ ସାଂସଦ ମହୋଦୟ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ନିଜର ଫ୍ୟାନ୍ସଙ୍କ ସହ ସମୟ ଅତିବାହିତ କରନ୍ତି ଏବଂ ନିର୍ବାଚନ ମଣ୍ଡଳୀ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଅବଗତ ମଧ୍ୟ କରନ୍ତି। କୁହାଯାଉଛି ଅନୁଭବ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ଏଠାରେ ସ୍ପଷ୍ଟ କରୁଛୁ କି ଇନଷ୍ଟାରେ ଯେଉଁ ଫଟୋ ସେୟାର କରାଯାଇଛି ତାହା ତାଙ୍କ ଘନିଷ୍ଠ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କର। ଜାଗୃତି-ଅନୁଭବ ଉଭୟ ଡିନର କରୁଥିବା ଏହି ଫଟୋରେ ନଜର ଆସୁଛନ୍ତି। କେବଳ ଫଟୋ ସେୟାର କରିଛନ୍ତି ତାହା ନୁହେଁ ବରଂ ଫଟୋରେ ଅନେକ ମନର କଥା ଲେଖିଛନ୍ତି।

Anubhav MohantyAnubhav Mohanty

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଷ୍ଟାଇଲିଷ୍ଟ ଅନୁଭବ ହାତରେ ବ୍ରେସ୍‌ଲେଟ୍‌ କିମ୍ବା ୱାଚ୍‌ ପିନ୍ଧିନଥିବା ବେଳେ ରୁଦ୍ରାକ୍ଷ ମାଳା ପକାଇଛନ୍ତି। କୁହାଯାଉଛି, କୌଣସି ପଣ୍ଡିତଙ୍କ ପରାମର୍ଶ ପରେ ଶ୍ରୀମହାନ୍ତି ଏପରି କରିଛନ୍ତି। କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହାସହ ନିଜ ବାନ୍ଧବୀ ୱେଷ୍ଟର୍ଣ୍ଣ ଷ୍ଟାଇଲ୍‌ରେ ଖାଉଥିବା ବେଲେ ସାସଂଦ ମହୋଦୟ କିନ୍ତୁ ପୂରା ଓଡ଼ିଆ ଷ୍ଟାଇଲ୍‌ରେ ଅର୍ଥାତ୍‌ ନିଜ ହାତରେ ହିଁ ଖାଉଛନ୍ତି। କେବଳ ଏବେ ନୁହେଁ ବରଂ ପୂର୍ବରୁ ଅନେକ ଥର ଅନୁଭବ ବଡ଼ ବଡ଼ ରେସ୍ତୋରାଁରେ ଖାଇବା ସମୟର ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼୍‌ କରନ୍ତି। ପଖାଳ, ବାଇଗଣ ପୋଡା, ଶାଗ ଭଜା, ଆଳୁ-ସଜନା ଭଜା ଖାଉଥିବାର ଫଟୋ ମଧ୍ୟ ଦେଖିବାକୁ ମିଳିଛି। ତେବେ ଫଟୋରେ ଅନୁଭବ ଲେଖିଛନ୍ତି ଯେ,  'ମୋର ବନ୍ଧୁ, ଆପଣଙ୍କ ଭଳି ଏକ ଆତ୍ମନିର୍ଭରଶୀଳ, ସଶକ୍ତ ମହିଳାଙ୍କୁ ଭେଟିବା ସର୍ବଦା ସୁନ୍ଦର ଲାଗେ। ଆଗକୁ ବଢି ଚାଲ।'। ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେଉଛି।

Advertisment
Anubhav Mohanty Delhi Jagrati Shukla
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ